ନିଦୁଆ ଡ୍ରାଇଭରଙ୍କୁ ସତର୍କ କରିବାକୁ ଆସିଲା ମୋବାଇଲ ଆପ୍: ଢ଼ୋଳେଇଲେ ଆଲାର୍ମ ବାଜିବ

ନୂଆଦିଲ୍ଲୀ: ଗାଡ଼ି ଚଲାଇବା ସମୟରେ ଶୋଇପଡୁଛନ୍ତି କି ତେବେ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ନିଦ ଭାଙ୍ଗିବ ଆପ୍। ହଙ୍କ୍‌ କଙ୍ଗ୍ ବୈପଟିଷ୍ଟ୍ ବିଶ୍ୱବିଦ୍ୟାଳୟ ଗବେଷକମାନେ ଏପରି ଏକ ସ୍ମାର୍ଟଫୋନ୍ ଆପ୍ ତିଆରି କରିଛନ୍ତି। ଯଦି ଜଣେ ଡ୍ରାଇଭର୍ ଗାଡି ଚଲାଇବା ସମୟରେ  ଶୋଇପଡ଼େ ତେବେ ଏହି ଆପ୍ ତାଙ୍କୁ ସତର୍କ କରାଇଦେବ। ଏହି ଆପ୍ ଦ୍ୱାରା ସଡ଼କ ଦୁର୍ଘଟଣା ବହୁମାତ୍ରାରେ ହ୍ରାସ ଘଟିବ ବୋଲି କୁହାଯାଉଛି। ଏହାସହିତ ଏହି ଆପ୍ ଶୋଇଥିବା ଡ୍ରାଇଭର ଓ କ୍ଲାନ୍ତ […]

driver

Rakesh Mallick
  • Published: Friday, 23 June 2017
  • , Updated: 23 June 2017, 12:57 PM IST

ନୂଆଦିଲ୍ଲୀ: ଗାଡ଼ି ଚଲାଇବା ସମୟରେ ଶୋଇପଡୁଛନ୍ତି କି ତେବେ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ନିଦ ଭାଙ୍ଗିବ ଆପ୍। ହଙ୍କ୍‌ କଙ୍ଗ୍ ବୈପଟିଷ୍ଟ୍ ବିଶ୍ୱବିଦ୍ୟାଳୟ ଗବେଷକମାନେ ଏପରି ଏକ ସ୍ମାର୍ଟଫୋନ୍ ଆପ୍ ତିଆରି କରିଛନ୍ତି। ଯଦି ଜଣେ ଡ୍ରାଇଭର୍ ଗାଡି ଚଲାଇବା ସମୟରେ  ଶୋଇପଡ଼େ ତେବେ ଏହି ଆପ୍ ତାଙ୍କୁ ସତର୍କ କରାଇଦେବ। ଏହି ଆପ୍ ଦ୍ୱାରା ସଡ଼କ ଦୁର୍ଘଟଣା ବହୁମାତ୍ରାରେ ହ୍ରାସ ଘଟିବ ବୋଲି କୁହାଯାଉଛି। ଏହାସହିତ ଏହି ଆପ୍ ଶୋଇଥିବା ଡ୍ରାଇଭର ଓ କ୍ଲାନ୍ତ ହୋଇ ଗାଡ଼ି ଚଲାଉଥିବା ଲୋକଙ୍କୁ ବେଶ୍ ସାହାଯ୍ୟ କରିବ।

ଏହି ଆପ୍ ରିୟଲ୍ ଟାଇମ୍ ଭିଡିଓ ଜରିଆରେ ଡ୍ରାଇଭରର ମୁହଁର ହାବଭାବ କ୍ୟାପ୍‌ଚର କରି ତାର ଆଖି ଓ ମୁଣ୍ଡର ସ୍ଥାନର ପରିବର୍ତ୍ତନ ଦେଖି  ତୁରନ୍ତ ହିଁ ଗାଡ଼ି ଚାଳକଙ୍କୁ ସୂଚନା ପ୍ରଦାନ କରିବ। ଡ୍ରାଇଭରର ମୁହଁକୁ ଦେଖିଲା ପରି ଗାଡ଼ିର ଷ୍ଟେରିଙ୍ଗ୍ ବିଲ୍ ପାଖରେ ଆପ୍‌କୁ ରଖିବାକୁ ହେବ।

ଡ୍ରାଇଭର ଶୋଇବା ଦେଖିଲେ ଆପ୍‌ର ଆଲାର୍ମ ବାଜି ଉଠିବ।  ଡ୍ରାଇଭର ଜଣକ ଶୋଇ ଉଠିଲେ କି ନାହିଁ ସୁନିଶ୍ଚିତ କରିବା ପାଇଁ ଗାଡି ଚାଳକକୁ ନିଜେ ଏହି ଆଲର୍ମ ବନ୍ଦ କରିବାକୁ ପଡ଼ିବ। ଏହି ଆପ୍ ସ୍ମାର୍ଟଫୋନ୍‌ କ୍ୟାମେରା ସାହାଯ୍ୟରେ କାମ କରିବ।

Related story