ସଡ଼କ ଦୁର୍ଘଟଣାରେ ମର୍ମାହତ ୧୨ ବର୍ଷର ବାଳକ: ମରାମତି କରୁଛନ୍ତି ଖାଲ ରାସ୍ତା

ହାଇଦ୍ରାବାଦ: ଦିନକୁ ଦିନ ଯାନବାହନ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ସଡ଼କ ଦୁର୍ଘଟଣା ମଧ୍ୟ ବଢ଼ି ଚାଲିଛି। ପ୍ରତିଦିନ ସଡ଼କ ଦୁର୍ଘଟଣାରେ କେହି ନା କେହି ପ୍ରାଣ ହରାଉଛି।  ତେବେ ହାଇଦ୍ରାବାଦର ଜଣେ ୧୨ ବର୍ଷୀୟ ବାଳକ ରାସ୍ତାରେ ସୃଷ୍ଟି ହେଉଥିବା ଖାଲ ପାଇଁ ସଡ଼କ ଦୁର୍ଘଟଣା ଘଟୁଥିବାରୁ ଏକ ନିଆରି ପଦକ୍ଷେପ ନେଇଛନ୍ତି। ତାଙ୍କ ନାଁ ରବି ତେଜ। ରବି ସହରର ସମସ୍ତ ରାସ୍ତାରେ ଥିବା ଖାଲକୁ  ଭର୍ତ୍ତି କରିବାରେ ଲାଗିଛନ୍ତି। ତାଙ୍କୁ […]

heyderbda

Rakesh Mallick
  • Published: Monday, 03 July 2017
  • , Updated: 03 July 2017, 01:51 PM IST

ହାଇଦ୍ରାବାଦ: ଦିନକୁ ଦିନ ଯାନବାହନ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ସଡ଼କ ଦୁର୍ଘଟଣା ମଧ୍ୟ ବଢ଼ି ଚାଲିଛି। ପ୍ରତିଦିନ ସଡ଼କ ଦୁର୍ଘଟଣାରେ କେହି ନା କେହି ପ୍ରାଣ ହରାଉଛି।  ତେବେ ହାଇଦ୍ରାବାଦର ଜଣେ ୧୨ ବର୍ଷୀୟ ବାଳକ ରାସ୍ତାରେ ସୃଷ୍ଟି ହେଉଥିବା ଖାଲ ପାଇଁ ସଡ଼କ ଦୁର୍ଘଟଣା ଘଟୁଥିବାରୁ ଏକ ନିଆରି ପଦକ୍ଷେପ ନେଇଛନ୍ତି। ତାଙ୍କ ନାଁ ରବି ତେଜ। ରବି ସହରର ସମସ୍ତ ରାସ୍ତାରେ ଥିବା ଖାଲକୁ  ଭର୍ତ୍ତି କରିବାରେ ଲାଗିଛନ୍ତି। ତାଙ୍କୁ ଏପରି କରିବାକୁ କେହି କହି ନାହଁନ୍ତି କିମ୍ୱା ଏପରି କରିବା ଦ୍ୱାରା ତାଙ୍କୁ ପାଉଣା ମଧ୍ୟ ମିଳୁ ନାହିଁ।

କିଛି ଦିନ ତଳେ ହାଇଦ୍ରାବାଦରେ ରବିଙ୍କ ଆଖି ସାମ୍ନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିଲା। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଥିଲା। ଏହାପରେ ସେ ରାସ୍ତାରେ ଥିବା ଖାଲକୁ ମରାମତି କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ରବି କହିଛନ୍ତି,“ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଯୋଗୁଁ ଗୋଟିଏ ପରିବାର ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ତେଣୁ ମୁଁ ଚାହୁଁ ନାହିଁ ଆଉ କାହାର ଏପରି ମୃତ୍ୟୁ ଘଟୁ।  ସେଥିପାଇଁ ମୁଁ  ନିଜେ ରାସ୍ତାରେ ଥିବା ଖାଲ ସ୍ଥାନ ମରାମତି କରିବାକୁ ନିଷ୍ପତ୍ତି ନେଇଥିଲି।”

ସୂଚନାଯୋଗ୍ୟ, କିଛି ବର୍ଷ ତଳେ ଏପରି ଏକ ଘଟଣା ଗାଜିଆବାଦରେ ଦେଖିବାକୁ ମିଳିଥିଲା। ୨୦୦୮ମସିହାରେ ଜଣେ ମହିଳାଙ୍କ ଝିଅର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରେ ସେ ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲେ।

Related story