ବୈଜ୍ଞାନିକଙ୍କୁ ବଡ଼ ସଫଳତା: ଆଉ ଶରୀରରେ ବ୍ୟାପୀ ପାରିବନି କ୍ୟାନସର, ରୋକିବାକୁ ମିଳିଗଲା ତରିକା!

କ୍ୟାନସର ବିରୁଦ୍ଧରେ ବୈଜ୍ଞାନିକମାନେ ଲଢ଼େଇ ଜାରି ରଖିଛନ୍ତି। ସବୁ ପ୍ରକାର କ୍ୟାନସର ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ଗବେଷଣା। ଏଭଳି ଏକ ସ୍ଥିତିରେ ଜନ୍ ହପ୍‌କିନ୍‌ସ ବିଶ୍ୱବିଦ୍ୟାଳୟର ଏକ ବୈଜ୍ଞାନିକ ଟିମ୍‌ ପ୍ରଥମ ଥର ପାଇଁ କାହିଁକି କ୍ୟାନସର ଶରୀରରେ ବ୍ୟାପେ ସେ ବିଷୟରେ ଗବେଷଣା କରି ଜାଣିପାରିଛନ୍ତି। କ୍ୟାନସରକୁ କିପରି ବ୍ୟାପିବାକୁ ଦିଆ ନ ଯିବ ସେ ନେଇ ବି ସେମାନେ ଗବେଷଣା କରି ଜାଣିପାରିଛନ୍ତି। ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ୯୦ ପ୍ରତିଶତ […]

cancer

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 01:35 PM IST

କ୍ୟାନସର ବିରୁଦ୍ଧରେ ବୈଜ୍ଞାନିକମାନେ ଲଢ଼େଇ ଜାରି ରଖିଛନ୍ତି। ସବୁ ପ୍ରକାର କ୍ୟାନସର ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ଗବେଷଣା। ଏଭଳି ଏକ ସ୍ଥିତିରେ ଜନ୍ ହପ୍‌କିନ୍‌ସ ବିଶ୍ୱବିଦ୍ୟାଳୟର ଏକ ବୈଜ୍ଞାନିକ ଟିମ୍‌ ପ୍ରଥମ ଥର ପାଇଁ କାହିଁକି କ୍ୟାନସର ଶରୀରରେ ବ୍ୟାପେ ସେ ବିଷୟରେ ଗବେଷଣା କରି ଜାଣିପାରିଛନ୍ତି। କ୍ୟାନସରକୁ କିପରି ବ୍ୟାପିବାକୁ ଦିଆ ନ ଯିବ ସେ ନେଇ ବି ସେମାନେ ଗବେଷଣା କରି ଜାଣିପାରିଛନ୍ତି। ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ୯୦ ପ୍ରତିଶତ କ୍ୟାନସର ଜନିତ ମୃତ୍ୟୁ କ୍ୟାନସର ସେଲ୍ ବା କର୍କଟ କୋଷ ତା’ର ମୂଳ ସ୍ଥାନରୁ ଭାଙ୍ଗି ଶରୀରର ଅନ୍ୟ ସ୍ଥାନକୁ ବ୍ୟାପିବା ଯୋଗୁଁ ହୋଇଥାଏ। କ୍ୟାନସରକୁ ଶରୀର ମଧ୍ୟରେ ବ୍ୟାପିବାକୁ ନ ଦେବାକୁ ଏଯାଏଁ କୌଣସି ଔଷଧ ବାହାରି ନାହିଁ। କ୍ୟାନସର ଶରୀରରେ ବ୍ୟାପିବା ପ୍ରକ୍ରିୟାକୁ ଡାକ୍ତରୀ ଭାଷାରେ ମେଟାଷ୍ଟାସିସ୍‌ କୁହାଯାଏ।

ଏହି ଗବେଷଣାରୁ ଜଣାପଡ଼ିଛି ଯେ ଯେତେବେଳେ କ୍ୟାନ୍‌ସର କୋଷିକା ଅଧିକ ବଡ଼ ହୋଇଯାଏ ଏହା ଦୁଇଟି ପ୍ରୋଟିନ୍‌ କୋଷ ନିଃସୃତ କରିଥାଏ ଯାହା ଅନ୍ୟ ସେଲ୍‌ଗୁଡ଼ିକୁ ସ୍ଥାନ ଛାଡ଼ିବାକୁ ସ୍ପଷ୍ଟ ବାର୍ତ୍ତା ଦିଅନ୍ତି। ଏହା ହେତୁ କ୍ୟାନସର କୋଷିକା ଭାଙ୍ଗି ଥାଏ ଓ ରକ୍ତ ଦ୍ୱାରା ପ୍ରବାହିତ ହୋଇ ଶରୀରର ଅନ୍ୟ ସ୍ଥାନକୁ ଯାଇ ସେଠାରେ ନିଜକୁ ବୃଦ୍ଧି କରେ। ତେଣୁ କ୍ୟାନସର ଶରୀରର ଗୋଟିଏ ସ୍ଥାନରୁ ବିଭିନ୍ନ ସ୍ଥାନକୁ ବ୍ୟାପେ।

ଏହି ଗବେଷକ ଟିମ୍ ଶରୀର ମଧ୍ୟରେ ଗୋଟିଏ ଅଂଶରୁ ଅନ୍ୟ ଅଂଶକୁ ସ୍ଥାନାନ୍ତରଣ ହେଉଥିବା କ୍ୟାନସର୍ କୋଷିକାର ପ୍ରବାହ ବନ୍ଦ କରିବାକୁ ଔଷଧ ବାହାର କରିଛନ୍ତି। ତେବେ ଏହା ପ୍ରଥମେ ପଶୁଙ୍କ ଉପରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବ। ଯଦି ଗବେଷକ ଟିମ୍ ଏଥିରେ ସଫଳ ହୁଅନ୍ତି ତେବେ କ୍ୟାନସର୍ ଗବେଷଣା କ୍ଷେତ୍ରରେ ନୂଆ ଆଶା ସଂଚାର ହେବ।

୮ ସପ୍ତାହର ଗବେଷଣାରେ ଗବେଷକ ମାନେ ଟୋସିଲଜୁମାବ ଓ ରେପାରାକ୍ସିନ୍ ନାମକ ଔଷଧକୁ ଏକା ସାଙ୍ଗରେ ବ୍ୟବହାର କରିଥିଲେ ଏବଂ ଏହାର ଫଳାଫଳ ମଧ୍ୟ ବେଶ୍ ଚକିତ କରିଥିଲା ଗବେଷକ ଟିମ୍‌କୁ।  ଏହି ଦୁଇଟି ଔଷଧକୁ ଏକାଠି ବ୍ୟବହାର କରାଯିବା ଦ୍ୱାରା କ୍ୟାନସରରେ ପ୍ରାଥମିକ ପର୍ଯ୍ୟାୟରେ ହେଉଥିବା ଟ୍ୟୁମରର ଅଭିବୃଦ୍ଧି ଆପଣାଛାଏଁ ବନ୍ଦ ହୋଇଯାଇଥିଲା। ତା’ସହିତ ଶରୀରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କ୍ୟାନସର କୋଷିକାର ପ୍ରବାହ ମଧ୍ୟ ଅପେକ୍ଷାକୃତ କମ୍ ରହିଥିଲା। ଏହା ଗବେଷକଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି।

ସୌଜନ୍ୟ-ଟାଇମ୍ସ ଅଫ୍ ଇଣ୍ଡିଆ

Related story