ଏମିତି ଚାଲିଛି ‘ଆମ ଗାଁ ବିକାଶ ଯୋଜନା’; ଗାଁ ଦାଣ୍ଡରେ ଜମୁଛି ପାଣି

ଆଳି (ବନମାଳି ସାହୁ): ସରକାର ଗାଁଗୁଡ଼ିକର ବିକାଶ ପାଇଁ ‘ଆମ ଗାଁ ବିକାଶ ଯୋଜନା’ କରିଛନ୍ତି। ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ। କେଉଁ ଗାଁକୁ ରାସ୍ତା ନାହିଁ ତ କେଉଁ ଗାଁରେ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ବେଙ୍ଗ ମୁତିଲେ ଆଣ୍ଠୁଏ ପାଣି ଜମୁଛି। ଏହାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ମହାଦେଇପାଟଣା ଗାଁରେ। ଏହି ଗାଁରେ […]

danage,,

Tapaswini Nayak
  • Published: Wednesday, 16 October 2019
  • , Updated: 16 October 2019, 04:40 PM IST

ଆଳି (ବନମାଳି ସାହୁ): ସରକାର ଗାଁଗୁଡ଼ିକର ବିକାଶ ପାଇଁ ‘ଆମ ଗାଁ ବିକାଶ ଯୋଜନା’ କରିଛନ୍ତି। ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ। କେଉଁ ଗାଁକୁ ରାସ୍ତା ନାହିଁ ତ କେଉଁ ଗାଁରେ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ବେଙ୍ଗ ମୁତିଲେ ଆଣ୍ଠୁଏ ପାଣି ଜମୁଛି। ଏହାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ମହାଦେଇପାଟଣା ଗାଁରେ।

ଏହି ଗାଁରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି। ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ଗ୍ରାମବାସୀଙ୍କୁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅସରାଏ ବର୍ଷା ହେଲେ ଗାଁ ମଝି ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଯାଉଛି। ଲୋକେମାନେ ବାଧ୍ୟ ହୋଇ ଏହି ଅପରିଷ୍କାର ପାଣିରେ ଯାତାୟତ କରୁଛନ୍ତି। ଛୋଟ ପିଲାମାନେ ମଧ୍ୟ ଅପରିଷ୍କାର ପାଣି ଭିତରେ ପଶି ସ୍କୁଲ ଯାଉଛନ୍ତି। ଆଉ ବର୍ଷା କିଛି ଦିନ ଲାଗି ରହିଲେ ଅବସ୍ଥା ଦୟନୀୟ ହୋଇପଡୁଛି।

ଡ୍ରେନେଜ୍‌ ବ୍ୟବସ୍ଥା ନଥିବାରୁ ବର୍ଷାଜଳ ରାସ୍ତାରେ ବହୁଦିନ ଜମି ରହୁଛି। ଏହି ପାଣିରେ ବିଭିନ୍ନ ଅଳିଆ ଆବର୍ଜନା ପଡ଼ି ପଚୁଛି। ଫଳରେ ମଶା, ମାଛିଙ୍କ ଦୌରାତ୍ମ୍ୟ ବଢ଼ୁଛି ଓ ଲୋକେ ରୋଗବାଗରେ ପଡୁଛନ୍ତି। ଏନେଇ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ମୁତ୍ୟୁଞ୍ଜୟ ସେଠୀ ନାମକ ଜଣେ ଗ୍ରାମବାସୀ କହିଛନ୍ତି, “ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ଗାଁ ରାସ୍ତାରେ ପାଣି ଜମୁଛି। ସ୍କୁଲରେ ବି ଅପରିଷ୍କାର ପାଣି ପଶି ଯାଉଛି। ରାସ୍ତାରେ ପାଣି ଜମିକି ରହୁଥିବାରୁ ପିଲାମାନଙ୍କୁ ସ୍କୁଲ ଯିବାକୁ ଅସୁବିଧା ହେଉଛି। ଡ୍ରେନେଜ୍‌ ବ୍ୟବସ୍ଥା ହେବ ବୋଲି ସମସ୍ତେ କହୁଛନ୍ତି, ହେଲେ କାର୍ଯ୍ୟକାରୀ ହେଇପାରୁନାହିଁ। ଶୀଘ୍ର ପ୍ରଶାସନ ଆମ ଗାଁରେ ଡ୍ରେନେଜ୍‌ ବ୍ୟବସ୍ଥା କରୁ।”

ଗାଁର ରେବତୀ ସେଠୀ କହିଛନ୍ତି, “ଡ୍ରେନ୍‌ ନ ଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ।  ପାଣି ଜମି ରହୁଥିବା ଯୋଗୁ ମଶା, ମାଛି ହେଉଛନ୍ତି। ଲୋକଙ୍କୁ ଡେଙ୍ଗୁ ଜ୍ୱର ହେଛି। ବର୍ଷା ଲାଗି ରହିଲେ ରାସ୍ତାରେ ପାଣି ଜମି ଯାଉଛି। ଘରୁ ବାହାରିବା ଆମ ପକ୍ଷେ କଷ୍ଟକର ହେଇଯାଉଛି। ଆମ କଥା କେହି ଶୁଣୁନାହାନ୍ତି।’’

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, “ମୁଁ  ଏନେଇ ବିଡିଓଙ୍କ ସହ କଥା ହୋଇଛି। ପଞ୍ଚାୟତର କୌଣସି ପଇସାକୁ ବିନିଯୋଗ କରି ଖୁବ୍‌ଶୀଘ୍ର ଏହି ଅସୁବିଧାର ସମାଧାନ କରିବୁ।”

Related story