ସରକାରୀ କର୍ମଚାରୀଙ୍କ ଅବସର ବୟସ ୨୬: ଚାକିରିରେ ଥିବା ପର୍ଯ୍ୟନ୍ତ ବିବାହ ମନା

ନୂଆଦିଲ୍ଲୀ: ଉତ୍ତର କୋରିଆ ନାଁ ଶୁଣିଲେ ମନରେ ଭୟ ଆସେ। କାରଣ ନିଜର କଡ଼ା ଆଭିମୁଖ୍ୟ ପାଇଁ ଏହି ଦେଶର ରାଷ୍ଟ୍ରମୁଖ୍ୟ ସାରା ବିଶ୍ୱକୁ ଡରାଇ ରଖିଛନ୍ତି। ଏମିତିକି ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ମଧ୍ୟ ଧମକ ଦେବାକୁ ପଛାଉନାହାଁନ୍ତି ଉତ୍ତର କୋରିଆର ରାଷ୍ଟ୍ରମୁଖ୍ୟ କିମ୍‌ ଜଙ୍ଗ-ଉନ୍‌। ଉତ୍ତର କୋରିଆରେ ତାଙ୍କୁ ଦେବତା ବୋଲି କୁହାଯ଼ାଏ। ତାଙ୍କ ପାଟିରୁ ବାହାରୁଥିବା କଥା ପଥର ସହ ସମାନ। ସେହି କଥାକୁ କେହି କାଟିବା ଅସମ୍ଭବ। ଏଠାରେ ଏମିତି ଏକ […]

breaking news

Rakesh Mallick
  • Published: Tuesday, 15 August 2017
  • , Updated: 15 August 2017, 03:31 PM IST

ନୂଆଦିଲ୍ଲୀ: ଉତ୍ତର କୋରିଆ ନାଁ ଶୁଣିଲେ ମନରେ ଭୟ ଆସେ। କାରଣ ନିଜର କଡ଼ା ଆଭିମୁଖ୍ୟ ପାଇଁ ଏହି ଦେଶର ରାଷ୍ଟ୍ରମୁଖ୍ୟ ସାରା ବିଶ୍ୱକୁ ଡରାଇ ରଖିଛନ୍ତି। ଏମିତିକି ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ମଧ୍ୟ ଧମକ ଦେବାକୁ ପଛାଉନାହାଁନ୍ତି ଉତ୍ତର କୋରିଆର ରାଷ୍ଟ୍ରମୁଖ୍ୟ କିମ୍‌ ଜଙ୍ଗ-ଉନ୍‌। ଉତ୍ତର କୋରିଆରେ ତାଙ୍କୁ ଦେବତା ବୋଲି କୁହାଯ଼ାଏ। ତାଙ୍କ ପାଟିରୁ ବାହାରୁଥିବା କଥା ପଥର ସହ ସମାନ। ସେହି କଥାକୁ କେହି କାଟିବା ଅସମ୍ଭବ।

ଏଠାରେ ଏମିତି ଏକ ନିୟମ ରହିଛି ଯାହା ମାନିବାକୁ ସମସ୍ତେ ବାଧ୍ୟ। ଉତ୍ତର କୋରିଆର ସରକାରୀ କର୍ମଚାରୀ ମାନଙ୍କ ଅବସର ବୟସ ଜାଣିଲେ ଆପଣ ଚକିତ ହୋଇଯିବେ। ଏଠାରେ ସରକାରୀ କର୍ମଚାରୀ ମାନଙ୍କର ଅବସର ପାଇବାର ବୟସ ହେଉଛି ୨୬।

ନିୟମ ଅନୁସାରେ ଏଠାରେ କେବଳ ସୁନ୍ଦରୀ ଝିଅମାନେ ଟ୍ରାଫିକ ପୁଲିସ୍ ଭାବରେ କାମ କରିଥାନ୍ତି। ଏବଂ ଏମାନେ ୨୬ ବର୍ଷ ପର୍ଯ୍ୟନ୍ତ ଚାକିରି କରିବା ପରେ ଅବସର ନେଇ ଯାଆନ୍ତି ଓ ଯେପର୍ଯ୍ୟନ୍ତ ସେମାନେ ଚାକିରି କରନ୍ତି ସେପର୍ଯ୍ୟନ୍ତ ସେମାନେ ବିବାହ ନକରିବାର ନିୟମ ରହିଛି। ଏଠାରେ ରହୁଥିବା ସମସ୍ତ ପୁରୁଷଙ୍କୁ କିମଙ୍କ ହେୟାର ଷ୍ଟାଇଲ ଅନୁଯାୟୀ ଚୁଟି ରଖିବା ପାଇଁ ନିୟମ ରହିଥିବା ବେଳେ ସେଠାକାର ସମସ୍ତ ମହିଳା ମାନଙ୍କୁ କିମଙ୍କ ପତ୍ନୀଙ୍କ ହେୟାର ଷ୍ଟାଇଲ ଅନୁଯାୟୀ ଚୁଟି ରଖିବା ପାଇଁ ନିର୍ଦ୍ଦେଶ ରହିଛି।

Related story