ଗୋଟିଏ ହାତରେ କମାଲ୍‌; ଦୁଇ ହାତିଆ ବି ମାନି ଯିବେ ହାର୍... ପଢ଼ନ୍ତୁ ମିଳିପାରେ ପ୍ରେରଣା

ନୂଆଦିଲ୍ଲୀ: ଦିଲ୍ଲୀରୁ ମେରଠ ପର୍ଯ୍ୟନ୍ତ ତିଆରି ଚାଲିଥିବା ୧୪ ଥାକିଆ ରାସ୍ତା ନିର୍ମାଣ କାମ ଆଉ କିଛି ଦିନ ପରେ ସରିଯିବ। ଆଉ ଏହି ରାସ୍ତା ଦେଇ ଦ୍ରୁତ ଗତିରେ ଗଡ଼ିବ ଗାଡ଼ି ମଟର। ତେବେ ଏହି ସମୟରେ ସମସ୍ତେ ଭୁଲି ଯିବେ ଦିନେଶ  କୁମାର କିଏ?  ଏହି ୧୪ ଥାକିଆ ରାସ୍ତା ନିର୍ମାଣ କ୍ଷେତ୍ରରେ ଦିନେଶଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ମୟୂର  ବିହାରର ଏନ୍‌ଏଚ୍‌-୨୪  କ୍ରସିଂରେ ୪୦ ଡିଗ୍ରୀର ଡହ ଡହ ଖରାରେ ହଳଦିଆ […]

man

Rakesh Mallick
  • Published: Monday, 22 May 2017
  • , Updated: 22 May 2017, 03:00 PM IST

ନୂଆଦିଲ୍ଲୀ: ଦିଲ୍ଲୀରୁ ମେରଠ ପର୍ଯ୍ୟନ୍ତ ତିଆରି ଚାଲିଥିବା ୧୪ ଥାକିଆ ରାସ୍ତା ନିର୍ମାଣ କାମ ଆଉ କିଛି ଦିନ ପରେ ସରିଯିବ। ଆଉ ଏହି ରାସ୍ତା ଦେଇ ଦ୍ରୁତ ଗତିରେ ଗଡ଼ିବ ଗାଡ଼ି ମଟର। ତେବେ ଏହି ସମୟରେ ସମସ୍ତେ ଭୁଲି ଯିବେ ଦିନେଶ  କୁମାର କିଏ?  ଏହି ୧୪ ଥାକିଆ ରାସ୍ତା ନିର୍ମାଣ କ୍ଷେତ୍ରରେ ଦିନେଶଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ମୟୂର  ବିହାରର ଏନ୍‌ଏଚ୍‌-୨୪  କ୍ରସିଂରେ ୪୦ ଡିଗ୍ରୀର ଡହ ଡହ ଖରାରେ ହଳଦିଆ ରଙ୍ଗର ହେଲମେଟ୍ ପିନ୍ଧି କାମ କରୁଛନ୍ତି ସେ। ଦିନେଶ ଜଣେ ସାଧାରଣ ଶ୍ରମିକ ନୁହନ୍ତି।

୬ ବର୍ଷ ତଳେ ନିଜ ଗାଁ ସୁଲତାନପୁରରେ ବିଦ୍ୟୁତ୍‌ ଆଘାତରେ ସେ ତାଙ୍କର ଗୋଟିଏ ହାତ ହରାଇଛନ୍ତି। ସରକାର ତାଙ୍କୁ ଏକ ସାର୍ଟିଫିକେଟ୍‌ ଓ ବସ୍‌ ପାସ୍‌ ଦେଇ ଚୁପ୍ ବସି ଗଲେ। କିନ୍ତୁ ଏତିକିରେ ଦିନେଶଙ୍କ ପରିବାର ଚଳିବ କେମିତି? ୬ ପିଲାଙ୍କୁ ନେଇ ତାଙ୍କ ସଂସାର। ସେଥିପାଇଁ ସେ କିଛି କାମ କରିବାକୁ ନିଷ୍ପତ୍ତି ନେଇଥିଲେ।

ଦିନେଶ କହିଛନ୍ତି,”ଗୋଟିଏ ହାତ ନ ଥିବାରୁ ପ୍ରଥମେ ରାସ୍ତା କାମ କରିବାରେ କଷ୍ଟ ହେଉଥିଲା। ଆଖିରୁ ଲୁହ ମଧ୍ୟ ଝରି ଆସୁଥିଲା। ହେଲେ କଣ କରିବା ଘରେ ୫ଟି ଝିଅ ଅଛନ୍ତି।”

ରିପୋର୍ଟ ଓ ଫଟୋ-ନବଭାରତ ଟାଇମ୍ସ

Related story