କିଏ କହିଲା ମରିଗଲାଣି ଭାଇଚାରା? ହିନ୍ଦୁ ପଡ଼ୋଶୀଙ୍କ ଚିକିତ୍ସା ପାଇଁ କ’ଣ କଲେ ମୁସଲିମ୍ ଭାଇଭଉଣୀ ଶୁଣିଲେ ଆଖିକୁ ଲୁହ ଆସିଯିବ

ଧର୍ମ ନାଁରେ ରାଜନୀତି କରି ଦେଶକୁ ବାଣ୍ଟିବାରେ ଲାଗିପଡ଼ିଛନ୍ତି କିଛି ନୀଚ୍ଚମନା ଲୋକ। ବିଭିନ୍ନ ଧର୍ମ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଦେଶରେ ସାମ୍ପ୍ରଦାୟିକ ପରିସ୍ଥିତି ସୃଷ୍ଟି କରୁଛନ୍ତି। ହିନ୍ଦୁ ମୁସଲମାନ କରି ନିଜର ଭୋଟବ୍ୟାଙ୍କ ବଢ଼ାଉଛନ୍ତି। କିନ୍ତୁ ସେମାନଙ୍କର ଏପରି ଖଳ ଚାଲ୍ ଭାରତରେ କେବେବି ସମ୍ଭବ ହେବନାହିଁ। ନିକଟରେ ପଶ୍ଚିମବଙ୍ଗରେ ଘଟିଥିବା ଏକ ଘଟଣା ଏହା ପ୍ରମାଣ କରିଦେଇଛି। ଖଡ଼ଗପୁରର 35 ବର୍ଷୀୟ ଯୁବକ ଅବିର ଭୁନିଆ, ଏକ ମୋବାଇଲ ରିଚାର୍ଜ ଦୋକାନ କରି […]

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 05:05 PM IST

ଧର୍ମ ନାଁରେ ରାଜନୀତି କରି ଦେଶକୁ ବାଣ୍ଟିବାରେ ଲାଗିପଡ଼ିଛନ୍ତି କିଛି ନୀଚ୍ଚମନା ଲୋକ। ବିଭିନ୍ନ ଧର୍ମ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଦେଶରେ ସାମ୍ପ୍ରଦାୟିକ ପରିସ୍ଥିତି ସୃଷ୍ଟି କରୁଛନ୍ତି। ହିନ୍ଦୁ ମୁସଲମାନ କରି ନିଜର ଭୋଟବ୍ୟାଙ୍କ ବଢ଼ାଉଛନ୍ତି। କିନ୍ତୁ ସେମାନଙ୍କର ଏପରି ଖଳ ଚାଲ୍ ଭାରତରେ କେବେବି ସମ୍ଭବ ହେବନାହିଁ। ନିକଟରେ ପଶ୍ଚିମବଙ୍ଗରେ ଘଟିଥିବା ଏକ ଘଟଣା ଏହା ପ୍ରମାଣ କରିଦେଇଛି।

ଖଡ଼ଗପୁରର 35 ବର୍ଷୀୟ ଯୁବକ ଅବିର ଭୁନିଆ, ଏକ ମୋବାଇଲ ରିଚାର୍ଜ ଦୋକାନ କରି ପେଟ ପୋଷନ୍ତି। ନୂଆ କରି ବାହା ହୋଇଥିବା ଅବିର ବର୍ଷକ ତଳେ ତାଙ୍କ ବାପା ମାଆଙ୍କୁ ହରାଇଥିଲେ। ଖୁବଶୀଘ୍ର ସେ ବାପା ହେବାକୁ ବି ଯାଉଛନ୍ତି। ଏମିତି ବେଳରେ ତାଙ୍କୁ ମାଡ଼ି ବସିଲା ପ୍ରାଣଘାତକ ରୋଗ କ୍ୟାନସର। ଅବିର ହୋଡକିଂ ଲିମ୍ଫୋମା(ଏକପ୍ରକାର କ୍ୟାନସର) ରୋଗରେ ପୀଡ଼ିତ ହୋଇଗଲେ। ଯାହା ପଇସା ପତ୍ର ଥିଲା ତାହା ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଗଲା। ଡାକ୍ତରଖାନାରେ ତାଙ୍କର କେମୋଥେରାପି ଚାଲିଥିବା ବେଳେ ଅଧିକ ଚିକିତ୍ସା ପାଇଁ 12 ଲକ୍ଷ ଟଙ୍କାର ଆବଶ୍ୟକତା ପଡ଼ିଲା। ଏତେଗୁଡ଼ାଏ ଟଙ୍କା ଅବିରଙ୍କ ପତ୍ନୀ କେଉଁଠୁ ଯୋଗାଡ଼ କରିବେ କିଛି ବୁଝି ପାରୁନଥିଲେ। ସ୍ୱାମୀଙ୍କୁ ଫେରି ପାଇବାର ଆଶା ତାଙ୍କର ନଥିଲା।

ଦୁଃଖର ଏଭଳି ପରିସ୍ଥିତିରେ ସହାୟତାର ହାତ ବଢ଼ାଇଲେ କିଛି ପଡ଼ୋଶୀ ମୁସଲମାନ ଭାଇ। ନିଜ ଖୁସିକୁ ବଳିଦାନ ଦେଇ ନିଜର ହିନ୍ଦୁ ଭାଇର ଜୀବନ ବଞ୍ଚାଇବା ପାଇଁ ଲାଗିପଡ଼ିଲେ ସମାଜ ସଂଘ କ୍ଲବର ମୁସଲମାନ ଭାଇ ଭଉଣୀମାନେ। ଶେଷରେ ସ୍ଥିର ହେଲା ଏଥର ପବିତ୍ର ମହରମ ପର୍ବର ଶୋଭାଯାତ୍ରା ହେବ ନାହିଁ। ଏହି ଶୋଭାଯାତ୍ରାର ଖର୍ଚ୍ଚ କାଟ କରାଯାଇ ଅବିର ଭୁନିଆ ଚିକିତ୍ସାର ଖର୍ଚ୍ଚ କରାଯିବ। ଶେଷରେ ସେଇଆ ହେଲା। ଅବିରଙ୍କ ଚିକିତ୍ସା ପାଇଁ ସମାଜ ସଂଘ କ୍ଲବରୁ ଟଙ୍କା ଦିଆଗଲା। ସଂଘର ସମ୍ପାଦକ ଅମଜାଦ ଖାନ୍ କହିଲେ ଆଗ ଜୀବନ ବଞ୍ଚାଇବା ମଣିଷର ଧର୍ମ। ଶୋଭଯାତ୍ରା ତ ପ୍ରତ୍ୟେକ ବର୍ଷ ହେଉଛି, ହେବ।

ଏ ଘଟଣା ପରେ ଡାକ୍ତରଖାନାରେ ଅବିର କହିଥିଲେ, ‘ଜାଣିନି ମୁଁ ଭଲ ହେବି କି ନାହିଁ, କିନ୍ତୁ ମୋର ପଡ଼ୋଶୀ ଭାଇଭଉଣୀମାନଙ୍କ ଆଗରେ ମୁଁ ଋଣୀ ହୋଇଗଲି।’

ଏହି ଘଟଣା ପରେ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଦୁନିଆରେ ମଣିଷ ପଣିଆ ମରିନାହିଁ। କିଛିଟା ଖଳ ମାନସିକତାର ଲୋକେ ଅନର୍ଗଳ ବିଭାଜନର ବିଷ ଉଦ୍ଗାରୁଛନ୍ତି। କିନ୍ତୁ ସ୍ମେହ, ପ୍ରେମ, ଭଲପାଇବା ଓ ମଣିଷ ପଣିଆ ଆଗେ ସେ ସବୁ ଧିରେ ଧିରେ ନିଶ୍ଚିହ୍ନ ହୋଇଯିବ।

Related story