‘ଅଗ୍ନି’ ଟାର୍ଗେଟରେ ଚୀନ୍‌

ଆମେରିକାର ଦୁଇ ଜଣ ବିଶେଷଜ୍ଞଙ୍କ ରିପୋର୍ଟକୁ ଆଧାର କରି ଆମେ ପୂର୍ବରୁ କହିଥିଲୁ ଭାରତ ଏପରି ପରମାଣୁ ଅସ୍ତ୍ର ବନାଉଛି ଯାହା କିଛି ସେକେଣ୍ଡରେ ପୂରା ଚୀନ୍‌କୁ ମାଟିରେ ମିଶାଇ ଦେବ। ପୂର୍ବରୁ ଭାରତ ପାରମ୍ପକରି ଶତ୍ରୁ ପାକିସ୍ତାନକୁ ଦୃଷ୍ଟିରେ ରଖି ନିଜର ପରମାଣୁ ବ୍ୟବସ୍ଥାକୁ ବିକଶିତ କରୁଥିଲା। ହେଲେ ଭାରତୀୟ ଅର୍ଥନୀତିରେ ଦ୍ରୁତ ଅଗ୍ରଗତି ଚୀନ୍‌ ସହି ପାରୁନାହିଁ। ଏବେ ପାକିସ୍ତାନ ସହ ମିଶି ଭାରତରେ ଅସ୍ଥିରତା କରିବାକୁ ଏକ ପ୍ରକାର ପ୍ରୟାସ କରୁଛି। ଏପରି […]

agni-5 (1)

Rakesh Mallick
  • Published: Sunday, 16 July 2017
  • , Updated: 16 July 2017, 03:50 PM IST

ଆମେରିକାର ଦୁଇ ଜଣ ବିଶେଷଜ୍ଞଙ୍କ ରିପୋର୍ଟକୁ ଆଧାର କରି ଆମେ ପୂର୍ବରୁ କହିଥିଲୁ ଭାରତ ଏପରି ପରମାଣୁ ଅସ୍ତ୍ର ବନାଉଛି ଯାହା କିଛି ସେକେଣ୍ଡରେ ପୂରା ଚୀନ୍‌କୁ ମାଟିରେ ମିଶାଇ ଦେବ। ପୂର୍ବରୁ ଭାରତ ପାରମ୍ପକରି ଶତ୍ରୁ ପାକିସ୍ତାନକୁ ଦୃଷ୍ଟିରେ ରଖି ନିଜର ପରମାଣୁ ବ୍ୟବସ୍ଥାକୁ ବିକଶିତ କରୁଥିଲା। ହେଲେ ଭାରତୀୟ ଅର୍ଥନୀତିରେ ଦ୍ରୁତ ଅଗ୍ରଗତି ଚୀନ୍‌ ସହି ପାରୁନାହିଁ। ଏବେ ପାକିସ୍ତାନ ସହ ମିଶି ଭାରତରେ ଅସ୍ଥିରତା କରିବାକୁ ଏକ ପ୍ରକାର ପ୍ରୟାସ କରୁଛି। ଏପରି ସ୍ଥିତିରେ ଭାରତ ମଧ୍ୟ ତା’ର ପରମାଣୁ ବ୍ୟବସ୍ଥାରେ ଉନ୍ନତିକରଣକୁ ଜୋରଦାର କରିଛି। ଏହା କେବଳ ଚୀନ୍‌କୁ ଲକ୍ଷ୍ୟ କରି କରୁଛି। ଏହାର ଫଳ ହେଉଛି ଭାରତ ଏପରି ଅସ୍ତ୍ର ପ୍ରାୟତଃ ପ୍ରସ୍ତୁତ କରି ସାରିଛି ଯାହା ଚୀନ୍‌କୁ ନିମିଷକରେ ଧ୍ୱଂସ କରିଦେବ। ଅନ୍ୟପକ୍ଷରେ ଚୀନ୍‌କୁ ଏବେ ‘ଅଗ୍ନି’ ଆତଙ୍କ ବେଶି ଘାରୁଛି। ‘ଅଗ୍ନି-୫’ର ସଫଳ ପରୀକ୍ଷା ପରେ ପରେ ହିଁ ଚୀନ୍‌ର ଉଦ୍‌ବେଗ ଜଣାପଡି ଯାଇଥିଲା। କାରଣ ଅଗ୍ନି-୫ ପରୀକ୍ଷଣକୁ ଚୀନ୍‌ ବିରୋଧ କରିଥିଲା। ଏହାର ଲକ୍ଷ୍ୟଭେଦ କ୍ଷମାତର ୫୦୦୦ରୁ ଅଧିକ କିମି. ହୋଇଥିବାରୁ ଚୀନ ଏବେ ଆତଙ୍କୀତ ଅବସ୍ଥାରେ ରହିଛି।

ଭାରତର ପରମାଣୁ ସିଷ୍ଟମ

ଭାରତ ନିଜର ପରମାଣୁ ସିଷ୍ଟମକୁ ଆଧୁନିକକରଣ କରିବା ସହ ବିକଶିତ ମଧ୍ୟ କରିଛି। ବିଶେଷଜ୍ଞଙ୍କ ଅନୁସାରେ ଭାରତ ପାଖରେ ୭ଟି ପରମାଣୁ ସକ୍ଷମ ସିଷ୍ଟମ ରହିଛି। ଯେଉଁଥିରୁ ୨ଟି ବିମାନ, ୪ଟି ସ୍ଥଳପଥରୁ ନିକ୍ଷେପ ହୋଇ ପାରୁଥିବା କ୍ଷେପଣାସ୍ତ୍ର ହୋଇଥିବା ବେଳେ ଗୋଟିଏ ସମୁଦ୍ରରୁ ଛଡାଯାଇ ପାରିବ। ଭାରତ ଆଉ ୪ଟି ପରମାଣୁ ସିଷ୍ଟମ ବିକଶିତ କରୁଛି। ଏଥିରେ ସ୍ଥଳପଥ ଓ ସମୁଦ୍ରରୁ ଅଧିକ ଦୂର ସ୍ଥାନକୁ କ୍ଷେପଣାସ୍ତ୍ର ପକାଯାଇ ପାରିବ। ଯାହା ଆଗାମୀ ଦଶକ ମଧ୍ୟରେ ସେନାରେ ସାମିଲ କରାଯିବ।

‘ଅଗ୍ନି’ ଟାର୍ଗେଟରେ ପୁରା ଚୀନ

୧. ପରମାଣୁ ଅସ୍ତ୍ର ବହନ କ୍ଷମତା ଥିବା ଭାରତର ‘ଅଗ୍ନି’ କ୍ଷେପଣାସ୍ତ୍ର ଚୀନ୍‌ ପାଇଁ ଆତଙ୍କ ପାଲଟିଛି। କୁହାଯାଏ ରେଳ-ମୋବାଇଲ ଯୁକ୍ତ ଅଗ୍ନି-୨ ହେଉଛି ଅଗ୍ନି-୧ର ବିକଶିତ ରୂପ। ପାରମ୍ପରିକ ଓ ପରମାଣୁ ଯୁଦ୍ଧତୋପରୁ ଉତ୍‌କ୍ଷେପଣ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ର ୨୦୦୦ରୁ ଅଧିକ କି.ମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହା ଚୀନ୍‌ର ପଶ୍ଚିମ, ମଧ୍ୟ ଓ ଦକ୍ଷିଣ କ୍ଷେତ୍ରକୁ ଟାର୍ଗେଟ କରିପାରିବ।

୨. ସେହିପରି ଅଗ୍ନି-୪ ପୂର୍ବ-ଉତ୍ତର ଭାରତରୁ ବେଞ୍ଜିଂ ଓ ସିଂଘାଇ ସମେତ ପ୍ରାୟ ପୁରା ଚୀନ୍‌କୁ ଟାର୍ଗେଟ କରିବାକୁ ସକ୍ଷମ।

୩. ଏହାବାଦ ଠୋସ୍‌ ଇନ୍ଧନ, ରେଳ-ମୋବାଇଲ ଓ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟ ଭେଦ କରିପାରୁଥିବା ୩ ଚରଣଯୁକ୍ତ ‘ଅଗ୍ନି-୫’ ପ୍ରସ୍ତୁତ କରିସାରିଛି ଭାରତ, ଯାହା ୫୦୦୦ କି.ମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

୪. ଅଗ୍ନି-୧, ଅଗ୍ନି-୨, ଅଗ୍ନି-୩ ଓ ଅଗ୍ନି-୪ ଭାରତୀୟ ପ୍ରତିରକ୍ଷା ବାହିନୀରେ ସାମିଲ ହୋଇସାରିଛି। ଶୀଘ୍ର ‘ଅଗ୍ନି-୫’ ସାମିଲ ହେବାକୁ ଯାଉଛି। ଅଗ୍ନି-୫ ବାଲେଷ୍ଟିକ୍‌ କ୍ଷେପଣାସ୍ତ୍ର ହୋଇଥିବାରୁ ରାଡର ସିଷ୍ଟମରେ ଶତ୍ରୁ ଏହାର ଉପସ୍ଥିତି ଜାଣି ପାରିବେ ନାହିଁ।

୫. ଅଗ୍ନି-୫ର ଓଜନ ୫୦ ଟନ୍‌। ଏହା ପୁରା ଚୀନ୍‌ ଓ ପାକିସ୍ତାନକୁ ଟାର୍ଗେଟ୍‌ କରିପାରିବ। ଏହାସହ ଭାରତରୁ ଏହା ୟୁରୋପକୁ ଟାର୍ଗେଟ କରିବାକୁ ସକ୍ଷମ।

୬. କିଛି ରିପୋର୍ଟ ଅନୁସାରେ ଭାରତୀୟ ଅସ୍ତ୍ରାଗାରରେ ୧୧୦ରୁ ୧୨୦ ପରମାଣୁ ବହନ କରିପାରୁ ଥିବା କ୍ଷେପଣାସ୍ତ୍ର ରହିଛି। ଯଥା ପୃଥ୍ୱୀ-୨ (୩୫୦ କିମି), ଅଗ୍ନି-୧ (୭୦୦ କିମି), ଅଗ୍ନି-୨ (୨୦୦୦ କିମି), ଅଗ୍ନି-୩ (୩୦୦୦ କିମି)କୁ ପୂର୍ବରୁ ସେନାରେ ସାମିଲ କରାଯାଇ ସାରିଛି।

Related story