ସ୍ପାଇଡର୍‌ ମ୍ୟାନ୍‌ ଭଳି ଆପଣ ବି ଚଢ଼ି ପାରିବେ ପାହାଡ଼; କେମିତି...? ପଢ଼ନ୍ତୁ ଏ ରିପୋର୍ଟ

ନୂଆଦିଲ୍ଲୀ: ଆମେ ସ୍ପାଇଡର୍‌ ମ୍ୟାନ୍‌କୁ ଟିଭିରେ କିମ୍ୱା ପୋଷ୍ଟରରେ ଦେଖିଥାଉ। ସମସ୍ତଙ୍କର ଇଚ୍ଛା ଥାଏ ସ୍ପାଇଡର୍‌ ମ୍ୟାନ୍‌ଭଳି ପାହାଡ଼ ଓ ବଡ଼ ବଡ଼ କୋଠା ଚଢ଼ିବା। ଏବେ ଆପଣଙ୍କ ଏହି ଇଚ୍ଛା ପୂରଣ ହେବାକୁ ଯାଉଛି। ଆଉ କିଛି ଦିନ ପରେ ସ୍ପାଇଡର୍‌ ମ୍ୟାନ୍‌ ପରି ଆପଣ ବି ପାହାଡ଼ କିମ୍ୱା କାନ୍ଥରେ ସହଜରେ ଚଢ଼ି ପାରିବେ। ସେଥିପାଇଁ ଆପଣଙ୍କୁ ଦଉଡ଼ି ଅବା ଗ୍ରାପଲିଗ୍‌ହୁକ୍‌ର ସାହାଯ୍ୟ ନେବାକୁ ପଡ଼ିବ ନାହିଁ। ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମଣ୍ଡିର […]

spiderman

Rakesh Mallick
  • Published: Saturday, 13 May 2017
  • , Updated: 13 May 2017, 01:00 PM IST

ନୂଆଦିଲ୍ଲୀ: ଆମେ ସ୍ପାଇଡର୍‌ ମ୍ୟାନ୍‌କୁ ଟିଭିରେ କିମ୍ୱା ପୋଷ୍ଟରରେ ଦେଖିଥାଉ। ସମସ୍ତଙ୍କର ଇଚ୍ଛା ଥାଏ ସ୍ପାଇଡର୍‌ ମ୍ୟାନ୍‌ଭଳି ପାହାଡ଼ ଓ ବଡ଼ ବଡ଼ କୋଠା ଚଢ଼ିବା। ଏବେ ଆପଣଙ୍କ ଏହି ଇଚ୍ଛା ପୂରଣ ହେବାକୁ ଯାଉଛି। ଆଉ କିଛି ଦିନ ପରେ ସ୍ପାଇଡର୍‌ ମ୍ୟାନ୍‌ ପରି ଆପଣ ବି ପାହାଡ଼ କିମ୍ୱା କାନ୍ଥରେ ସହଜରେ ଚଢ଼ି ପାରିବେ। ସେଥିପାଇଁ ଆପଣଙ୍କୁ ଦଉଡ଼ି ଅବା ଗ୍ରାପଲିଗ୍‌ହୁକ୍‌ର ସାହାଯ୍ୟ ନେବାକୁ ପଡ଼ିବ ନାହିଁ। ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମଣ୍ଡିର ସ୍କୁଲ ଅଫ୍ ଇଞ୍ଜିନିୟରିଂର କେତେକ  ଛାତ୍ରଛାତ୍ରୀ ଏକ ସ୍ୱତନ୍ତ୍ର ପ୍ରକାର ସୁଟ୍ ପ୍ରସ୍ତୁତ କରିଛନ୍ତି। ଏହାକୁ କୁହାଯାଉଛି ‘ୱାଲ୍ ଇ ସୁଟ୍’। ଏହି ସୁଟ୍ ପିନ୍ଧି ଯେ କୌଣସି ବ୍ୟକ୍ତି କିଛି ସମୟ ମଧ୍ୟରେ ୪ରୁ୫ ମହଲା ବିଶିଷ୍ଟ ଘର ଉପରକୁ ଚଢ଼ି ପାରିବ। ଏପରିକି ଏହା ସହିତ ଆପଣ ଏକ କ୍ୱିଣ୍ଟାଲ୍ ଓଜନର ଜିନିଷ ମଧ୍ୟ ବୋହି ନେଇପାରିବେ। ବହୁତଳ କୋଠାରେ ଉଦ୍ଧାର କାର୍ଯ୍ୟ ବେଳେ ଏହି ସୁଟ୍ ବଡ଼ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

ସୌଜନ୍ୟ-ନଇ ଦୁନିଆ

ଫଟୋ-ନଇ ଦୁନିଆ

 

Related story