ସାଇକେଲ ଷ୍ଟାଣ୍ଡରେ ଗଢ଼ାଯାଉଛି ପିଲାଙ୍କ ଭବିଷ୍ୟତ

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ବରଜ ଦେଉଳି ଗାଁରେ ରହିଛି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲଟି ୧୯୧୯ ମସିହାରେ ନିର୍ମାଣ କରାଯାଇଥିଲା। ଏହି ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୧୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ୫ ଜଣ ଶିକ୍ଷକ ଅଛନ୍ତି। ହେଲେ ସ୍କୁଲରେ ଆବଶ୍ୟକ ଶ୍ରେଣୀ ଗୃହ ନ ଥିବାରୁ ପିଲାମାନେ ସ୍କୁଲରେ ଥିବା ସାଇକେଲ ଷ୍ଟାଣ୍ଡରେ ବସି ପାଠ ପଢ଼ୁଛନ୍ତି। ପୂର୍ବରୁ […]

soro00

Tapaswini Nayak
  • Published: Tuesday, 25 February 2020
  • , Updated: 26 February 2020, 09:26 AM IST

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ବରଜ ଦେଉଳି ଗାଁରେ ରହିଛି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲଟି ୧୯୧୯ ମସିହାରେ ନିର୍ମାଣ କରାଯାଇଥିଲା। ଏହି ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୧୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ୫ ଜଣ ଶିକ୍ଷକ ଅଛନ୍ତି। ହେଲେ ସ୍କୁଲରେ ଆବଶ୍ୟକ ଶ୍ରେଣୀ ଗୃହ ନ ଥିବାରୁ ପିଲାମାନେ ସ୍କୁଲରେ ଥିବା ସାଇକେଲ ଷ୍ଟାଣ୍ଡରେ ବସି ପାଠ ପଢ଼ୁଛନ୍ତି।

ପୂର୍ବରୁ ଏହି ସ୍କୁଲରେ ଚାରି ବଖରା ଆଜବେଷ୍ଟସ ଘର ଥିବା ବେଳେ ଦୁଇ ବଖରା ପକ୍କା ଘର ଥିଲା। ପିଲାମାନେ ସେଠାରେ ସୁବିଧାରେ ବସି ପାଠ ପଢ଼ୁଥିଲେ। କିନ୍ତୁ ‘ବୁଲ୍‌ବୁଲ୍‌’ ବାତ୍ୟାରେ ଚାରି ବଖରା ଘରର ଆଜବେଷ୍ଟସ ଉଡ଼ିଯାଇଥିଲା। ସେବେଠାରୁ ସେହି ଚାରି ବଖରା ଘର ସେମିତି ପଡ଼ି ରହିଛି, ମରାମତି ହୋଇପାରୁ ନାହିଁ। ବାକି ଦୁଇ ବଖରା ପକ୍କା ଘରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲା ପାଠ ପଢ଼ୁଥିବା ବେଳେ ଅନ୍ୟ ଶ୍ରେଣୀର ପିଲା ସାଇକେଲ ଷ୍ଟାଣ୍ଡରେ ବସି ପାଠ ପଢ଼ୁଛନ୍ତି। ଏହାଫଳରେ ପିଲାମାନେ ପାଠ ପଢ଼ିବା ପାଇଁ ହଇରାଣ ହେଉଛନ୍ତି। ଶିକ୍ଷକଙ୍କ ପାଖରେ ଆଉ କୌଣସି ବିକଳ୍ପ ନ ଥିବାରୁ ପିଲାମାନଙ୍କୁ ସେଠାରେ ବସାଇ ପାଠ ପଢ଼ାଉଛନ୍ତି। ବିଦ୍ୟାଳୟର ସମସ୍ୟା ନେଇ ବାରମ୍ବାର ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି।

ଛାତ୍ରୀ ପ୍ରଜ୍ଞାରାଣୀ ମାଝୀ କହିଛନ୍ତି, “ବୁଲ୍‌ବୁଲ୍‌ ବାତ୍ୟାରେ ସ୍କୁଲ ଘରର ଆଜବେଷ୍ଟ ଉଡ଼ିଯାଇଥିଲା। ଏପର୍ଯ୍ୟନ୍ତ ମରାମତି ହୋଇପାରୁନାହିଁ। ଆମେ ବାଧ୍ୟ ହୋଇ ସାଇକେଲ୍‌ ଷ୍ଟାଣ୍ଡରେ ବସି ପାଠ ପଢ଼ୁଛୁ। ସରକାର ଆମ ସ୍କୁଲ ଘରର ମରାମତି କରିଦେଲେ ଆମେ ସୁବିଧାରେ ପାଠ ପଢ଼ିପାରନ୍ତୁ।”

ସ୍କୁଲର ଇନଚାର୍ଜ ପ୍ରଧାନଶିକ୍ଷକ ହେମନ୍ତ କୁମାର ପାତ୍ର କହିଛନ୍ତି, “ବାତ୍ୟାରେ  ସ୍କୁଲ ଘର ଭାଙ୍ଗି ଯାଇଛି। ଏନେଇ ଆମେ ବିଇଓ ଓ ସରପଞ୍ଚଙ୍କୁ ଜଣାଇଥିଲୁ। ବିଇଓ ମଧ୍ୟ ଆମ ସ୍କୁଲକୁ ଆସିଥିଲେ, ସ୍କୁଲ ଘର ମରାମତି କରିବା ପାଇଁ କହିଥିଲେ। ହେଲେ ଏପର୍ଯ୍ୟନ୍ତ ସ୍କୁଲ ଘରର ମରାମତି ହୋଇପାରିନାହିଁ। ସାଇକେଲ ଷ୍ଟାଣ୍ଡରେ ବସି ପିଲା ପାଠ ପଢ଼ୁଛନ୍ତି। ଫଳରେ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଶୀଘ୍ର ସ୍କୁଲ ଘରଟି ମରାମତି କରିଦେଲେ ପିଲାମାନେ ସୁବିଧାରେ ପାଠ ପଢ଼ିପାରନ୍ତେ।”

Related story