'ଏଲ୍ ବେଞ୍ଚ୍'- ଦେଖିବାକୁ ସାଇକେଲ୍‌ ପରି, କାମ ମୋଟର୍‌ ସାଇକେଲ୍‌ ଭଳି

ସୋର (ଶଶିକାନ୍ତ ବେହେରା): ଏପରି ସାଇକେଲ୍‌ ଆପଣ ଆଗରୁ କେବେ ଦେଖି ନ ଥିବେ, ଯାହା ମୋଟର୍‌ ସାଇକେଲ୍‌ଠାରୁ କିଛି କମ୍‌ ନୁହେଁ। ଷ୍ଟାର୍ଟ ହେଉଛି, ହର୍ଣ୍ଣ ବାଜୁଛି ଏବଂ ଆସେଲେରେଟର ମୋଡ଼ିଲେ ଆଗକୁ ଗଡ଼ୁଛି। ସବୁଠାରୁ ବଡ଼ କଥା, ଏଥିପାଇଁ ଡିଜେଲ କି ପେଟ୍ରୋଲ୍‌ର ଆବଶ୍ୟକ ପଡ଼ୁ ନାହିଁ। କାରଣ ଏହା ବ୍ୟାଟେରୀରେ ଚାଲୁଛି। ବିନା କୌଣସି ତାଲିମରେ ନିଜ ଉଦ୍ୟମରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଅନ୍ତର୍ଗତ ସାଜନପୁର କସବା ଗାଁର ଜୀବନଜ୍ୟୋତି ନାୟକ […]

cycle-4--1

cycle-4--1

Niharika Rout
  • Published: Thursday, 07 November 2019
  • Updated: 07 November 2019, 10:01 PM IST

Sports

Latest News

ସୋର (ଶଶିକାନ୍ତ ବେହେରା): ଏପରି ସାଇକେଲ୍‌ ଆପଣ ଆଗରୁ କେବେ ଦେଖି ନ ଥିବେ, ଯାହା ମୋଟର୍‌ ସାଇକେଲ୍‌ଠାରୁ କିଛି କମ୍‌ ନୁହେଁ। ଷ୍ଟାର୍ଟ ହେଉଛି, ହର୍ଣ୍ଣ ବାଜୁଛି ଏବଂ ଆସେଲେରେଟର ମୋଡ଼ିଲେ ଆଗକୁ ଗଡ଼ୁଛି। ସବୁଠାରୁ ବଡ଼ କଥା, ଏଥିପାଇଁ ଡିଜେଲ କି ପେଟ୍ରୋଲ୍‌ର ଆବଶ୍ୟକ ପଡ଼ୁ ନାହିଁ। କାରଣ ଏହା ବ୍ୟାଟେରୀରେ ଚାଲୁଛି।

ବିନା କୌଣସି ତାଲିମରେ ନିଜ ଉଦ୍ୟମରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଅନ୍ତର୍ଗତ ସାଜନପୁର କସବା ଗାଁର ଜୀବନଜ୍ୟୋତି ନାୟକ ଏହି ସାଇକେଲ ତିଆରି କରିଛନ୍ତି। ସବୁଠୁ ବଡ଼ କଥା, ଏହି ସାଇକେଲ୍‌ ବ୍ୟବହାର କରିବା ଦ୍ୱାରା ପରିବେଶ ପ୍ରଦୂଷଣ ହେବନାହିଁ। ଏହି ସାଇକେଲକୁ ଆକର୍ଷଣୀୟ ଷ୍ଟିକରିଂ କରିବା ସହ ଜୀବନଜ୍ୟୋତି ଏହାର ନାଁ ଦେଇଛନ୍ତି ‘ଏଲ୍ ବେଞ୍ଚ୍’।

ବ୍ୟାଟେରୀକୁ ୩ଘଣ୍ଟା ଚାର୍ଜ କଲେ ଏହି ସାଇକେଲ୍‌ ୩୫ରୁ ୪୦ କିଲୋମିଟର ଗଡ଼ୁଛି। ଯଦି ବ୍ୟାଟେରୀ ସରିଯାଏ, ତା’ହେଲେ ପେଡାଲ୍‌ ମାରି ବି ସାଇକେଲ୍‌କୁ ଚଲାଇ ହେବ। ଏଥିରେ ଲିଥିୟମ ଆୟନ ବ୍ୟାଟେରୀ, ୨୪ଭୋଲ୍ଟର ୨୫୦ ୱାଟ୍‌ର ଗିୟର ମୋଟର, ହେଡଲାଇଟ୍, ହର୍ଣ୍ଣ, ଆସେଲେରେଟର ଓ ବ୍ରେକ୍ ସହିତ ମୋବାଇଲ୍‌ ଚାର୍ଜ କରିବାର ସୁବିଧା ବି ରହିଛି। ମୋଟ୍‌ ୧୩ ହଜାର ୫୦୦ ଟଙ୍କାରେ ତିଆରି ହୋଇଛି ଏହି ବ୍ୟାଟେରୀ ଚାଳିତ ସାଇକେଲ।

ପିଲାବେଳୁ ବୈଦ୍ୟୁତିକ ଉପକରଣକୁ ନେଇ କିଛି ନୂଆ କରିବାର ଇଚ୍ଛା ରଖିଥିବା ଯୁକ୍ତ ତିନି ବିଜ୍ଞାନ ଛାତ୍ର ଜୀବନଜ୍ୟୋତି ଏଭଳି ସାଇକେଲ ତିଆରି କରିବା ପରେ ତାଙ୍କ ପରିବାରଠୁ ଆରମ୍ଭ କରି ଅଞ୍ଚଳବାସୀ ବେଶ୍ ଖୁସି ଅଛନ୍ତି।

ଜୀବନଜ୍ୟୋତି କହିଛନ୍ତି, “ଛୋଟ ବେଳୁ ବୈଦ୍ୟୁତିକ ଉପକରଣ ପ୍ରତି ଖୁବ୍‌ ଆଗ୍ରହ ଥିଲା। ଏଥିଲାଗି  ଯୁକ୍ତ ୨ ପଢ଼ିବା ବେଳଠୁ ବ୍ୟାଟେରୀ ସାଇକେଲ ତିଆରି ଚିନ୍ତାଧାରା ମନକୁ ଆସିଲା। କଲେଜ ଓ ଟ୍ୟୁସନ୍‌ ଯିବା ଲାଗି ଏପରି ସାଇକେଲ ତିଆରି କଲି। ପରିବେଶ ଉପରେ ମଧ୍ୟ ଏହାର ଯେପରି କୁ ପ୍ରଭାବ ନ ପଡ଼େ ସେଥିପ୍ରତି ଧ୍ୟାନ ଦେଇଥିଲି। ”

ଏନେଇ ଜୀବନଜ୍ୟୋତିଙ୍କ ମା’ କହିଛନ୍ତି,  “ଛୋଟ ବେଳୁ ସେ ସାଇକେଲ ଭାଙ୍ଗି ନିଜେ ସଜାଡ଼ି ଦେଉଥିଲା। ଏଥିପ୍ରତି ତା’ର ଆଗ୍ରହ ପ୍ରବଳ ରହିଛି। ସେ ନିଜ ଜେଜେଙ୍କଠାରୁ ଏ ବିଷୟରେ ଜ୍ଞାନ ଆହରଣ କରିଛି। ତେଣୁ ଆଗାମୀ ଦିନରେ ସେ ଆଉ କିଛି ନୂଆ କରିବାକୁ ଇଚ୍ଛା ପ୍ରକଟ କଲେ, ତାକୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବୁ।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos