କେଉଁଠି କେମିତି ପାଳନ ହୁଏ ମଦର୍ସ ଡେ? ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ମା’କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ’ ଭାବେ ପାଳନ କରାଯାଉଛି। ଆମ ଦେଶରେ ଏହି ଦିବସକୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ।  ତେବେ ମଦର୍ସ ଡେ’ ଅନ୍ୟ ଦେଶଗୁଡ଼ିକରେ କିପରି ପାଳନ କରାଯାଏ ଆସନ୍ତୁ ଜାଣିବା। କୁହାଯାଏ ମଦର୍ସ ଡେ’ ପ୍ରଥମେ ପୁରୁଣା ଗ୍ରୀସ୍‌ରେ ପାଳନ କରାଯାଇଥିଲା। ସାୟେବେଲ୍ ଗ୍ରୀକ୍‌ଦେବତାଙ୍କ ମାଗ୍ଦ ଥିଲେ। ତାଙ୍କୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଇଥାଏ। ଇଂଲଣ୍ଡରେ ସତର ଶହ ଶତାଦ୍ଦୀରେ […]

mothers-day

Rakesh Mallick
  • Published: Sunday, 14 May 2017
  • , Updated: 14 May 2017, 11:30 AM IST

ନୂଆଦିଲ୍ଲୀ: ମା’କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ’ ଭାବେ ପାଳନ କରାଯାଉଛି। ଆମ ଦେଶରେ ଏହି ଦିବସକୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ।  ତେବେ ମଦର୍ସ ଡେ’ ଅନ୍ୟ ଦେଶଗୁଡ଼ିକରେ କିପରି ପାଳନ କରାଯାଏ ଆସନ୍ତୁ ଜାଣିବା।

କୁହାଯାଏ ମଦର୍ସ ଡେ’ ପ୍ରଥମେ ପୁରୁଣା ଗ୍ରୀସ୍‌ରେ ପାଳନ କରାଯାଇଥିଲା। ସାୟେବେଲ୍ ଗ୍ରୀକ୍‌ଦେବତାଙ୍କ ମାଗ୍ଦ ଥିଲେ। ତାଙ୍କୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଇଥାଏ।

ଇଂଲଣ୍ଡରେ ସତର ଶହ ଶତାଦ୍ଦୀରେ ୪୦ ଦିନ ଉପବାସ ରଖିବା ପରେ ଚତୁର୍ଥ ରବିବାରକୁ ମଦର୍ସ ଡେ’ ପାଳନ କରାଯାଉଥିଲା। ଏହି ଦିନ ଚର୍ଚ୍ଚରେ ପ୍ରାର୍ଥନା ପରେ ପିଲାମାନେ ନିଜ ନିଜ ଘରକୁ ଫୁଲ କିମ୍ୱା ଉପହାର ନେଇ ଯାଉଥିଲେ।

ୟୁରୋପ ଓ ବ୍ରିଟେନ୍‌ରେ ମା’ଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଅନେକ ପରମ୍ପରା ପ୍ରଚଳିତ ରହିଛି। ତେଣୁ ଏକ ଖାସ୍‌ରବିବାର ଦିନ ମାତୃ ଦିବସ ପାଳନ କରାଯାଇ ମାଗ୍ଦଙ୍କୁ ସମ୍ମାନିତ କରାଯାଇଥାଏ। ଯାହାକୁ ଗ୍ଧମଦରିଂ ସଣ୍ଡେଗ୍ଦ କୁହାଯାଇଥାଏ।

ଆମେରିକାରେ ପ୍ରଥମେ ମଦର୍ସ ଡେ’ ପ୍ରୋକ୍ଲୋମେସନ୍ ଜୁଲିୟା ୱାର୍ଡ ହୋବେ ପାଳନ କରିଥିଲେ। ସେ ନାରୀବାଦୀ ଥିଲେ। ତାଙ୍କ ଅନୁସାରେ ମହିଳାଙ୍କୁ ରାଜନୀତି ସ୍ତରରେ ତଥା ସାମାଜିକ ସ୍ତରରେ ବଡ଼ ଦାୟିତ୍ୱ ଦିଆଯିବା କଥା। ତାଗ୍ଦହେଲେ ସେମାନେ ଏହାକୁ ଏକ ଭଲ ରୂପ ଦେଇ ପାରିବେ।

ଚୀନରେ ମାତୃ ଦିବସ ସବୁଠାରୁ ଅଧିକ ଲୋକପ୍ରିୟ। ଏହି ଦିନ ଉପହାର ସ୍ୱରୂପ ସେଠାରେ ଫୁଲ ଅଧିକ ସଂଖ୍ୟାରେ ବିକ୍ରି ହୋଇଥାଏ। ପଶ୍ଚିମ ଚୀନରେ ରହୁଥିବା ଗରିବ ମା’ ଙ୍କ ଉଦ୍ଦେଶ୍ୟରେ ୧୯୯୭ରୁ ଏହି ଦିବସ ପାଳନ ହୋଇ ଆସୁଛି।

ସୌଜନ୍ୟ- ଏନ୍‌ଡିଟିଭି

ଫଟୋ-ଏନ୍‌ଟିଭି

Related story