ଶିବ ମନ୍ଦିରର ମାହାତ୍ମ୍ୟ: ପୂଜା କରିବାକୁ ଆସନ୍ତି ନାଗନାଗୁଣୀ, କ୍ଷୀରରୁ ବାହାରେନା ଲହୁଣୀ

କୁରୁକ୍ଷେତ୍ର: ଆରମ୍ଭ ହୋଇଛି ଶ୍ରାବଣ ମାସ। ଭୋଳାବାବାର ଆଶିଷ ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ଏହି ଶ୍ରାବଣ ମାସରେ ପାଣିଭାର ନେଇ କାଉଡିଆ ମାନେ ଭୋଳାବାବାର ଜଳାଭିଷେକ କରିଥାନ୍ତି। ଭାରତରେ ଏପରି କିଛି ଶିବ ମନ୍ଦିର ରହିଛି ଯେଉଁଠି କେବଳ ମଣିଷ ନୁହେଁ, ବିଷଧର ନାଗସାପ ମଧ୍ୟ ନୀଳକଣ୍ଠଙ୍କର ପୂଜା କରିବାକୁ ଆସିଥାନ୍ତି। ହରିୟାଣାର କୈଥଲ ଜିଲ୍ଲାରେ ରହିଛି ସଙ୍ଗମେଶ୍ୱର ମହାଦେବ ମନ୍ଦିର। ବର୍ଷକୁ ଥରେ ଏହି ମନ୍ଦିରରେ ଥିବା ଶିବଲିଙ୍ଗ ପାଖରେ […]

sangemeswar temple

Rakesh Mallick
  • Published: Thursday, 13 July 2017
  • , Updated: 13 July 2017, 06:21 PM IST

କୁରୁକ୍ଷେତ୍ର: ଆରମ୍ଭ ହୋଇଛି ଶ୍ରାବଣ ମାସ। ଭୋଳାବାବାର ଆଶିଷ ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ଏହି ଶ୍ରାବଣ ମାସରେ ପାଣିଭାର ନେଇ କାଉଡିଆ ମାନେ ଭୋଳାବାବାର ଜଳାଭିଷେକ କରିଥାନ୍ତି। ଭାରତରେ ଏପରି କିଛି ଶିବ ମନ୍ଦିର ରହିଛି ଯେଉଁଠି କେବଳ ମଣିଷ ନୁହେଁ, ବିଷଧର ନାଗସାପ ମଧ୍ୟ ନୀଳକଣ୍ଠଙ୍କର ପୂଜା କରିବାକୁ ଆସିଥାନ୍ତି।

ହରିୟାଣାର କୈଥଲ ଜିଲ୍ଲାରେ ରହିଛି ସଙ୍ଗମେଶ୍ୱର ମହାଦେବ ମନ୍ଦିର। ବର୍ଷକୁ ଥରେ ଏହି ମନ୍ଦିରରେ ଥିବା ଶିବଲିଙ୍ଗ ପାଖରେ ନାଗ ନାଗୁଣୀର ଯୋଡିଙ୍କୁ ଦେଖିବାକୁ ମିଳିଥାଏ। ଏପରିକି ମନ୍ଦିରରେ ଥିବା ଶିବଲିଙ୍ଗର ଚାରିପାଖରେ ନାଗ ନାଗୁଣୀ ଯୋଡି ପରିକ୍ରମା କରିଥାନ୍ତି। ଏହି ଦୃଶ୍ୟକୁ ଦେଖିବା ପାଇଁ ମନ୍ଦିରରେ ପ୍ରବଳ ଭିଡ ହୋଇଥାଏ। କିନ୍ତୁ ଏତେ କୋଳାହଳମୟ ପରିବେଶ ଭିତରେ ମଧ୍ୟ ନାଗ-ନାଗୁଣୀ ଯୋଡି କାହାର କିଛି କ୍ଷତି ନକରି ନିଜ ଆରାଧ୍ୟଙ୍କୁ ପୂଜା କରି ନିଜ ବାଟରେ ଚାଲି ଯାଇଥାନ୍ତି। ପୁରାଣ ଅନୁଯାୟୀ, ଭଗବାନ ଶିବ ସ୍ୱୟଂ ଏଠାରେ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ମୁଖ୍ୟ ମନ୍ଦିରରେ ଶମ୍ଭୁ ନାମରେ ଭଗବାନ ଶିବ ଏଠାରେ ପୂଜା ପାଇଥାନ୍ତି। ଦେବୀ ସରସ୍ୱତୀ ଅଭିଶାପରୁ ମୁକ୍ତି ପାଇବା ପାଇଁ ଏହି ପୀଠକୁ ଆସି ଭଗବାନ ଶିବଙ୍କୁ ଆରଧନା କରିଥିଲେ। ଏହି ପୀଠର ଅନ୍ୟ ଏକ ମାହାତ୍ମ୍ୟ ହେଲା, ଏଠାରେ କ୍ଷୀର ମନ୍ଥନ କଲେ ମଧ୍ୟ ଏଥିରୁ ଲହୁଣୀ ବାହାରେ ନାହିଁ। ଯଦି କେହି ଏପରି ପ୍ରୟାସ କରେ ତେବେ କ୍ଷୀର ନଷ୍ଟ ହେବା ସହ ବିଭିନ୍ନ ପୋକଜୋକରେ ଭର୍ତ୍ତି ହୋଇ ଯାଇଥାଏ।

ନିଜ ମନସ୍କାମନା ପୂରଣ କରିବାକୁ ବିଭିନ୍ନ ନେତା ଓ ବଡ ବଡ ବେପାରୀ ଏଠାକୁ ଆସିଥାନ୍ତି। ଏପରିକି ମାନସିକ ଚିନ୍ତାରେ ଥିବା ଲୋକ ଶିବ ଲିଙ୍ଗ ଉପରେ ଜଳାଭିଷେକ କରିବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ।

 

Related story