ମାଆ ପାଇଁ ଦିନଟିଏ : ଭାବନା ବ୍ୟକ୍ତ କରିବାର ବାହାନା ମାତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମାଆ’ । ଏହି ଶବ୍ଦ ପାଟିରେ ନ ଧରିଲେ ସତେ ଯେପରି ଆମ ଦିନ ଆରମ୍ଭ ହୁଏ ନାହିଁ।  ସକାଳୁ ରାତିଯାଏ କେତେଥର ଯେ, ଆମେ ଏହି ଶବ୍ଦ ପାଟିରେ ଧରିଥାଉ, ତାହାର ହିସାବ କାହା ପାଖରେ ନ ଥିବ।  ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ। ସମସ୍ତଙ୍କ ଜୀବନରେ ମାଆର ମହତ୍ତ୍ୱ ଓ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ମାଆର […]

mother-1..

Niharika Rout
  • Published: Sunday, 12 May 2019
  • , Updated: 12 May 2019, 08:33 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମାଆ’ । ଏହି ଶବ୍ଦ ପାଟିରେ ନ ଧରିଲେ ସତେ ଯେପରି ଆମ ଦିନ ଆରମ୍ଭ ହୁଏ ନାହିଁ।  ସକାଳୁ ରାତିଯାଏ କେତେଥର ଯେ, ଆମେ ଏହି ଶବ୍ଦ ପାଟିରେ ଧରିଥାଉ, ତାହାର ହିସାବ କାହା ପାଖରେ ନ ଥିବ।  ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ।

ସମସ୍ତଙ୍କ ଜୀବନରେ ମାଆର ମହତ୍ତ୍ୱ ଓ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ତପସ୍ୟା, ଅବଦାନ, ବଳିଦାନକୁ ସମ୍ମାନ ଦେବାକୁ ପ୍ରତିବର୍ଷ ମେ' ମାସର ଦ୍ୱିତୀୟ ରବିବାରକୁ  ‘ମଦର୍ସ ଡେ' ଭାବେ ପାଳନ କରାଯାଏ।

କୁହାଯାଏ ମାଆର ଋଣ ମରିବା ଯାଏ ଜଣେ ଶୁଝି ପାରିବ ନାହିଁ। ମାଆର ଭଲ ପାଇବା, ତ୍ୟାଗ, ଓ ତପସ୍ୟା ବଦଳରେ ଆମେ କିଛି ବି କଲେ ତାହା ବହୁତ କମ୍‌ ହେବ। ଆମକୁ ଏ ଦୁନିଆକୁ ଆଣିଥିବା ଓ ସମାଜରେ ଛିଡ଼ା କରାଇବାକୁ ନିଜକୁ ତିଳ ତିଳ ଜାଳିଥିବା ମାଆ ପ୍ରତି ସମ୍ମାନ ଓ ଭଲ ପାଇବା ଜାହିର କରିବା ଲାଗି ସେମିତିରେ ତ କିଛି ବିଶେଷ ଦିନର ଆବଶ୍ୟକତା ନାହିଁ।  କିନ୍ତ ‘ମଦର୍ସ ଡେ’ ଆମକୁ ନିଜ ଭାବନା ଜାହିର କରିବାକୁ ଏକ ବାହାନା ଓ ସୁଯୋଗ ଦେଇଥାଏ।

ତେଣୁ ପ୍ରତି ବର୍ଷ ମେ’ର ଦ୍ୱିତୀୟ ରବିବାରକୁ  ଦୁନିଆ ସାରା ‘ମଦର୍ସ ଡେ’ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ମେ ୧୨କୁ ‘ମଦର୍ସ ଡେ’ ଭାବେ ପାଳନ କରାଯାଉଛି। ମା’କୁ ସମ୍ମାନ ଦେଉଥିବା ଏହି ଦିନକୁ ବହୁ ଦେଶ ଭିନ୍ନ ଭିନ୍ନ ତାରିଖରେ ପାଳନ କରିଥାନ୍ତି।  କିନ୍ତୁ ଭାରତ ସମେତ ବହୁ ଦେଶରେ ମେର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ଭାବେ ପାଳନ କରାଯାଏ।

କିପରି ହେଲା ମଦର୍ସ ଡେ ଆରମ୍ଭ

ମା’କୁ ସମ୍ମାନ ଦେବା ଲାଗି ଉଦ୍ଦିଷ୍ଟ ଥିବା ଏହି ଦିନ ପ୍ରଥମେ ଆମେରିକାରେ ଆରମ୍ଭ ହେଲେ । ଆମେରିକାର ଆକ୍ଟିଭିଷ୍ଟ ଏନା ଜାର୍ବିସ ନିଜ ମା’ଙ୍କୁ ବହୁତ ଭଲ ପାଉଥିଲେ। ଏଥିଲାଗି ସେ କେବେ ବି ବାହା ହୋଇନଥିଲେ। ମାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ସେ ଏହି ଦିନକୁ ‘ମଦର୍ସ ଡେ’ ଭାବେ ପାଳନ କରିବା ଆରମ୍ଭ କଲେ।

କାହିଁକି ମେ’ର ଦ୍ୱିତୀୟ ରବିବାର ପାଳନ ହୁଏ ?

୧୯୧୪ ମସିହା ମେ ୯ ତାରିଖରେ ଆମେରିକାରେ ଏକ ବିଲ୍‌ ପାସ ହୋଇଥିଲା, ଯେଉଁଥିରେ ଲେଖା ଥିଲା ସବୁ ବର୍ଷ ମେ’ର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ରୂପେ ପାଳନ କରାଯିବ। ଏହାପରେ ଆମେରିକା, ଭାରତ ଓ ଆହୁରି ବହୁ ଦେଶରେ ଏହା ପାଳନ ଆରମ୍ଭ ହେଲା।

କିପରି ହୁଏ ପାଳନ ?

ମା’କୁ ଭଲ ପାଇବାକୁ କୌଣସି ନିର୍ଦ୍ଦିଷ୍ଟ ଦିନର ଆବଶ୍ୟକତା ନାହିଁ।  କିନ୍ତୁ ଏହି ଦିନ ମା’କୁ ଆହୁରି ସମ୍ମାନ ଦିଆଯାଇଥାଏ।  ମା’ଙ୍କ ଋଣ ମରିବା ଯାଏ ଶୁଝିବା ଅସମ୍ଭବ। କିନ୍ତୁ  ସେମାନଙ୍କ ମୁହଁରେ ଟିକେ ହସ ପାଇବା ଲାଗି ଏହି ଦିନ ସେମାନଙ୍କୁ ସରପ୍ରାଇଭଜ ଗିଫ୍ଟ ଦେବାକୁ ଭୁଲନ୍ତୁ ନାହିଁ।

Related story