ପ୍ରତ୍ୟେକ ଗାଁର କିଛି ନା କିଛି ସ୍ୱତନ୍ତ୍ର ପରିଚୟ ରହିଛି। ନିଜ ସ୍ୱତନ୍ତ୍ରତାକୁ ନେଇ ଗ୍ରାମବାସୀ ଗର୍ବ କରିଥାନ୍ତି। ହେଲେ କେନିଆରେ ଏମିତି ଏକ ଗାଁ ଅଛି ଯାହାର କାହାଣୀ ଯେତିକି ରୋମାଞ୍ଚକାରୀ ସେତିକି ରହସ୍ୟମୟ। କେନିଆର ସମବୁରୁରେ ରହିଛି ଏହି ଗାଁ ଓମୋଜା। ୨୭ ବର୍ଷ ହେଲା ଏହି ଗାଁକୁ କୌଣସି ପୁରୁଷ ଆସିନାହାନ୍ତି। ଏଠାରେ ପୁରୁଷଙ୍କ ପ୍ରବେଶ ନିଷେଧ କରାଯାଇଛି। ହେଲେ ଗାଁର ମହିଳାମାନେ ଗର୍ଭବତୀ ହେଉଛନ୍ତି ଓ ପିଲା ଜନ୍ମ ଦେଉଛନ୍ତି।
ଗାଁର ମହିଳାମାନେ ପ୍ରାଇମେରୀ ସ୍କୁଲ, ସାଂସ୍କୃତିକ କେନ୍ଦ୍ର ଓ ପାର୍କ ନିର୍ମାଣ କରିଛନ୍ତି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏକ କ୍ୟାମ୍ପେନ ସାଇଟ୍ ଖୋଲିଛନ୍ତି। ଗାଁର ନିଜର ଏକ ୱେବସାଇଟ୍ ରହିଛି। ମହିଳାମାନେ ପାରମ୍ପରିକ ଗହଣା ତିଆରି କରି ବିକ୍ରି କରିଥାନ୍ତି। ଏହାସହ ଗାଁକୁ ଆସୁଥିବା ପର୍ଯ୍ୟଟକଙ୍କ ପାଖରୁ ଟିକସ୍ ବାବଦକୁ ମିଳୁଥିବା ଅର୍ଥରେ ଗାଁ ଚଳିଥାଏ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାଁକୁ ପୁରୁଷଙ୍କ ପ୍ରବେଶ ନିଷେଧ ଥିଲେ ମଧ୍ୟ ମହିଳାମାନେ ଗର୍ଭବତୀ ହେଉଛନ୍ତି। ପ୍ରକୃତ କଥା ହେଳା ମହିଳାମାନେ ପାଖ ଗାଁକୁ ଯାଇ ମନ ପସନ୍ଦ ପୁରୁଷଙ୍କ ସହ ମିଶୁଥିବାରୁ ଏପରି ଘଟୁଛି। ଏହା ପଛରେ କୌଣସି ଅଲୌକିକ ଘଟଣା କି ଅନ୍ୟକିଛି ରହସ୍ୟ ନାହିଁ।