Advertisment

ଦସ୍ୟୁ ରତ୍ନାକରରୁ ବାଲ୍ମିକୀ ପାଲଟିଗଲେ ରାମ ଓ ଶିବ!

ଖୋର୍ଦ୍ଧା (ବଳରାମ ଲେଙ୍କା): ମା’ କାଳୀଜାଈଙ୍କୁ ଜଳ ଲାଗି କରିବା ପରେ ବଦଳିଗଲା ଚରିତ୍ର। ଏକଦା ଦସ୍ୟୁ ରତ୍ନାକର ସାଜିଥିବା ଦୁଇ ଜଣ ବ୍ୟକ୍ତି ପାଲଟି ଯାଇଛନ୍ତି ବାଲ୍ମିକୀ। ଦସ୍ୟୁ ରତ୍ନାକରରୁ ବାଲ୍ମକୀ ସାଜିଥିବା ଦୁଇ ବ୍ୟକ୍ତି ହେଲେ ରାମ ଓ ଶିବ। ଶିକାରୀ ଭାବେ ଦୁର୍ନାମ ମୁଣ୍ଡାଇଥିବା ରାମ ଓ ଶିବ ଏବେ ପକ୍ଷୀଙ୍କୁ ଦେଉଛନ୍ତି ସୁରକ୍ଷା। ଦିନ ରାତି ଚିଲିକାରେ ଘୂରି ବୁଲୁଛନ୍ତି। ଆଉ ପକ୍ଷୀଙ୍କ ଗତିବିଧି ଉପରେ ରଖୁଛନ୍ତି କଡ଼ା ନଜର। ମଙ୍ଗଳାଯୋଡ଼ି […]

ଦସ୍ୟୁ ରତ୍ନାକରରୁ ବାଲ୍ମିକୀ ପାଲଟିଗଲେ ରାମ ଓ ଶିବ!

Shiva-ans-Ram

Advertisment

ଖୋର୍ଦ୍ଧା (ବଳରାମ ଲେଙ୍କା): ମା’ କାଳୀଜାଈଙ୍କୁ ଜଳ ଲାଗି କରିବା ପରେ ବଦଳିଗଲା ଚରିତ୍ର। ଏକଦା ଦସ୍ୟୁ ରତ୍ନାକର ସାଜିଥିବା ଦୁଇ ଜଣ ବ୍ୟକ୍ତି ପାଲଟି ଯାଇଛନ୍ତି ବାଲ୍ମିକୀ। ଦସ୍ୟୁ ରତ୍ନାକରରୁ ବାଲ୍ମକୀ ସାଜିଥିବା ଦୁଇ ବ୍ୟକ୍ତି ହେଲେ ରାମ ଓ ଶିବ। ଶିକାରୀ ଭାବେ ଦୁର୍ନାମ ମୁଣ୍ଡାଇଥିବା ରାମ ଓ ଶିବ ଏବେ ପକ୍ଷୀଙ୍କୁ ଦେଉଛନ୍ତି ସୁରକ୍ଷା। ଦିନ ରାତି ଚିଲିକାରେ ଘୂରି ବୁଲୁଛନ୍ତି। ଆଉ ପକ୍ଷୀଙ୍କ ଗତିବିଧି ଉପରେ ରଖୁଛନ୍ତି କଡ଼ା ନଜର।

Advertisment

ମଙ୍ଗଳାଯୋଡ଼ି ଗାଁର ରାମ ବେହେରା ଓ ଶିବ ବେହେରା। ଚିଲିକାର ସୌନ୍ଦର୍ଯ୍ୟ ବହନ କରୁଥିବା ବିଦେଶାଗତ ପକ୍ଷୀଙ୍କୁ ଶିକାର କରୁଥିଲେ। ଆଉ ସେହି ମାଂସକୁ ହୋଟେଲ୍‌ ଓ ଢାବାରେ ବିକ୍ରି କରୁଥିଲେ। ସେଥିରୁ ଯାହା ମିଳୁଥିଲା, ସେଥିରେ ଚଳୁଥିଲା ପୂରା ପରିବାର। ଯେଉଁଥିପାଇଁ ସେମାନେ ବହୁଥର ଦଣ୍ଡ ବି ଭୋଗିଛନ୍ତି। ବନ ବିଭାଗ ହାତରେ ଧରା ପଡ଼ି ଅନେକ ବାର ଜେଲ୍‌ ଯାଇଛନ୍ତି। ମାସ ମାସ ଧରି ଜେଲ୍‌ର କାଳ କୋଠରୀରେ ଅନ୍ଧାରୀ ଜୀବନ ବିତାଇଛନ୍ତି। କେବଳ ରାମ, ଶିବ ନୁହନ୍ତି ମଙ୍ଗଳାଯୋଡି ଗାଁରେ ଅନେକ ଯୁବକ ପକ୍ଷୀ ଶିକାର କରି ଜେଲ୍‌ ଯିବାର ନଜିର ରହିଛି।

ତେବେ ହଠାତ୍‌ ରାମ ଓ ଶିବଙ୍କ ଚରିତ୍ରରେ ପରିବର୍ତ୍ତନ ହୋଇଛି। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ୱାଇଲ୍‌ଡ ଓଡ଼ିଶାର ଅଧ୍ୟକ୍ଷ ନନ୍ଦ କିଶୋର ଭୂଜବଳ। ସେ ରାମ ଓ ଶିବ ସମ୍ପର୍କରେ ଜାଣିବା ପରେ ମଙ୍ଗଳାଯୋଡ଼ି ଅଞ୍ଚଳରେ ପହଞ୍ଚି ଥିଲେ। ପକ୍ଷୀ ଶିକାର ନକରିବା ପାଇଁ ଗାଁ ଲୋକଙ୍କୁ ବୁଝାଇଥିଲେ। ପରେ ମା’ କାଳୀଜାଈଙ୍କ ନାଁରେ ବଜ୍ର ଶପଥ ଦେଇଥିଲେ।

Advertisment

ଶିବ ଓ ରାମଙ୍କ ସମେତ ଗାଁର ଅନେକ ଯୁବକ ଚିଲିକାରେ ଆଞ୍ଜୁଳାରେ ପାଣି ଟେକି ଜୀବନରେ କେବେ ପକ୍ଷୀ ମାରିବେ ନାହିଁ ବୋଲି ମା’ କାଳୀଜାଈଙ୍କ ନାଁରେ ଶପଥ ନେଇଥିଲେ। ତା’ପରେ ରାମ ଓ ଶିବଙ୍କ ପରି ଅନେକ ଯୁବକଙ୍କ ଚରିତ୍ର ବଦଳି ଯାଇଥିଲା। ଦିନ କେଇଟାରେ ଦସ୍ୟୁ ରତ୍ନାକରରୁ ସେମାନେ ବାଲ୍ମିକୀରେ ପରିଣତ ହୋଇଯାଇଥିଲେ।

ଦିନେ ଶିକାର କରି କଳଙ୍କ ମୁଣ୍ଡାଇଥିବା ରାମ ଓ ଶିବ ଏବେ ପକ୍ଷୀଙ୍କ ସୁରକ୍ଷାରେ ଲାଗି ପଡ଼ିଛନ୍ତି। ହାତରେ ଶକ୍ତିଶାଳୀ ବାଇନାକୁଲାରରେ ବିଦେଶାଗତ ପକ୍ଷୀଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି। ଚିଲିକାର ବିଶାଳ ଜଳରାଶିରେ ବିଦେଶୀ ପକ୍ଷୀମାନେ କେଉଁଠି ଓ କେମିତି ଅଛନ୍ତି? ତାହା ଏମାନେ ତଦାରଖ କରୁଛନ୍ତି। ଏହାଛଡ଼ା ପ୍ରତିଦିନ ଆସୁଥିବା ଶହ ଶହ ପର୍ଯ୍ୟଟକଙ୍କୁ ଚିଲିକାର ଚାରୁ ଚିତ୍ରମାଳା ଦେଖାଉଛନ୍ତି। ଅତି ପ୍ରାଞ୍ଜଳ ଓ ନିର୍ଭୁଲ ଭାବେ ପକ୍ଷୀଙ୍କ ଆଗମନ, ପ୍ରତ୍ୟାବର୍ତ୍ତନ ଏବଂ ନାଁ କହି ପାରୁଛନ୍ତି।

ଚିଲିକାରେ ପକ୍ଷୀ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଓ୍ୱାଇଲ୍ଡ ଓଡ଼ିଶା ସଂଗଠନର ଉପାଧ୍ୟକ୍ଷ ନନ୍ଦ କିଶୋର ଭୂଜବଳ କହିଛନ୍ତି, ପକ୍ଷୀ ଶିକାର ନକରିବା ପାଇଁ କହିଥିଲି। ଯଦି ପକ୍ଷୀ ଶିକାର କରିବ, ତାହାହେଲେ ସବୁ ମରିଯିବେ। ରୋଜଗାର ସବୁ ବାଟ ବନ୍ଦ ହୋଇଯିବ। ରୋଜଗାର ଯଦି କରିବାକୁ ଚାହୁଁଛ, ତା’ହେଲେ ପକ୍ଷୀଙ୍କ ସୁରକ୍ଷା କର। ଗାଁ ଲୋକଙ୍କ ସହଯୋଗରେ ଏମାନଙ୍କୁ ସୁଧାରି ପାରିଛି। ସେମାନେ ପକ୍ଷୀଙ୍କ ସୁରକ୍ଷା କରି ଆଜି ଦୁଇ ପଇସା ରୋଜଗାର କରିପାରୁଛନ୍ତି। ସାରା ପୃଥିବୀ ଏମାନଙ୍କୁ ଆଦର କରୁଛି ବୋଲି ଶ୍ରୀ ନନ୍ଦ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe