କୌତୂହଳୀ ଘଟଣା: ଆକାଶରେ ଦିଶୁଛି ଉଡ଼ନ୍ତା ସହର, ବୈଜ୍ଞାନିକ କହିଲେ- ଏ ସବୁ କୁହେଳିକା ମାତ୍ର

ସହରରେ ରହିବାକୁ ସମସ୍ତଙ୍କୁ ଭଲ ଲାଗେ। ଗାଁର ଧୂଳିମାଟିରୁ ଦୂରେଇ, ଚକାଚକ ସହରରେ ରହିବାକୁ ଚାଲି ଆସନ୍ତି ବହୁ ଲୋକ। ସମସ୍ତଙ୍କର ଧାରଣା, ସହରରେ ମିଳିଥାଏ ସବୁ ସୁବିଧା ସୁଯୋଗ। ତେବେ ଯଦି ଆକାଶରେ ସହରଟିଏ ଥିବ ଓ ସେଠାରେ ଆପଣଙ୍କୁ ରହିବାକୁ କୁହାଯିବ, ତେବେ ଆପଣ କ’ଣ କରିବେ? କଥାଟି ଶୁଣି ଆପଣ ନିଶ୍ଚିତ ପ୍ରଲୋଭିତ ହୋଇ ସାରିବେଣି। ପ୍ରଥମେ ଭାବୁଥିବେ, କଥାଟି ଆଦୌ ସତ ନୁହେଁ। ବାସ୍ତବରେ ଏପରି ଏକ ସହର ଦେଖିବାକୁ ମିଳିଛି […]

sky

Rakesh Mallick
  • Published: Friday, 28 July 2017
  • , Updated: 28 July 2017, 04:59 PM IST

ସହରରେ ରହିବାକୁ ସମସ୍ତଙ୍କୁ ଭଲ ଲାଗେ। ଗାଁର ଧୂଳିମାଟିରୁ ଦୂରେଇ, ଚକାଚକ ସହରରେ ରହିବାକୁ ଚାଲି ଆସନ୍ତି ବହୁ ଲୋକ। ସମସ୍ତଙ୍କର ଧାରଣା, ସହରରେ ମିଳିଥାଏ ସବୁ ସୁବିଧା ସୁଯୋଗ। ତେବେ ଯଦି ଆକାଶରେ ସହରଟିଏ ଥିବ ଓ ସେଠାରେ ଆପଣଙ୍କୁ ରହିବାକୁ କୁହାଯିବ, ତେବେ ଆପଣ କ’ଣ କରିବେ? କଥାଟି ଶୁଣି ଆପଣ ନିଶ୍ଚିତ ପ୍ରଲୋଭିତ ହୋଇ ସାରିବେଣି। ପ୍ରଥମେ ଭାବୁଥିବେ, କଥାଟି ଆଦୌ ସତ ନୁହେଁ। ବାସ୍ତବରେ ଏପରି ଏକ ସହର ଦେଖିବାକୁ ମିଳିଛି ଆକାଶରେ। ଏହାକୁ କିଛି ଲୋକ ଭିଡିଓ ସୁଟିଂ କରଇଛନ୍ତି ମଧ୍ୟ। ଏହା ଯେତେ ରହସ୍ୟମୟ ସେତେ କୌତୂହଳ ମଧ୍ୟ ସୃଷ୍ଟି କରିଛି।

ଏପରି ଏକ ରହସ୍ୟମୟ ସହର ଦେଖିବାକୁ ମିଳିଛି ଚୀନ୍‌ରେ। ମେଘାଚ୍ଛନ୍ନ ଆକାଶରୁ ଯେତେବେଳେ ମେଘଖଣ୍ଡ ହଟିଲା, ଝାପସା ସୂର୍ଯ୍ୟକିରଣରେ ଦେଖିବାକୁ ମିଳିଥିଲା ଏକ ଉଡ଼ନ୍ତା ସହର। ବଡ଼ ବଡ଼ ଅଟ୍ଟାଳିକାରେ ଥିଲା ଏହି ସହର। ଏହା ଦେଖିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଏଲିୟନ ନିଜ ସହର ସହ ଉଡି ଆସିଥିବା ପ୍ରଚାର ହୋଇଗଲା। ଯିଏ ଯିଏ ଏହି ସହର ଦେଖିଲେ, ସେମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଗଲା। ଏପରି ସ୍ଥିତିରେ କିଛି ଲୋକ ସାହସ କରି ଏହି ଦୃଶ୍ୟର ଭିଡିଓ ସୁଟିଂ କରିଥିଲେ। ଯାହା ସୋସିଆଲ ମିଡିଆରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି।

କିନ୍ତୁ ଆକାଶରେ ଏପରି ସହର ଦେଖାଯିବା ଘଟଣାକୁ ବୈଜ୍ଞାନିକମାନେ ଖଣ୍ଡନ କରିଛନ୍ତି। ସେମାନଙ୍କ ମତରେ ଅପ୍ଟିକାଲ ଇଲ୍ୟୁଜନ କାରଣରୁ ଏପରି ଦୃଶ୍ୟ ଦେଖିବାକୁ ମିଳିଥାଏ।

ସୂଚନାଯୋଗ୍ୟ ଯେ, ଗତ ଦୁଇବର୍ଷ ମଧ୍ୟରେ ଚୀନ୍‌ରେ ଏପରି ଦୃଶ୍ୟ ଦୁଇଥର ଦେଖିବାକୁ ମିଳିଲାଣି। ଏହା ପୂର୍ବରୁ ଇଂଲଣ୍ଡ ଏବଂ ଆମେରିକାର ନ୍ୟୁୟର୍କ ଓ କାଲିଫର୍ଣ୍ଣିଆ ଆକାଶରେ ଏପରି ଉଡ଼ନ୍ତା ସହର ଦେଖିବାକୁ ମିଳିଥିଲା।

Related story