‘ସୁପରଭଲକାନୋ’ ଭୟ: ବିସ୍ଫୋରଣ ରୋକିବାକୁ ଢଳା ଯିବ ପାଣି

ନୂଆଦିଲ୍ଲୀ: ସୁପ୍ତ ଅବସ୍ଥାରେ ଥିବା ଆଗ୍ନେୟଗିରି ଜୀବନ୍ତ ହେଲେ ଲାଭା ଉଦ୍‌ଗୀରଣ ହୁଏ। ଲାଭା ଉଦ୍‌ଗୀରଣ କେତେ ଭୟାନକ ଏହା କାହାରିକୁ ଅଜଣା ନୁହେଁ! ଅନେକ ସମୟରେ ଏହା ମହାବିନାଶର ରୂପ ଧାରଣ କରେ। ତେବେ ସାରା ବିଶ୍ୱକୁ ଲାଭା ଉଦ୍‌ଗୀରଣ କବଳରୁ ରକ୍ଷା କରିବା ପାଇଁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଏକ ଯୋଜନା ପ୍ରସ୍ତୁତ କରିଛି।  ଆମେରିକାର ୟେଲୋଷ୍ଟୋନ୍ ପାର୍କରେ ଏପରି ଏକ ଆଗ୍ନେୟଗିରି ଅଛି ଯାହା ପୂରା ଦୁନିଆକୁ ନଷ୍ଟ କରିବାର […]

Super volcano

Rakesh Mallick
  • Published: Monday, 21 August 2017
  • , Updated: 22 August 2017, 07:53 AM IST

ନୂଆଦିଲ୍ଲୀ: ସୁପ୍ତ ଅବସ୍ଥାରେ ଥିବା ଆଗ୍ନେୟଗିରି ଜୀବନ୍ତ ହେଲେ ଲାଭା ଉଦ୍‌ଗୀରଣ ହୁଏ। ଲାଭା ଉଦ୍‌ଗୀରଣ କେତେ ଭୟାନକ ଏହା କାହାରିକୁ ଅଜଣା ନୁହେଁ! ଅନେକ ସମୟରେ ଏହା ମହାବିନାଶର ରୂପ ଧାରଣ କରେ। ତେବେ ସାରା ବିଶ୍ୱକୁ ଲାଭା ଉଦ୍‌ଗୀରଣ କବଳରୁ ରକ୍ଷା କରିବା ପାଇଁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଏକ ଯୋଜନା ପ୍ରସ୍ତୁତ କରିଛି।  ଆମେରିକାର ୟେଲୋଷ୍ଟୋନ୍ ପାର୍କରେ ଏପରି ଏକ ଆଗ୍ନେୟଗିରି ଅଛି ଯାହା ପୂରା ଦୁନିଆକୁ ନଷ୍ଟ କରିବାର କ୍ଷମତା ରଖିଛି। ତେବେ ଏହି ‘ସୁପରଭଲକାନୋ’କୁ ଫାଟିବା ପୂର୍ବରୁ କିପରି ରୋକା ଯାଇପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରିଛି ନାସା।

ନାସାର ଗବେଷକମାନେ ଯେଉଁ ଉପାୟଟି ବାହାର କରିଛନ୍ତି ସେହି ଅନୁଯାୟୀ ଆଗ୍ନେୟଗିରିର ପାଦଦେଶକୁ ଖୋଳାଗଲେ ସମସ୍ୟାର ସମାଧାନ ହୋଇଯିବ। ଉକ୍ତ ସ୍ଥାନଟିକୁ ଖୋଳିବା ପରେ ଉଚ୍ଚ ଚାପ ଯୁକ୍ତ ୱାଟର ଜେଟ୍ସ ସାହାଯ୍ୟରେ ଆଗ୍ନେୟଗିରିକୁ ଥଣ୍ଡା କରିବା ପାଇଁ ପାଣି ଢଳା ଯିବ ଏବଂ ଏହାକୁ ଫାଟିବାରୁ ରୋକା ଯିବ।

ନାସାର ଜେଟ୍‌ ପ୍ରପଲଜନ ଲାବୋରେଟୋରୀ(ଜେପିଏଲ୍‌)ର ବ୍ରାୟନ୍ ୱିଲକକ୍ସ କହିଛନ୍ତି,“ ‘ସୁପରଭଲକାନୋ’ ଫାଟିଲେ ଦୀର୍ଘ ଦିନ ଧରି ପୃଥିବୀ ଉପରେ ଏହାର ପ୍ରଭାବ ପଡ଼ିବ। ପୂରା ବିଶ୍ୱରେ ଖାଦ୍ୟାଭାବ ଦେଖା ଦେଇପାରେ। ଦୁର୍ଭିକ୍ଷ ପଡ଼ିପାରେ। ଚାରିଆଡେ ସଲଫର୍‌ ଡାଇଅକ୍‌ସାଇଡ୍‌ ମାତ୍ରା ବଢ଼ିଯିବ।”

ଆଗ୍ନେୟଗିରିକୁ ଫାଟିବାକୁ ନଦେବା ପାଇଁ ନାସା ବାହାର କରିଥିବା ଉପାୟଟି କିଛି କମ୍ ବିପଦପୂର୍ଣ୍ଣ ନୁହେଁ। ଆଗ୍ନେୟଗିରିରେ ମାଗ୍‌ମା ଚାମ୍ବର ନାଁରେ ଏକ ସ୍ତର ରହିଛି। ଏହାର ଉପରଭାଗ ଭାରି କୋମଳ ହୋଇଥାଏ। ଏହା ଭାଙ୍ଗି ଗଲେ ବହୁତ ବିଷାକ୍ତ ଗ୍ୟାସ୍ ବାହାରିବ। ଏହା ପରିବେଶ ପାଇଁ ବହୁତ କ୍ଷତିକାରକ।

ଆମେରିକାର ଜିଓଲୋଜିକାଲ ସର୍ଭେର ୱେବସାଇଟ୍‌ରେ କୁହାଯାଇଛି ଯେ ୟେଲୋଷ୍ଟୋନ୍ ପ୍ରତି ୬ ଲକ୍ଷ ବର୍ଷରେ  ଥରେ ଫାଟିଥାଏ। ଏବେ ନାସା ୟେଲୋଷ୍ଟୋନ୍ ୧୦ କିଲୋମିଟର ଅଞ୍ଚଳରେ ଖୋଳିବାକୁ ଯୋଜନା କରୁଛି। ୨୦୧୪ ମସିହାରେ ଏହି ଆଗ୍ନେୟଗିରି ସଂପର୍କରେ ପ୍ରଥମେ ଜଣାପଡ଼ିଥିଲା।

Related story