ମୁସଲମାନ ଯୁବକଙ୍କ ମୁହଁରେ ଗୋସୁରକ୍ଷାର ମନ୍ତ୍ର: ଗୋଶାଳା ପାଇଁ ଦାନ କଲେ ଜମି

ମୁଜାଫରନଗର:ଗୋରୁଙ୍କ ଲାଗି ଜଣେ ମୁସଲିମଙ୍କ ଦରଦ। ଏମିତି ଚିତ୍ର ଉତ୍ତରପ୍ରଦେଶର ମୁଜାଫରନଗରେ ଦେଖିବାକୁ ମିଳିଛି।  ଯେଉଁ ରାଜ୍ୟରେ ଗୋରୁଙ୍କୁ ନେଇ ହିନ୍ଦୁ-ମୁସଲିମଙ୍କ ମଧ୍ୟରେ କେତେ ବାଦ ବିବାଦ, କେତେ  ହିଂସା ଆଉ କେତେ ସଂଘର୍ଷ ଘଟେ ସେଇ ରାଜ୍ୟର ମୁଜାଫରନଗରର ପୁର୍କାଜୀ ଅଞ୍ଚଳର ଜଣେ ମୁସଲିଙ୍କ ମୁହଁରେ ଗୋ-ସୁରକ୍ଷାର ମନ୍ତ୍ର। ୪୦ ବର୍ଷୀୟ ସେଇ ଯୁବକ ଜଣକ ହେଉଛନ୍ତି ସର୍ଭଥ ଅଲ୍ଲୀ।  ଏହି ମୁସ୍‌ଲିମ ଯୁବକ ଜଣକ ଗୋଶାଳା ପାଇଁ ନିଜ ଜମି ଦାନ କରି ନିଆରା […]

cow

Rakesh Mallick
  • Published: Wednesday, 03 May 2017
  • , Updated: 03 May 2017, 10:00 PM IST

ମୁଜାଫରନଗର:ଗୋରୁଙ୍କ ଲାଗି ଜଣେ ମୁସଲିମଙ୍କ ଦରଦ। ଏମିତି ଚିତ୍ର ଉତ୍ତରପ୍ରଦେଶର ମୁଜାଫରନଗରେ ଦେଖିବାକୁ ମିଳିଛି।  ଯେଉଁ ରାଜ୍ୟରେ ଗୋରୁଙ୍କୁ ନେଇ ହିନ୍ଦୁ-ମୁସଲିମଙ୍କ ମଧ୍ୟରେ କେତେ ବାଦ ବିବାଦ, କେତେ  ହିଂସା ଆଉ କେତେ ସଂଘର୍ଷ ଘଟେ ସେଇ ରାଜ୍ୟର ମୁଜାଫରନଗରର ପୁର୍କାଜୀ ଅଞ୍ଚଳର ଜଣେ ମୁସଲିଙ୍କ ମୁହଁରେ ଗୋ-ସୁରକ୍ଷାର ମନ୍ତ୍ର।

୪୦ ବର୍ଷୀୟ ସେଇ ଯୁବକ ଜଣକ ହେଉଛନ୍ତି ସର୍ଭଥ ଅଲ୍ଲୀ।  ଏହି ମୁସ୍‌ଲିମ ଯୁବକ ଜଣକ ଗୋଶାଳା ପାଇଁ ନିଜ ଜମି ଦାନ କରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।  ତାଙ୍କରି ଦାନରେ ସେହି ଅଞ୍ଚଳରେ ଆଜି ଦୁଇ ଦୁଇଟି ଗୋଶାଳା ଠିଆ ହୋଇଛି । ସେଠି ଏବେ ଶହ ଶହ ଗୋରୁ ରହୁଛନ୍ତି। ଅଲ୍ଲୀଙ୍କ ଏହି ମହାନତା ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି।

Related story