ରାସ୍ତାରେ ଗଡୁଛି ଷ୍ଟାର୍ ହୋଟେଲ୍: ଚର୍ଚ୍ଚାରେ ମୁକେଶଙ୍କ ୨୫କୋଟିର ଭ୍ୟାନିଟି ଭ୍ୟାନ୍

ମୁମ୍ବାଇ: ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ୱାନୀ ବୁଲିବେ ଭ୍ୟାନିଟି ଭ୍ୟାନ୍‌ରେ। ଚକିତ ହୋଇଗଲେ କି? ହଁ ଆଜ୍ଞା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଧଳା ରଙ୍ଗର ଭ୍ୟାନିଟି ଭ୍ୟାନ୍। ଏହାର ପ୍ରକୃତ ମାଲିକ କିଏ ଜଣା ପଡିନଥିଲେ ମଧ୍ୟ ଏହା ମୁକେଶ ଅମ୍ୱାନୀଙ୍କର ବୋଲି ଚର୍ଚ୍ଚା ହେଉଛି। ଚର୍ଚ୍ଚା ହେବନି ବା କେମିତି କାରଣ ୨୫ କୋଟିର ଏହି ଭ୍ୟାନିଟି ଭ୍ୟାନ୍‌ରେ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ। ଯାହା କୌଣସି ୫ […]

VANITY VAN

Rakesh Mallick
  • Published: Saturday, 13 May 2017
  • , Updated: 13 May 2017, 09:45 PM IST

ମୁମ୍ବାଇ: ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ୱାନୀ ବୁଲିବେ ଭ୍ୟାନିଟି ଭ୍ୟାନ୍‌ରେ। ଚକିତ ହୋଇଗଲେ କି? ହଁ ଆଜ୍ଞା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଧଳା ରଙ୍ଗର ଭ୍ୟାନିଟି ଭ୍ୟାନ୍। ଏହାର ପ୍ରକୃତ ମାଲିକ କିଏ ଜଣା ପଡିନଥିଲେ ମଧ୍ୟ ଏହା ମୁକେଶ ଅମ୍ୱାନୀଙ୍କର ବୋଲି ଚର୍ଚ୍ଚା ହେଉଛି। ଚର୍ଚ୍ଚା ହେବନି ବା କେମିତି କାରଣ ୨୫ କୋଟିର ଏହି ଭ୍ୟାନିଟି ଭ୍ୟାନ୍‌ରେ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ। ଯାହା କୌଣସି ୫ ଷ୍ଟାର ହୋଟେଲ ଠାରୁ ମଧ୍ୟ କମ୍ ନୁହେଁ।

ଅମ୍ୱାନୀଙ୍କ ଏହି ୪୦ ଫୁଟ ଲମ୍ୱ ଭ୍ୟାନ୍‌ଟି ଭ୍ୟାନ ସମ୍ପୂର୍ଣ୍ଣ ଭାବେ ବୁଲେଟ୍‌ପ୍ରୁଫ୍‌ରେ ତିଆରି ହୋଇଛି। ୨ଟି ବେଡରୁମ ବିଶିଷ୍ଟ ଅମ୍ୱାନୀଙ୍କ ଏହି ଭ୍ୟାନର ଡିଜାଇନ ପୁରାପୁରି ଭାବେ ଏକ ପ୍ଲେନର କକପିଟ ଭଳି। ଭ୍ୟାନ୍‌ ଭିତରେ ମନୋରଞ୍ଜନ ପାଇଁ ୪୦ ଇଞ୍ଚର ସ୍ମାର୍ଟ ଏଲଇଡି ଟିଭି ଲଗାଯାଇଛି। ଭ୍ୟାନ୍‌ର ଉପର ଭାଗରେ ଏକ ଆକର୍ଷଣୀୟ ସ୍କାଇ ଲାଉଞ୍ଜ ଅଛି ଯେଉଁଠି ବସି ଛୋଟ ପାର୍ଟି ମଧ୍ୟ କରିହେବ।  ଭ୍ୟାନଟି ଭ୍ୟାନ୍‌ରେ ଏକ ପାୱାରଫୁଲ ଏସି ଲାଗିଛି ଯାହାକି ୨୨ ସେକେଣ୍ଡ ମଧ୍ୟରେ ପୁରା ଭ୍ୟାନ୍‌ଟିକୁ ଥଣ୍ଡା କରିବାରେ ସକ୍ଷମ। ଭ୍ୟାନ୍‌ ଭିତରେ ନୂଆ ଟେକ୍ନୋଲୋଜି ବ୍ୟବହୃତ ହୋଇଥିବା ଏକ ମିଟିଂ ରୁମ ମଧ୍ୟ ରହିଛି। ବାହାରର ଶବ୍ଦ ଭିତରକୁ  ନ ଶୁଭିବା ପାଇଁ ଭ୍ୟାନ୍‌ଟିକୁ ସାଉଣ୍ଡ ପ୍ରୁଫ୍ କରାଯାଇଛି। ଭ୍ୟାନ୍‌ ଭିତରେ ଏକ ସ୍ପା ଓ ବର୍ଷାର ଅନୁଭୂତି ଦେଉଥିବା ଏକ ସାୱାର ମଧ୍ୟ ଲାଗିଛି। ଭ୍ୟାନ୍‌ଟିର ରେଜିଷ୍ଟ୍ରେସନ ବାବଦକୁ ଆରଟିଓ ନେଇଛି ୧.୮୨ କୋଟି ଟଙ୍କ।। ଯାହା ଏବେ ଭ୍ୟାନ୍‌ଟିକୁ ଟାଣି ଆଣିଛି ଚର୍ଚ୍ଚାର ପରିସରକୁ।

Courtesy- dainik bhaskar

 

 

Related story