ଆଜି 'ବକ୍ରୀ ଇଦ୍‌': ଜାଣନ୍ତୁ, କ'ଣ ପାଇଁ ଏହି ଦିନ ଦିଆଯାଏ କୁର୍ବାନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହୋଉଛି ‘ବକ୍ରୀ ଇଦ୍‌’ ବା ‘ଇଦ୍‌-ଉଲ୍‌-ଅଜ୍‌ହା‘। ଇସଲାମ ଧର୍ମ ଅନୁଯାୟୀ, ପୈଗମ୍ବର୍‌( ଆଲ୍ଲାଙ୍କ ଦୂତ) ହଜରତ୍ ଇବ୍ରାହିମ୍‌ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ନିଜ ପୁଅ ହଜରତ୍ ଇସ୍‌ମାଇଲ୍‌ଙ୍କର ‘କୁର୍ବାନି'(ବଳି) ଏହି ଦିନ ଦେବାକୁ ଯାଇଥିଲେ। କିନ୍ତୁ ଆଲ୍ଲା, ଇବ୍ରାହିମ୍‌ଙ୍କ ନିଷ୍ଠା ଦେଖି ତାଙ୍କ ଉପରେ ଖୁସି ହୋଇଯାଇଥିଲେ ଓ ପୁଅର ଜୀବନରକ୍ଷା କରିଥିଲେ। ସେବେଠାରୁ ଇବ୍ରାହିମ୍‌ଙ୍କ ମହାନ୍ ତ୍ୟାଗ ଓ ନିଷ୍ଠା ଏବଂ ଏହାର ପରିଣାମଙ୍କୁ ମନେପକାଇ ପ୍ରତିବର୍ଷ ଏହି ପର୍ବ ପାଳନ କରାଯାଏ। […]

eid

Jitendra Garnayak
  • Published: Wednesday, 22 August 2018
  • , Updated: 22 August 2018, 06:09 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହୋଉଛି 'ବକ୍ରୀ ଇଦ୍‌' ବା 'ଇଦ୍‌-ଉଲ୍‌-ଅଜ୍‌ହା'। ଇସଲାମ ଧର୍ମ ଅନୁଯାୟୀ, ପୈଗମ୍ବର୍‌( ଆଲ୍ଲାଙ୍କ ଦୂତ) ହଜରତ୍ ଇବ୍ରାହିମ୍‌ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ନିଜ ପୁଅ ହଜରତ୍ ଇସ୍‌ମାଇଲ୍‌ଙ୍କର 'କୁର୍ବାନି'(ବଳି) ଏହି ଦିନ ଦେବାକୁ ଯାଇଥିଲେ। କିନ୍ତୁ ଆଲ୍ଲା, ଇବ୍ରାହିମ୍‌ଙ୍କ ନିଷ୍ଠା ଦେଖି ତାଙ୍କ ଉପରେ ଖୁସି ହୋଇଯାଇଥିଲେ ଓ ପୁଅର ଜୀବନରକ୍ଷା କରିଥିଲେ। ସେବେଠାରୁ ଇବ୍ରାହିମ୍‌ଙ୍କ ମହାନ୍ ତ୍ୟାଗ ଓ ନିଷ୍ଠା ଏବଂ ଏହାର ପରିଣାମଙ୍କୁ ମନେପକାଇ ପ୍ରତିବର୍ଷ ଏହି ପର୍ବ ପାଳନ କରାଯାଏ।

[caption id="attachment_266464" align="alignnone" width="750"] ଭୁବନେଶ୍ୱରର ୟୁନିଟ୍ ୪ ସ୍ଥିତ ମସ୍‌ଜିଦ୍‌ରେ ଇଦ୍‌ ଅବସରରେ ଦୁଇ ଜଣ ବ୍ୟକ୍ତି[/caption]

ଆରବୀୟ ଭାଷାରେ 'ବକର୍' ଅର୍ଥ ହେଉଛି ବଡ଼ ଜାନ୍‌ୱର୍ ବା ବଡ଼ ପଶୁ। ଯାହାକୁ ଏହି ଦିନ ବଳି ଦିଆଯାଏ। ଏହି ଶବ୍ଦ ଧୀରେ ଧୀରେ ବଦଳି ଭାରତ, ପାକିସ୍ତାନ୍ ଓ ବାଂଲାଦେଶରେ 'ବକ୍ରୀ ଇଦ୍‌' ହୋଇଛି।

ଆରବୀୟ ଶବ୍ଦ 'ଇଦ୍-ଏ-କୁର୍ବା'ର ଅର୍ଥ ହେଉଛି ବଳିଦାନର ଭାବନା। ହଜ୍‌ ମାସରେ ଈଶ୍ୱର ବା ଖୁଦାଙ୍କୁ ଖୁସି କରିବାକୁ ବଳିଦାନ ଦିଆଯାଏ।

କୁହାଯାଏ ଯେ ହଜରତ୍‌ ଇବ୍ରାହିମ୍‌ଙ୍କ ପରିବାରରେ ତାଙ୍କ ପତ୍ନୀ ହାଜ୍‌ରା ଓ ପୁତ୍ର ଇସ୍‌ମାଇଲ୍ ଥିଲେ। ଥରେ ହଜରତ୍‌ ଇବ୍ରାହିମ୍‌ ସ୍ୱପ୍ନ ଦେଖିଲେ ଯେ ସେ ଆଲ୍ଲାଙ୍କ ନିର୍ଦ୍ଦେଶରେ ନିଜ ପୁଅ ଇସ୍‌ମାଇଲ୍‌ଙ୍କର କୁର୍ବାନୀ ବା ବଳି ଦେଉଛନ୍ତି। ଏହି ସ୍ୱପ୍ନ ଦେଖି ସାରିବା ପରେ ହଜରତ୍‌ ଇବ୍ରାହିମ୍‌ ନିଜ ୧୦ ବର୍ଷର ପୁଅ ଇସ୍‌ମାଇଲ୍‌ଙ୍କ କୁର୍ବାନୀ ଦେବାକୁ ପ୍ରସ୍ତୁତ ହୋଇଗଲେ।କେବେ ପାଳନ ହୁଏ 'ବକ୍ରି ଇଦ୍‌' ବା 'ଇଦ୍‌-ଉଲ୍‌-ଅଜ୍‌ହା'?

ଇଦ୍‌-ଉଲ୍‌-ଅଜ୍‌ହା ପର୍ବ, ହିଜ୍ରିର ଶେଷ ମାସ ଜୁଲ୍‌ ହିଜ୍ଜରେ ପାଳନ କରାଯାଏ। ଏହି ମାସରେ ସାରା ଦୁନିଆର ମୁସଲମାନ୍‌ମାନେ ସାଉଦି ଆରବରେ ଥିବା ପବିତ୍ର ସ୍ଥାନ ମକ୍କାରେ ଏକତ୍ରିତ ହୋଇ ହଜ୍ ପୂରା କରନ୍ତି। 'ଇଦ୍‌-ଉଲ୍‌-ଅଜ୍‌ହା'ର ଅର୍ଥ ହେଉଛି ତ୍ୟାଗପୂର୍ଣ୍ଣ ଇଦ୍‌। ଏହି ଦିନ ପଶୁଙ୍କୁ ବଳି ଦେବାର ଇସ୍‌ଲାମ୍‌ ଧର୍ମରେ ଏକ ପରମ୍ପରା ରହିଛି।

କ'ଣ ରହିଛି କିମ୍ବଦନ୍ତୀ ?

କୁହାଯାଏ ଯେ ହଜରତ୍‌ ଇବ୍ରାହିମ୍‌ଙ୍କ ପରିବାରରେ ତାଙ୍କ ପତ୍ନୀ ହାଜ୍‌ରା ଓ ପୁତ୍ର ଇସ୍‌ମାଇଲ୍ ଥିଲେ। ଥରେ ହଜରତ୍‌ ଇବ୍ରାହିମ୍‌ ସ୍ୱପ୍ନ ଦେଖିଲେ ଯେ ସେ ଆଲ୍ଲାଙ୍କ ନିର୍ଦ୍ଦେଶରେ ନିଜ ପୁଅ ଇସ୍‌ମାଇଲ୍‌ଙ୍କର କୁର୍ବାନୀ ବା ବଳି ଦେଉଛନ୍ତି। ଏହି ସ୍ୱପ୍ନ ଦେଖି ସାରିବା ପରେ ହଜରତ୍‌ ଇବ୍ରାହିମ୍‌ ନିଜ ୧୦ ବର୍ଷର ପୁଅ ଇସ୍‌ମାଇଲ୍‌ଙ୍କ କୁର୍ବାନୀ ଦେବାକୁ ପ୍ରସ୍ତୁତ ହୋଇଗଲେ। ବଳି ଦେବା ବେଳେ ପୁତ୍ର ପ୍ରେମରେ ତାଙ୍କ ହାତ ଯେପରି ନଥରିବ, ସେଥିପାଇଁ ସେ ନିଜ ଆଖି ବନ୍ଦ କରିଦେଇଥିଲେ। କିନ୍ତୁ ବଳି ଦେଇ ସାରିବା ପରେ ଯେତେବେଳେ ଆଖି ଖୋଲିଲେ, ସେତେବେଳେ ଦେଖିଲେ ଯେ ତାଙ୍କ ପୁଅ ସମ୍ପୁର୍ଣ୍ଣ ସୁରକ୍ଷିତ ଅଛି। ପୁଅ ଇସ୍‌ମାଇଲ୍‌ଙ୍କ ଜାଗାରେ ଆଲ୍ଲା ଏକ ବଡ଼ ପଶୁର ବଳିକୁ ସ୍ୱୀକାର କରିଛନ୍ତି। ସେବେଠୁ ଏହି ଦିନ ମୁସଲ୍‌ମାନ୍‌ମାନେ ନିଜ ପ୍ରିୟ ଜିନିଷର କୁର୍ବାନୀ ଦେବାର ପରମ୍ପରା ରହିଆସିଛି।

Related story