ମର୍ଡନ ପୋଷାକରେ ଲିଫ୍ଟ ମାଗୁଛି ଭୂତ! ଜାଣନ୍ତୁ ଓଡ଼ିଶାର ୪ଟି ପ୍ରେତଗ୍ରସ୍ତ ସ୍ଥାନ ସମ୍ପର୍କରେ

ଭୁବନେଶ୍ୱର: ଭୂତ କଥା ଶୁଣିଲେ ମନ ଭିତରେ ଏକ ଅଜଣା ଭୟ ସଂଚାର ହୁଏ। କିଛି ଲୋକ ଭୂତପ୍ରେତ ଉପରେ ବିଶ୍ୱାସ କରୁଥିବା ବେଳେ ଅନ୍ୟ କିଛି ଲୋକ ଏହାକୁ ମଜାରେ ଉଡାଇ ଦିଅନ୍ତି। କିନ୍ତୁ ଅନେକ ସମୟରେ ଆମେ ଫିଲ୍ମରେ ଭୂତ ଥିବାର ଝଲକ ମଧ୍ୟ ପାଇଥାଉ। ତେବେ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ ସତରେ କଣ ଭୂତପ୍ରେତ ଅଛନ୍ତି। ଏହା ଜାଣିବା ଏତେ ସହଜ ନୁହେଁ, ତଥାପି ଏହାର ଜବାବ କେବଳ […]

ghost 2

Rakesh Mallick
  • Published: Tuesday, 11 July 2017
  • , Updated: 11 July 2017, 09:39 PM IST

ଭୁବନେଶ୍ୱର: ଭୂତ କଥା ଶୁଣିଲେ ମନ ଭିତରେ ଏକ ଅଜଣା ଭୟ ସଂଚାର ହୁଏ। କିଛି ଲୋକ ଭୂତପ୍ରେତ ଉପରେ ବିଶ୍ୱାସ କରୁଥିବା ବେଳେ ଅନ୍ୟ କିଛି ଲୋକ ଏହାକୁ ମଜାରେ ଉଡାଇ ଦିଅନ୍ତି। କିନ୍ତୁ ଅନେକ ସମୟରେ ଆମେ ଫିଲ୍ମରେ ଭୂତ ଥିବାର ଝଲକ ମଧ୍ୟ ପାଇଥାଉ। ତେବେ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ ସତରେ କଣ ଭୂତପ୍ରେତ ଅଛନ୍ତି। ଏହା ଜାଣିବା ଏତେ ସହଜ ନୁହେଁ, ତଥାପି ଏହାର ଜବାବ କେବଳ ଭୁକ୍ତଭୋଗୀ ହିଁ ଦେଇପାରିବେ। ତେବେ ଓଡିଶାରେ ମଧ୍ୟ ଏପରି କିଛି ସ୍ଥାନ ଅଛି ଯେଉଁଠି ଭୂତପ୍ରେତଙ୍କ ଝଲକ ଦେଖିବାକୁ ମିଳିଥାଏ।

ମଙ୍ଗଳାଯୋଡ଼ିର ଭୂତଗଛ: ଖୋର୍ଦ୍ଧା ଜିଲ୍ଲାର ମଙ୍ଗଳାଯୋଡ଼ିରେ ରହିଛି ଏକ ନଷ୍ଟ ହୋଇଯାଇଥିବା ପୁରୁଣା କାଳିଆ ଗଛ। ସୂର୍ଯ୍ୟ ଢଳିବା ମାତ୍ରେ ଏହି ଗଛ ଥିବା ବାଟରେ ଲୋକେ ଯିବା ଆସିବା କରିବାକୁ ଡରିଥାନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଏହାଏକ ଭୂତ ଗଛ। ରାତି ସମୟରେ ଫେରୁଥିବା ବେଳେ ଏହି ଗଛ ପାଖରେ ବିକଟାଳିଆ ଗର୍ଜନ ଶୁଣାଯାଏ ବୋଲି କେତେକ କହନ୍ତି। ଏପରିକି ଏହି ଗଛ ପାଖରେ କେହି ଜଣେ ମହିଳା ଗୁରୁଣ୍ଡୁଥିବାର ଅନେକ ଥର ଲୋକ ଦେଖିଛନ୍ତି ବୋଲି କୁହାଯାଏ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏ ଗଛକୁ ଯଦି କେହିଜଣେ ଭୁଲବଶତଃ ଛୁଇଁଦିଏ ତେବେ ରୋଗରେ ପଡ଼ି ପ୍ରାଣ ହରାଇବାର ନଜିର ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗଛଟି ପ୍ରାୟ ୨୧ ଜଣଙ୍କର ଜୀବନ ନେଇ ସାରିଲାଣି।

କଟକ ହଷ୍ଟେଲ: ସାଧାରଣତଃ ଗାଁ ଗହଳିରେ ଭୂତପ୍ରେତଙ୍କୁ ନେଇ ଅଧିକ ଆଲୋଚନା ହୋଇଥାଏ। ସହରରେ ଭୂତ ଥିବା କଥା କହିଲେ ଲୋକ ହସିଥାନ୍ତି। କିନ୍ତୁ କଟକରେ ଏପରି ଏକ ହଷ୍ଟେଲ ରହିଛି ଯେଉଁଠି ଅତୃପ୍ତ ଆତ୍ମାର ଉପସ୍ଥିତି ଅନୁଭବ କରିଛନ୍ତି କିଛି ଲୋକ। କଟକର ଏକ ପୁରୁଣା ହଷ୍ଟେଲରେ ଏଭଳି ବୃଦ୍ଧ ଲୋକର ଆତ୍ମା ଘୂରି ବୁଲୁଛି ବୋଲି କେତେକ କହନ୍ତି। ଏହି ହଷ୍ଟେଲରେ ରହୁଥିବା ଲୋକେ ଅନେକଥର ବୃଦ୍ଧଙ୍କୁ କାଳେ ଦେଖିଛନ୍ତି।

ରିଂ ରୋଡ: ଦିନ ଥିଲା କଟକ ସହରର ଅନ୍ୟଏକ ଭୟଭୀତ ସ୍ଥାନ ଥିଲା ରିଂ ରୋଡ। ଏବେବି କାଳେ ରାତି ବଢିବା ସଙ୍ଗେ ସଙ୍ଗେ ଏଠାରେ ଭୂତପ୍ରେତଙ୍କ ଉତ୍ପାତ ବଢିଥାଏ ବୋଲି କେତେକ କହନ୍ତି। ବାସ୍ତବରେ ଏହି ଘଟଣାର ସତ୍ୟତା ନଥିଲେ ମଧ୍ୟ କିଛି ଲୋକ ଏହିଭଳି ଅନୁଭବ କରିଥିବା କହିଛନ୍ତି। କାରଣ ରାସ୍ତାକୁ ଲାଗି ରହିଛି ଶ୍ମଶାନ। ତେଣୁ ଅନେକ ସମୟରେ ଏଠାରେ ଅଲୌକିକ ଘଟଣା ଦେଖିବାକୁ ମିଳିଥାଏ ବୋଲି କହିଛନ୍ତି ସ୍ଥାନୀୟ ଲୋକ। ରାତିର ଅନ୍ଧକାରରେ ଏହି ରାସ୍ତାରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଳୁଥିବା ବ୍ୟକ୍ତି ଚାଲୁଥିବାର ଦେଖିଛନ୍ତି ସ୍ଥାନୀୟ ବାସିନ୍ଦା। କିନ୍ତୁ ଏଭଳି ଅଲୌକିକ ଘଟଣାର ସତ୍ୟତା ନେଇ ଏବେବି ଅନେକ ବିଶ୍ୱାସ କରନ୍ତି ନାହିଁ।

ରାଜ୍ୟ ରାଜପଥ: ସାଧାରଣତଃ ରାସ୍ତାରେ ଯିବା ବେଳେ ଲୋକମାନେ ଲିଫ୍ଟ ମାଗିବାର ଦୃଶ୍ୟ ଆପଣ ନିଶ୍ଚୟ ଦେଖିଥିବେ। କିନ୍ତୁ ଭୁବନେଶ୍ୱର ଠାରୁ ୫୦ କିଲୋମିଟର ଦୂରରେ ଥିବା ଏକ ରାଜ୍ୟ ରାଜପଥରେ ଏକ ନିର୍ଦିଷ୍ଟ ସ୍ଥାନ ଅଛି, ଯେଉଁଠି ରାତିରେ ଯିବାବେଳେ ଯଦି କେହି ମଡ଼ର୍ଣ୍ଣ ପୋଷାକ ସହିତ ମୁଣ୍ଡ ବାଳ ଖୋଲା କରିଥିବା ଯୁବତୀ ଲିଫ୍ଟ ମାଗେ ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଲିଫ୍ଟ ମାଗୁଥିବା ଯୁବତୀ ଜଣକ ହୁଏତ ମୃତବ୍ୟକ୍ତି ହୋଇପାରନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କିଛିଦିନ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀ ପ୍ରାଣ ହରାଇଥିଲେ। ସେବେଠାରୁ ସେହି ସ୍ଥାନ ଦେଇ ଯାଉଥିବା ଗାଡ଼ିଚାଳକଙ୍କୁ ଯୁବତୀର ଆତ୍ମା ଲିଫ୍ଟ ମାଗିଥାଏ ବୋଲି କହିଛନ୍ତି କିଛି ଅଙ୍ଗେ ନିଭାଇଥିବା ବ୍ୟକ୍ତି। ଯଦି କେହି ଗାଡିଚାଳକ ଯୁବତୀଙ୍କୁ ଦେଖି ଗାଡି ଅଟକାଇଥାଏ, ତେବେ ହଠାତ୍ ସେ ଅଦୃଶ୍ୟ ହୋଇଯାଏ। ଆଉ ଯଦି କେହି ଗାଡି ନ ଅଟକାଇ ଆଗକୁ ପଳାଇ ଯାଆନ୍ତି ତେବେ ଗାଡି ଭିତରେ ଏହି ଯୁବତୀଙ୍କୁ ଦେଖିବାକୁ ମିଳିଥାଏ।

ଏହି ନ୍ୟୁଜ୍ ପ୍ରକାଶିତ କରି କାହାକୁ ଭୟଭୀତ କରିବା କିମ୍ୱା ଅନ୍ଧବିଶ୍ୱାସକୁ ପ୍ରଶୟ ଦେବା ଆମ ଉଦ୍ଦେଶ୍ୟ ନୁହେଁ।

Related story