ମହାଭାରତ ରଚିଥିଲା ମୃତ୍ୟୁର ତାଣ୍ଡବ: କୁଆଡ଼େ ଯାଇଥିଲା କୁଢ କୁଢ ଶବ
ମହାଭାରତ ଯୁଦ୍ଧ ବିଷୟରେ ପ୍ରାୟ ସମସ୍ତ ଉଣା ଅଧିକେ ଜାଣିଥିବେ। ଏହି ଯୁଦ୍ଧରେ ଅନେକ ବୀର ଯୋଦ୍ଧା ନିଜ ପ୍ରାଣ ଉତ୍ସର୍ଗ କରିଛନ୍ତି। ଏହି ଯୁଦ୍ଧରେ ଏତେ ସଂଖ୍ୟକ ଯୋଦ୍ଧା ମୃତ୍ୟୁବରଣ କରିଥିଲେ ଯେ, ଯୁଦ୍ଧ ହୋଇଥିବା କୁରୁକ୍ଷେତ୍ରର ମାଟି କାଳେ ଆଜିଯାଏଁ ଲାଲ୍ ହୋଇ ରହିଛି। ମନରେ ପ୍ରଶ୍ନ ଉଠେ, ସେତେବେଳେ ଏତେ ସଂଖ୍ୟକ ଯୋଦ୍ଧାଙ୍କ ମୃତ ଶରୀରର କିପରି ଅନ୍ତିମ ସଂସ୍କାର କରାଯାଇଥିଲା। ପୁରାଣ ଉପରେ ଗବେଷଣା କରୁଥିବା ପଣ୍ଡିତମାନଙ୍କ କହିବା ଅନୁଯାୟୀ, ସୂର୍ଯ୍ୟ […]
ମହାଭାରତ ଯୁଦ୍ଧ ବିଷୟରେ ପ୍ରାୟ ସମସ୍ତ ଉଣା ଅଧିକେ ଜାଣିଥିବେ। ଏହି ଯୁଦ୍ଧରେ ଅନେକ ବୀର ଯୋଦ୍ଧା ନିଜ ପ୍ରାଣ ଉତ୍ସର୍ଗ କରିଛନ୍ତି। ଏହି ଯୁଦ୍ଧରେ ଏତେ ସଂଖ୍ୟକ ଯୋଦ୍ଧା ମୃତ୍ୟୁବରଣ କରିଥିଲେ ଯେ, ଯୁଦ୍ଧ ହୋଇଥିବା କୁରୁକ୍ଷେତ୍ରର ମାଟି କାଳେ ଆଜିଯାଏଁ ଲାଲ୍ ହୋଇ ରହିଛି। ମନରେ ପ୍ରଶ୍ନ ଉଠେ, ସେତେବେଳେ ଏତେ ସଂଖ୍ୟକ ଯୋଦ୍ଧାଙ୍କ ମୃତ ଶରୀରର କିପରି ଅନ୍ତିମ ସଂସ୍କାର କରାଯାଇଥିଲା।
ପୁରାଣ ଉପରେ ଗବେଷଣା କରୁଥିବା ପଣ୍ଡିତମାନଙ୍କ କହିବା ଅନୁଯାୟୀ, ସୂର୍ଯ୍ୟ ଢ଼ଳିବା ମାତ୍ରେ ଯୁଦ୍ଧ ବନ୍ଦ କରି ଦିଆ ଯାଉଥିଲା। ଯୁଦ୍ଧଭୂମିରେ ପଡି ରହିଥିବା କିଛି ମୃତଦେହର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଅନ୍ୟକିଛି ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଥିଲା। କୁରୁକ୍ଷେତ୍ରର ପୌରାଣିକ ଇତିହାସ ଉପରେ ଗବେଷଣା କରୁଥିବା ଅମଲ ନନ୍ଦନଙ୍କ ଅନୁଯାୟୀ, ଶରଶଯ୍ୟାରେ ଶୋଇ ମହାଭାରତ ଯୁଦ୍ଧ ଦେଖୁଥିବା ପିତାମହ ଭୀଷ୍ମ ଶେଷ ନିଶ୍ୱାସ ତ୍ୟାଗ କରିବା ପରେ କୁରୁକ୍ଷେତ୍ରର ଯୁଦ୍ଧ ଭୂମିକୁ ସମ୍ପୂର୍ଣ୍ଣ ଭାବେ ଜାଳି ଦିଆ ଯାଇଥିଲା। ଏହା ପଛରେ ମଧ୍ୟ ଏକ ମହତ୍ ଉଦ୍ଦେଶ୍ୟ ରହିଥିଲା। ଏହାଦ୍ୱାରା ଯୁଦ୍ଧରେ ପ୍ରାଣ ହରାଇଥିବା ସମସ୍ତ ଯୋଦ୍ଧାଙ୍କ ଆତ୍ମା ସ୍ୱର୍ଗରେ ସ୍ଥାନ ପାଇବା ସହ ସମସ୍ତଙ୍କ ମୃତଦେହର ଶୁଦ୍ଧିକରଣ ହୋଇଯିବ ବୋଲି ବିଶ୍ୱାସ ରହିଥିଲା।
ଯୁଦ୍ଧ ପରେ ସମଷ୍ତେ ନିଜ ପ୍ରିୟଜନଙ୍କୁ ଝୁରି ହେଉଥିଲେ। ଆଉଥରେ ନିଜ ପ୍ରିୟଜନଙ୍କୁ ଦେଖିବା ପାଇଁ ସମସ୍ତେ ମହର୍ଷି ବ୍ୟାସଙ୍କ ନିକଟରେ ନିବେଦନ କଲେ। ମହର୍ଷି ସମସ୍ତଙ୍କ କଥାରେ ସମ୍ମତି ପୂର୍ବକ ଗଙ୍ଗ। ନଦୀ କୂଳରେ ନିଜ ଶକ୍ତିବଳରେ ଉଭୟ ପକ୍ଷର ଯୋଦ୍ଧାଙ୍କୁ ଦର୍ଶନ ଦେବାକୁ ଆହ୍ୱାନ କଲେ। କିଛି ସମୟ ମଧ୍ୟରେ ପ୍ରାଣ ହରାଇଥିବା ସମସ୍ତ ଯୋଦ୍ଧା ନଦୀ ମଧ୍ୟରୁ ପ୍ରକଟ ହେଲେ। ଏହି ମିଳନ ସମୟରେ ପ୍ରଥମଥର ପାଇଁ କୌଣସି ଯୋଦ୍ଧାଙ୍କ ମନରେ କାହାପ୍ରତି ଅହଂକାର କିମ୍ୱା କ୍ରୋଧ ନଥିଲା।