ରାଖୀରେ ଭାଇକୁ ଅନନ୍ୟ ଉପହାର ଦେଇ ସୁରକ୍ଷା ଦେଲେ ସାଂସଦ ଭଉଣୀ

ସରିଯାଇଛି ରାଖୀ ପୂର୍ଣ୍ଣିମା। ଭାଇ ହାତରେ ରାଖୀ ବାନ୍ଧି ଭାଇର ଦୀର୍ଘାୟୁ କାମନା କରିଛି ଭଉଣୀ। ପ୍ରତିବଦଳରେ ଗେହ୍ଲି ଭଉଣୀ ଭାଇଠାରୁ ପାଇଛି ଜୀବନସାରା ସୁରକ୍ଷାର ପ୍ରତିଶ୍ରୁତି। ଏହାସହ ଭାଇଠାରୁ ପାଇଛି କିଛି ଉପହାର। କିନ୍ତୁ ଏଥର ରାଖୀରେ ତେଲଙ୍ଗାନାର ସାଂସଦ କେ.କବିତାଙ୍କ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଏକ ନିଚ୍ଛକ ଉଦାହରଣ ସୃଷ୍ଟି କରିଛି। ସେ ତାଙ୍କ ଭାଇ ତଥା ତେଲଙ୍ଗାନାର କ୍ୟାବିନେଟ୍ ମନ୍ତ୍ରୀ କେ.ଟି. ରାମା ରାଓଙ୍କ ହାତରେ ରାଖୀ ବାନ୍ଧିବା ସହ ଏକ ହେଲମେଟ୍ […]

helmet

Rakesh Mallick
  • Published: Tuesday, 08 August 2017
  • , Updated: 08 August 2017, 10:28 AM IST

ସରିଯାଇଛି ରାଖୀ ପୂର୍ଣ୍ଣିମା। ଭାଇ ହାତରେ ରାଖୀ ବାନ୍ଧି ଭାଇର ଦୀର୍ଘାୟୁ କାମନା କରିଛି ଭଉଣୀ। ପ୍ରତିବଦଳରେ ଗେହ୍ଲି ଭଉଣୀ ଭାଇଠାରୁ ପାଇଛି ଜୀବନସାରା ସୁରକ୍ଷାର ପ୍ରତିଶ୍ରୁତି। ଏହାସହ ଭାଇଠାରୁ ପାଇଛି କିଛି ଉପହାର। କିନ୍ତୁ ଏଥର ରାଖୀରେ ତେଲଙ୍ଗାନାର ସାଂସଦ କେ.କବିତାଙ୍କ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଏକ ନିଚ୍ଛକ ଉଦାହରଣ ସୃଷ୍ଟି କରିଛି। ସେ ତାଙ୍କ ଭାଇ ତଥା ତେଲଙ୍ଗାନାର କ୍ୟାବିନେଟ୍ ମନ୍ତ୍ରୀ କେ.ଟି. ରାମା ରାଓଙ୍କ ହାତରେ ରାଖୀ ବାନ୍ଧିବା ସହ ଏକ ହେଲମେଟ୍ ଉପହାର ଦେଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରାଖୀ ପୂର୍ଣ୍ଣିମା ଅବସରରେ କେ.କବିତା Sisters4change ଏବଂ Gift a helmet ନାମରେ ଅଭିଯାନ ଆରମ୍ଭ କରି ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି। ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ରାଖୀ ବାନ୍ଧିବା ସହ ତାଙ୍କ ସୁରକ୍ଷା ପାଇଁ ସେ ଏକ ହେଲମେଟ୍ ଉପହାର ଦେବାକୁ ଭାରତର ସମସ୍ତ ଭଉଣୀଙ୍କୁ ନିବେଦନ କରିଥିଲେ। କାରଣ ପ୍ରତିଦିନ ଦେଶରେ ୪୦୦ରୁ ଊର୍ଦ୍ଧ୍ୱ ଲୋକ ବାଇକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଉଥିବା ଅଧିକାଂଶ ଲୋକ ବିନା ହେଲମେଟ୍‌ରେ ଯାତ୍ରା କରିଥାନ୍ତି।

ସୋସିଆଲ ମିଡିଆରେ କବିତାଙ୍କ ଏହି ସଚେତନତାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ନୀତିନ ଗଡକରୀ, ସାଇନା ନେହ୍ୱାଲ, ମିତାଲି ରାଜ, ବିରେନ୍ଦ୍ର ସେହୱାଗ ଏବଂ ଗୌତମ ଗମ୍ଭୀର ସମର୍ଥନ କରିଛନ୍ତି।

ଗତକାଲି ରାଖୀ ପୂର୍ଣ୍ଣିମା ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁର୍ଦଶନ ପଟ୍ଟନାୟକ ରାଖୀ ସହ ଏକ ହେଲମେଟ୍‌ର ବାଲୁକା କଳା କରିଥିଲେ। ହେଲମେଟ୍‌କୁ ସେ ଚଳିତବର୍ଷର ରାଖୀ ଥିମ୍ କରିଥିଲେ। ଏହି ବାଲୁକା କଳା ମାଧ୍ୟମରେ ଭାଇମାନଙ୍କ ସୁରକ୍ଷା ପାଇଁ ଭଉଣୀମାନେ ରାଖୀ ସହିତ ହେଲମେଟ୍ ଟିଏ ଉପହାର ଦେବା ପାଇଁ ସେ ଆହ୍ୱାନ ଦେଇଥିଲେ।

Related story