ମଶା ଭଳି ମରିବେ ମାଓବାଦୀ ! ଏଥର ଅପରେସନ୍ “ଅଲଆଉଟ୍”: ପଢନ୍ତୁ କେଉଁଠି ପହଞ୍ଚିଲେଣି କୋବ୍ରା କମାଣ୍ତୋ

ଅକସ୍ମାତ କରିବେ ଆକ୍ରମଣ। ଘନ ଘନ ବୋମା ମାଡ଼ରେ ଭୁଶୁଡି ପଡିବ ଲାଲବାହିନୀର କ୍ୟାମ୍ପ। ତ୍ରାହି ତ୍ରାହି ଡାକିବେ ଲାଲ କମାଣ୍ଡରମାନେ। ମାରାତ୍ମକ ରୋଗ ଭଳି ବ୍ୟାପି ଚାଲିଥିବା ମାଓବାଦୀଙ୍କ ଆତଙ୍କିକୁ ରୋକିବାକୁ ଜଙ୍ଗଲରେ ପହଞ୍ଚି ସାରିଛି ପ୍ରତିଷେଧକ। ଘଞ୍ଚ ଜଙ୍ଗଲରେ ଲୁଚି ଆକ୍ରମଣ କରୁଥିବା ମାଓବାଦୀଙ୍କୁ ପ୍ରତିହତ କରିବାକୁ ପହଞ୍ଚି ସାରିଛନ୍ତି କୋବ୍ରା ବାହିନୀ। ମାଓବାଦୀଙ୍କୁ ନିପାତ କରିବାକୁ ଅପରେସନ୍ “ଅଲଆଉଟ”ର ନାରା ଦେଇ ରେଡ୍ କରିଡରକୁ ପ୍ରବେଶ କରିଛନ୍ତି କୋବ୍ରା କମାଣ୍ତୋ। ସୁକ୍‌ମାରେ ହୋଇଥିବା […]

Commando_Force 4

Rakesh Mallick
  • Published: Tuesday, 23 May 2017
  • , Updated: 23 May 2017, 09:14 PM IST

ଅକସ୍ମାତ କରିବେ ଆକ୍ରମଣ। ଘନ ଘନ ବୋମା ମାଡ଼ରେ ଭୁଶୁଡି ପଡିବ ଲାଲବାହିନୀର କ୍ୟାମ୍ପ। ତ୍ରାହି ତ୍ରାହି ଡାକିବେ ଲାଲ କମାଣ୍ଡରମାନେ। ମାରାତ୍ମକ ରୋଗ ଭଳି ବ୍ୟାପି ଚାଲିଥିବା ମାଓବାଦୀଙ୍କ ଆତଙ୍କିକୁ ରୋକିବାକୁ ଜଙ୍ଗଲରେ ପହଞ୍ଚି ସାରିଛି ପ୍ରତିଷେଧକ। ଘଞ୍ଚ ଜଙ୍ଗଲରେ ଲୁଚି ଆକ୍ରମଣ କରୁଥିବା ମାଓବାଦୀଙ୍କୁ ପ୍ରତିହତ କରିବାକୁ ପହଞ୍ଚି ସାରିଛନ୍ତି କୋବ୍ରା ବାହିନୀ। ମାଓବାଦୀଙ୍କୁ ନିପାତ କରିବାକୁ ଅପରେସନ୍ “ଅଲଆଉଟ”ର ନାରା ଦେଇ ରେଡ୍ କରିଡରକୁ ପ୍ରବେଶ କରିଛନ୍ତି କୋବ୍ରା କମାଣ୍ତୋ।

ସୁକ୍‌ମାରେ ହୋଇଥିବା ନକ୍ସଲି ହମ୍‌ଲାରେ ୨୫ ଜଣ ବୀର ଯବାନଙ୍କୁ ହରାଇବା ପରେ ସଜାଗ ହୋଇ ଉଠିଛନ୍ତି କେନ୍ଦ୍ର ସରକାର। ରକ୍ତମୁଖା ଲାଲବାହିନୀଙ୍କ ଠାରୁ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡିଛନ୍ତି।୨୦୦୦ କୋବ୍ରା କମାଣ୍ତୋଙ୍କୁ ନେଇ ଆରମ୍ଭ କରିଛି ଅପରେସନ୍ ଅଲଆଉଟ୍। ହାଇଟେକ୍ ଯୁଦ୍ଧାସ୍ତ୍ର ସହ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଲଢିବାର କ୍ଷମତା ରଖିଥାନ୍ତି କୋବ୍ରା ବାହିନୀ।

 କିପରି ହେବ କୋବ୍ରା କମାଣ୍ତୋଙ୍କ ଅପରେସନ୍ ଅଲଆଉଟ୍

ମାଓବାଦୀଙ୍କ ବଡ ଶକ୍ତି ହେଉଛି ସେମାନେ ରହୁଥିବା ଘଞ୍ଚ ଜଙ୍ଗଲ। ଯେଉଁଠାରେ ମରିବା ସହଜ ହୋଇଥିବା ବେଳେ ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡିଥାଏ। ଘଞ୍ଚ ଜଙ୍ଗଲ ଭିତରେ ଲୁଚିଛପି ଆକ୍ରମଣ କରିଥାନ୍ତି ଲାଲବାହିନୀ। କିନ୍ତୁ ଏଥର କୋବ୍ରା କମାଣ୍ତୋର ତୀକ୍ଷ୍ନ ନଜରରୁ ଆଉ ଖସି  ପାରିବେନି ମାଓବାଦୀ। କାରଣ କମାଣ୍ତୋ ସାଙ୍ଗରେ ଧରି ଆସିଛନ୍ତି ବେଲଜିୟମ ମେଲନୋଇସି ପ୍ରଜାତିର କୁକୁର। ଏହି କୁକୁରଟି IEDର ଚିହ୍ନଟ ପ୍ରକିୟାରେ ସାହାଯ୍ୟ କରିବ କମାଣ୍ତୋଙ୍କୁ ।ପୂର୍ବରୁ ଓସାମା ବିନ୍ ଲାଦେନକୁ ଖୋଜିବା ସମୟରେ ମଧ୍ୟ ସାଥ୍ ଦେଇଥିଲା ଏହି ପ୍ରଜାତିର କୁକୁର।

ପୂର୍ବରୁ ଆମ୍ବୁସ ବିଛାଇ ଯବାନଙ୍କ ଉପରେ ଆକ୍ରମଣ କରି ଜଳପଥରେ ଖସି ଯାଉଥିଲେ ମାଓବାଦୀମାନେ। କିନ୍ତୁ ନକ୍ସଲଙ୍କ ଏଭଳି କୌଶଳକୁ ମଧ୍ୟ ପରାହତ କରିବାକୁ ଉପାୟ ବାଛି ସାରିଛନ୍ତି କମାଣ୍ତୋ। ନକ୍ସଲଙ୍କ ଅବସ୍ଥିତି ଜାଣିବା ଓ ଆକ୍ରମଣ କରିବା ପାଇଁ ଡ୍ରୋନର ବ୍ୟବହାର ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି କୋବ୍ରା କମାଣ୍ତୋ।

ଲାଲବାହିନୀକୁ ନିପାତ କରିବା ପାଇଁ ପୂରା ହୋମୱାର୍କ ସହ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଛନ୍ତି କୋବ୍ରା କମାଣ୍ତୋ। ମାଓବାଦୀ ବ୍ୟବହାର କରୁଥିବା ତୀର ବମ୍‌କୁ ପ୍ରତିହତ କରିବାକୁ ହୋମୱାର୍କ କରିଛନ୍ତି କମାଣ୍ତୋ ମାନେ। ଗରିଲା ଯୁଦ୍ଧ ହେଉ ବା ମାଟି ତଳୁ ବମ୍ ଖୋଜି ତାକୁ ନଷ୍ଟ କରିବା କିମ୍ୱା ଘଞ୍ଚ ଜଙ୍ଗଲରେ ଦୀର୍ଘ ଦିନ ଧରି ନ ଖାଇ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି କୋବ୍ରା ବାହିନୀ । ଦକ୍ଷ ସ୍ନାଇପର ଟିମ୍ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ମାଓବାଦୀଙ୍କୁ ମୁକାବିଲା କରିବାକୁ ଅଣ୍ଟା ଭିଡି ସାରିଛି କୋବ୍ରା ବାହିନୀ।

୧୨ ସେପମ୍ୱର ୨୦୦୮ ମସିହାରେ ଗଠନ କରାଯାଇଥିଲା କୋବ୍ରା କମାଣ୍ତୋ ଟିମ୍। ଭାରତର ଶ୍ରେଷ୍ଠ ୮ ଫେ।ର୍ସ ମଧ୍ୟରୁ ଅନ୍ୟତମ ଏହି କୋବ୍ରା କମାଣ୍ତୋ। ଏମାନଙ୍କୁ  ମୁଖ୍ୟତଃ କୋରାପୁଟ ଓ ବେଲଗ୍ରାମର ଘଞ୍ଚ ଜଙ୍ଗଲ ଭିତରେ ଟ୍ରେନିଂ ଦିଆଯାଇଥାଏ। ବିଭିନ୍ନ ପ୍ରକାର ବେଶ ବଦଳାଇ ଆକ୍ରମଣ କରିବାରେ ମାହିର କୋବ୍ରା ବାହିନୀ। ଦେଶର ଯଶ ପାଇଁ ନିଜ ପ୍ରାଣ ବଳିଦାନ ଦେବା ଏମାନଙ୍କ ଜୀବନର ମୂଳ ଲକ୍ଷ୍ୟ।

 

 

 

Related story