କୁମ୍ଭୀର ସହ ବେଡରୁମ୍‌ରେ ଗୋଟିଏ ରାତି

କୁମ୍ଭୀରଙ୍କୁ ନେଇ କାହା ମନରେ ବା ଭୟ ନଥାଏ। କିନ୍ତୁ ଥରେ ହଠାତ୍ ଦେଖିଲେ ଯେ, ଆପଣ ଘରେ ଶୋଇଛନ୍ତି, ଆଉ ଉଠିଲା ବେଳକୁ ଜାଣିବାକୁ ପାଇଲେ, ଆପଣଙ୍କ ବେଡରୁମ୍‌ ଖଟ ତଳେ ଏକ କୁମ୍ଭୀର ଶୋଇଛି। ତେବେ ଆପଣ କଣ କରିବେ? ତା ପରର ଅବସ୍ଥା ଓ ଦୃଶ୍ୟ କେମିତି ହେବ ତାହା ସମସ୍ତେ ଅନୁମାନ କରିପାରୁଥିବେ। ଠିକ୍ ଏହିପରି ଏକ ଘଟଣା ଘଟିଥିଲା ହରିଦ୍ୱାରରେ। ଏଠି ଜଣକ ବେଡରୁମ୍‌ରେ ହିଁ ଉଦ୍ଧାର କରାଯାଇଥିଲା ଏକ […]

CROCODILE-1

Rakesh Mallick
  • Published: Tuesday, 27 June 2017
  • , Updated: 27 June 2017, 06:58 PM IST

କୁମ୍ଭୀରଙ୍କୁ ନେଇ କାହା ମନରେ ବା ଭୟ ନଥାଏ। କିନ୍ତୁ ଥରେ ହଠାତ୍ ଦେଖିଲେ ଯେ, ଆପଣ ଘରେ ଶୋଇଛନ୍ତି, ଆଉ ଉଠିଲା ବେଳକୁ ଜାଣିବାକୁ ପାଇଲେ, ଆପଣଙ୍କ ବେଡରୁମ୍‌ ଖଟ ତଳେ ଏକ କୁମ୍ଭୀର ଶୋଇଛି। ତେବେ ଆପଣ କଣ କରିବେ? ତା ପରର ଅବସ୍ଥା ଓ ଦୃଶ୍ୟ କେମିତି ହେବ ତାହା ସମସ୍ତେ ଅନୁମାନ କରିପାରୁଥିବେ। ଠିକ୍ ଏହିପରି ଏକ ଘଟଣା ଘଟିଥିଲା ହରିଦ୍ୱାରରେ। ଏଠି ଜଣକ ବେଡରୁମ୍‌ରେ ହିଁ ଉଦ୍ଧାର କରାଯାଇଥିଲା ଏକ ମାରାତ୍ମକ କୁମ୍ଭୀର।

ହରିଦ୍ୱାରର ଅଲାବଲପୁର ଗାଁର ନରେନ୍ଦ୍ର କୁମାରଙ୍କ ବେଡ଼ରୁମରୁ ବାହାରିଛି ବିଶାଳକାୟ କୁମ୍ଭୀର। ସୂଚନା ଅନୁଯାୟୀ, ନରେନ୍ଦ୍ର କୁମାର ବେଶ୍ ଆରାମରେ ଶୋଇଥିଲେ ତାଙ୍କ ବେଡ଼ରୁମରେ। ରାତି ଅଧରେ ଉଠିଥିଲେ ପରିସ୍ରାରେ କରିବାକୁ। ହେଲେ ଖଟିଆ ତଳକୁ ନଜର ପକାଇବା ପରେ ଭୟଭୀତ ହୋଇ ଯାଇଥିଲେ ସେ। କାରଣ ଖଟିଆ ତଳେ ବିଶାଳକାୟ କୁମ୍ଭୀର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ନରେନ୍ଦ୍ର। ତତ୍‌କ୍ଷଣାତ ସେ ଘର ଭିତରୁ ବାହାରି ଯାଇ ଜୋରରେ ଡ଼ାକ ପକାଇଥିଲେ। ନରେନ୍ଦ୍ରଙ୍କ ଡାକ ଶୁଣି ସାହି ପଡ଼ିଶା ଲୋକ ପହଞ୍ଚିଥିଲେ। ହେଲେ କୁମ୍ଭୀରଙ୍କୁ କାବୁ କରିବା ଏତେ ସହଜ ନଥିଲା ଗ୍ରାମବାସୀଙ୍କ ପକ୍ଷେ। ଶେଷରେ ବନ ବିଭାଗର କର୍ମଚାରୀଙ୍କୁ ଡାକି କୁମ୍ଭୀରକୁ ଉଦ୍ଧାର କରାଯାଇଥିଲା ଏବଂ ସୁରକ୍ଷିତ ଭାବେ ଗଙ୍ଗ। ନଦୀରେ ଛଡା ଯାଇଥିଲା।

Related story