ଓଡ଼ିଶାରେ ହୋଇଥିଲେ ଉପେକ୍ଷିତ, ଏବେ ପଶ୍ଚିମବଙ୍ଗରେ ଚମକୁଛନ୍ତି

ମୁନିଗୁଡା(ନନ୍ଦ କିଶୋର ପଟ୍ଟନାୟକ): ଓଡ଼ିଶାରେ ହୋଇଥିଲେ ଉପେକ୍ଷିତ, ଏବେ ପଶ୍ଚିମବଙ୍ଗରେ ଚମକୁଛି ପ୍ରତିଭା। ଆମେ କହୁଛୁ, ରାୟଗଡ଼ା ଜିଲ୍ଲା ବିଷମକଟକର ରାଇଫଲ ଶୁଟର ବିଜୟ କିଶୋର ପଟ୍ଟନାୟକଙ୍କ କଥା। ଅନେକ ଶୁଟିଂ ଚାମ୍ପିଅନସିପ୍‌ରେ ମେଡାଲ ଜିତିଛନ୍ତି ବିଜୟ। କିନ୍ତୁ ନିଜ ରାଜ୍ୟରେ କୌଣସି ସୁବିଧା ସୁଯୋଗ ନମିଳିବାରୁ ସେ ଏବେ ପଶ୍ଚିମବଙ୍ଗ ପାଇଁ ଖେଳୁଛନ୍ତି। ପିଲାଟି ଦିନରୁ ବନ୍ଧୁକ ଚାଳନା ପ୍ରତି ବିଜୟଙ୍କର ଆଗ୍ରହ ଥିଲା। ୨୦୦୫ରେ ତାଳଚେର ରାଇଫଲ କ୍ଲବ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଭାଗ […]

odia-boy

Biswobandita Swain
  • Published: Tuesday, 24 September 2019
  • , Updated: 24 September 2019, 02:41 PM IST

ମୁନିଗୁଡା(ନନ୍ଦ କିଶୋର ପଟ୍ଟନାୟକ): ଓଡ଼ିଶାରେ ହୋଇଥିଲେ ଉପେକ୍ଷିତ, ଏବେ ପଶ୍ଚିମବଙ୍ଗରେ ଚମକୁଛି ପ୍ରତିଭା। ଆମେ କହୁଛୁ, ରାୟଗଡ଼ା ଜିଲ୍ଲା ବିଷମକଟକର ରାଇଫଲ ଶୁଟର ବିଜୟ କିଶୋର ପଟ୍ଟନାୟକଙ୍କ କଥା। ଅନେକ ଶୁଟିଂ ଚାମ୍ପିଅନସିପ୍‌ରେ ମେଡାଲ ଜିତିଛନ୍ତି ବିଜୟ। କିନ୍ତୁ ନିଜ ରାଜ୍ୟରେ କୌଣସି ସୁବିଧା ସୁଯୋଗ ନମିଳିବାରୁ ସେ ଏବେ ପଶ୍ଚିମବଙ୍ଗ ପାଇଁ ଖେଳୁଛନ୍ତି।

ପିଲାଟି ଦିନରୁ ବନ୍ଧୁକ ଚାଳନା ପ୍ରତି ବିଜୟଙ୍କର ଆଗ୍ରହ ଥିଲା। ୨୦୦୫ରେ ତାଳଚେର ରାଇଫଲ କ୍ଲବ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ସେ ତୃତୀୟ ସ୍ଥାନ ହାସଲ କରିଥିଲେ। ୨୦୦୬ ଏବଂ ୨୦୦୭ରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସେ ମେଡାଲ ହାତେଇଥିଲେ କିନ୍ତୁ ସଠିକ୍ ତାଲିମ ଅଭାବରୁ ୨୦୦୭ରେ ଆଗ୍ରାରେ ଆୟୋଜିତ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇ ସେ ବିଫଳତାର ସାମ୍ନା କରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶାରେ ଏକ କ୍ଲବ ଗଠନ ପାଇଁ ନିଷ୍ପତ୍ତି ନେଇ ଓଡ଼ିଶା ପ୍ରଦେଶ ରାଇଫଲ ଆସୋସିଏସନ୍ ନାଁରେ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ ବି ସ୍ୱିକୃତି ମିଳିନଥିଲା। ଏଭଳି ବାରମ୍ବାର ନିଜ ରାଜ୍ୟରେ ଉପେକ୍ଷିତ ହେବା ପରେ ଏବେ ପଶ୍ଚିମବଙ୍ଗ ରାଇଫଲ ଆସୋସିଏସନ୍ ପକ୍ଷରୁ ଖେଳୁଛନ୍ତି।

୨୦୧୬ରେ ପଶ୍ଚିମବଙ୍ଗ ରାଇଫଲ ଆସୋସିଏସନ୍ ବିଜୟଙ୍କୁ ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସ୍ୱୀକୃତି ଦେଇଥିଲା। ହରିଆଣାରେ ଡବଲ ଟ୍ରାପ୍ ଶୁଟିଂ ଭାଗ ନେଇ ୬୦୦ରୁ ୫୧୫ ନମ୍ବର ରଖି ସେ ପୁରସ୍କୃତ ହୋଇଥିଲେ। ୨୦୧୬ରୁ ବିଜୟ ପଶ୍ଚିମବଙ୍ଗ ପକ୍ଷରୁ ଖେଳି ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି।

କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି କିନ୍ତୁ ନିଜ ରାଜ୍ୟରୁ ସୁବିଧା ସୁଯୋଗ ନପାଇ ବିଜୟଙ୍କ ଭଳି ଜଣେ ଦକ୍ଷ ଖେଳାଳିକୁ ଅନ୍ୟ ରାଜ୍ୟ ପାଇଁ ଖେଳିବା ଏକ ବିଡମ୍ବନା ବିଷୟ ବୋଲି ବିଜୟଙ୍କ ପରିବାର ଲୋକେ କହିଛନ୍ତି।

Related story