ଆସିଲା କ୍ୟାନସରର ନୂଆ ଚିକିତ୍ସା ପଦ୍ଧତି

କ୍ୟାନସର କାୟା ବିସ୍ତାର କରି ଚାଲିଛି। ବିଭିନ୍ନ ପ୍ରକାର କ୍ୟାନସରର ଚିକିତ୍ସା ପାଇଁ ଗବେଷଣା ଜାରି ରହିଛି। କ୍ୟାନସରର ଚିକିତ୍ସା ନେଇ ଏକ ଗବେଷକ ଟିମ୍‌ ନୂଆ ଉପାୟ ବାହାର କରିଛନ୍ତି। ଏହା କ୍ୟାନସର ଚିକିତ୍ସା କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେମାନେ ଆଶା ରଖିଛନ୍ତି। ସେମାନେ ଏମିତି ଏକ ଯୌଗିକ ବସ୍ତୁ ଖୋଜି ବାହାର କରିଛନ୍ତି ଯାହା ଶରୀରରେ ତିଆରି ହେଉଥିବା କ୍ୟାନସର କୋଷିକାଗୁଡ଼ିକୁ ମାରି ଦେବ। ତେବେ ଏହା ଶରୀରର ସୁସ୍ଥ […]

cancer-cells

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 09:04 AM IST

କ୍ୟାନସର କାୟା ବିସ୍ତାର କରି ଚାଲିଛି। ବିଭିନ୍ନ ପ୍ରକାର କ୍ୟାନସରର ଚିକିତ୍ସା ପାଇଁ ଗବେଷଣା ଜାରି ରହିଛି। କ୍ୟାନସରର ଚିକିତ୍ସା ନେଇ ଏକ ଗବେଷକ ଟିମ୍‌ ନୂଆ ଉପାୟ ବାହାର କରିଛନ୍ତି। ଏହା କ୍ୟାନସର ଚିକିତ୍ସା କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେମାନେ ଆଶା ରଖିଛନ୍ତି। ସେମାନେ ଏମିତି ଏକ ଯୌଗିକ ବସ୍ତୁ ଖୋଜି ବାହାର କରିଛନ୍ତି ଯାହା ଶରୀରରେ ତିଆରି ହେଉଥିବା କ୍ୟାନସର କୋଷିକାଗୁଡ଼ିକୁ ମାରି ଦେବ। ତେବେ ଏହା ଶରୀରର ସୁସ୍ଥ କୋଷିକାଗୁଡ଼ିକୁ ହାନି ପହଞ୍ଚାଇବ ନାହିଁ। ଏହି ନୂଆ ଚିକିତ୍ସା ପଦ୍ଧତି acute myeloid leukemia (AML)  କୋଷିକାଗୁଡ଼ିକୁ ମାରିବା ପାଇଁ ବିଶେଷ ଭାବେ ଫଳପ୍ରଦ ହେବ। କିନ୍ତୁ ଏହା ଅନ୍ୟ ପ୍ରକାରର କ୍ୟାନସରଗୁଡ଼ିକର ଚିକିତ୍ସା କରିବାର ମଧ୍ୟ କ୍ଷମତା ରଖିପାରେ।

ଏହି ଗବେଷଣା ସଂପର୍କରେ ସୂଚନା ଦେଇ ଇଭରିପିଡିସ୍ ଗାଭାଥିଓଟିସ୍ କହିଛନ୍ତି,“ବର୍ତ୍ତମାନ କ୍ୟାନସରର ଚିକିତ୍ସା ପାଇଁ ଯେଉଁ ପଦ୍ଧତି ଅବଲମ୍ବନ କରାଯାଉଛି ତାହା ଅପେକ୍ଷା ଏହି ନୂଆ ପଦ୍ଧତି ଅଧିକ ପ୍ରଭାବଶାଳୀ ହେବ ବୋଲି ଆମେ ଆଶା କରିଛୁ। ଏହା କ୍ୟାନସର ସେଲ୍‌କୁ ବହୁତ ଶୀଘ୍ର ନଷ୍ଟ କରିପାରିବ। ଅନ୍ୟ ଚିକିତ୍ସା ପଦ୍ଧତି ଅପେକ୍ଷା ଏହା ଅଧିକ ଫଳପ୍ରଦ ମଧ୍ୟ ହୋଇପାରିବ ବୋଲି ଆମର ଆଶା ରହିଛି। ଏହାର ପାର୍ଶ୍ୱପ୍ରତିକ୍ରିୟା ବହୁତ କମ୍ ରହିବ।”

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ତଥ୍ୟ ଅନୁଯାୟୀ ସାରାବିଶ୍ୱରେ କ୍ୟାନସର ହେଉଛି ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ। ୨୦୧୫ ମସିହାରେ କେବଳ କ୍ୟାନସରରେ ପୀଡ଼ିତ ହୋଇ ୮୦ ଲକ୍ଷ ୮୦ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

ଗବେଷକମାନେ କହିଛନ୍ତି ଯେ କ୍ୟାନସରର ଏହି ନୂଆ ଚିକିତ୍ସା ପଦ୍ଧତି ଭାରତ ପାଇଁ ଭାରି ଉପକାରୀ ସାବ୍ୟସ୍ତ ହୋଇପାରିବ। କାରଣ ଭାରତରେ କ୍ୟାନସର ପୀଡ଼ିତଙ୍କ ସଂଖ୍ୟା ବଢ଼ୁଛି। ପ୍ରତିବର୍ଷ ଭାରତରେ ୨୫,୦୦୦ ଛୁଆ କ୍ୟାନସରରେ ପୀଡ଼ିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୯୦୦୦leukaemiaରେ ପୀଡ଼ିତ ହେଉଛନ୍ତି। ୨୦୧୬ରେ ଭାରତରେ କ୍ୟାନସର ରୋଗୀଙ୍କ ସଂଖ୍ୟା ୧୪ ଲକ୍ଷ ଥିଲା। ୨୦୨୦ ସୁଦ୍ଧା ଏହା ୧୭.୩ ଲକ୍ଷରେ ପହଞ୍ଚିଯିବ ବୋଲି ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ କୁହାଯାଇଛି।

Related story