ଜନ୍ମ ଦିନରେ ହିଁ ବ୍ୟକ୍ତିଙ୍କ ମୃତ୍ୟୁ, ଅଙ୍ଗଦାନ ନିଷ୍ପତ୍ତି ନେଲେ ପତ୍ନୀ

ପୁନେ: ଜନ୍ମ ଦିନରେ ହିଁ ବ୍ରେନ ଡେଡ ହୋଇଯାଇଥିବା ଜଣେ ବ୍ୟକ୍ତିଙ୍କ ହାର୍ଟ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରି ଉଦାହାରଣ ସାଜିଛନ୍ତି ତାଙ୍କ ସ୍ତ୍ରୀ। ସ୍ୱାମୀଙ୍କୁ ଡାକ୍ତର ବ୍ରେନ ଡେଡ ବୋଲି ଘୋଷଣା କରିବା ସମୟରେ ଅଧୈର୍ଯ୍ୟ ନ ହୋଇ ପତ୍ନୀ ତାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଲେ। ଏହି ସମୟରେ ସେ ଗର୍ଭବତୀ ଥିବା ବେଳେ ତାଙ୍କର ଜଣେ ୬ ବର୍ଷର ଛୁଆ ବି ଥିଲା।  ଏପରି ହୃଦୟ ବିଦାରକ ଘଟଣା  ଗତ […]

heart-1..

heart-1..

Niharika Rout
  • Published: Tuesday, 11 June 2019
  • Updated: 11 June 2019, 01:54 PM IST

Sports

Latest News

ପୁନେ: ଜନ୍ମ ଦିନରେ ହିଁ ବ୍ରେନ ଡେଡ ହୋଇଯାଇଥିବା ଜଣେ ବ୍ୟକ୍ତିଙ୍କ ହାର୍ଟ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରି ଉଦାହାରଣ ସାଜିଛନ୍ତି ତାଙ୍କ ସ୍ତ୍ରୀ। ସ୍ୱାମୀଙ୍କୁ ଡାକ୍ତର ବ୍ରେନ ଡେଡ ବୋଲି ଘୋଷଣା କରିବା ସମୟରେ ଅଧୈର୍ଯ୍ୟ ନ ହୋଇ ପତ୍ନୀ ତାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଲେ। ଏହି ସମୟରେ ସେ ଗର୍ଭବତୀ ଥିବା ବେଳେ ତାଙ୍କର ଜଣେ ୬ ବର୍ଷର ଛୁଆ ବି ଥିଲା।  ଏପରି ହୃଦୟ ବିଦାରକ ଘଟଣା  ଗତ ଶୁକ୍ରବାର ପୁନେରେ ଘଟିଛି ।

ଡୋନରଜଣକ ୩୨ ବର୍ଷ ବୟସ୍କ ହୋଇଥିବା ବେଳେ ତାଙ୍କ ଜନ୍ମ ଦିନରେ ହିଁ ଡାକ୍ତର ତାଙ୍କୁ ବ୍ରେନ ଡେଡ ବୋଲି ଘୋଷଣା କରିଥିଲେ। ଏପରି ଦୁଃଖଦ ସମୟରେ ତାଙ୍କ ସ୍ତ୍ରୀ କିନ୍ତୁ ଭାଙ୍ଗି ପଡିନଥିଲେ। ସାଧାରଣତଃ ଅଙ୍ଗଦାନ କଥାକୁ ଆମ ସମାଜ ଠିକ୍‌ ଭାବେ ଗ୍ରହଣ କରିପାରୁ ନ ଥିବା ବେଳେ ଏହି କ୍ଷେତ୍ରରେ ମୃତକଙ୍କ ସ୍ତ୍ରୀ ଅନ୍ୟମାନଙ୍କ ଲାଗି ପ୍ରେରଣା ପାଲଟିଛନ୍ତି। ନିଜ ଉପରେ ଦୁଃଖର କଳା ବାଦଲ ପଡିଥିବା ବେଳେ ସେ କିନ୍ତୁ ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ନିଜ ସ୍ୱାମୀଙ୍କ ଅଙ୍ଗ ଦାନ କରିବାକୁ ନେଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ସଂଯୋଗବଶଃତ ଏହି ସମୟରେ ନାଗପୁରରେ ଜଣେ ୨୮ ବର୍ଷୀୟ ଯୁବକଙ୍କ ହାର୍ଟ ଅକାମୀ ହୋଇ ଆସୁଥିବା ବେଳେ ମାତ୍ର ୧୦ ପ୍ରତିଶତ କାମ କରୁଥିଲା। ଉକ୍ତ ଯୁବକଙ୍କ ପରିବାର ଲୋକେ ପୁଅର ବଞ୍ଚିବା ଆଶା ଭଗବାନଙ୍କ ଉପରେ ଛାଡି ଦେଇଥିବା ବେଳେ ସେ ଚିକିତ୍ସାଧୀନ ଥିବା New Era Hospitalକୁ  ଏକ ଫୋନ କଲ୍‌ ଯାଇଥିଲା। ଯାହାକି ଯୁବକଙ୍କ ପରିବାର ସଦସ୍ୟଙ୍କ ମନରେ ପୁଅର ବଞ୍ଚିବା ନେଇ ଆଶା ପୁଣି ଥରେ ଉଜ୍ଜୀବିତ କରାଇଥିଲା। ଏହି ସମୟରେ ଏକ ହାର୍ଟ ଉପଲବ୍ଧ ଥିବା ଅପରପାର୍ଶ୍ୱରୁ କୁହାଯାଇଥିଲା।

ଏହାପରେ ମୃତକଙ୍କ ହାର୍ଟ ବାହାର କରି ଖୁବ୍‌ ଶୀଘ୍ର ଫ୍ଲାଇଟ୍‌ ଯୋଗେ ନାଗପୁର ପହଞ୍ଚାଇବା ବ୍ୟବସ୍ଥା କରାଗଲା। ଏ କ୍ଷେତ୍ରରେ ହାର୍ଟକୁ ବାହାର କରି ଗୋଟିଏ ବକ୍ସରେ ରଖାଯାଉଥିବା ବେଳେ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତ୍ରା କରିବା ବିପଦପୂର୍ଣ୍ଣ ହୋଇଥାଏ। ଏଥିପାଇଁ ଏକ କମର୍ସିଆଲ ଫ୍ଲାଇଟର ବ୍ୟବସ୍ଥା କରାଯାଇଥିଲା। ଏହି ହାର୍ଟଟି ୭୦୦ କିମି ଯାତ୍ରା କରିଥିବା ବେଳେ ଏହାର ଯତ୍ନ ନେବାକୁ ଏକ ଡାକ୍ତର ଟିମ୍‌ ମଧ୍ୟ ସାଙ୍ଗରେ ଯାଇଥିଲା।

ଶୁକ୍ରବାର ସକାଳୁ ୭ଟା ୩୦ରେ ମୃତକଙ୍କ ଶରୀରରୁ ହାର୍ଟ ବାହାର କରି ତୁରନ୍ତ ନାଗପୁର ପଠାଗଲା। ସେଠାରେ ଅପରେସନ ୧୨ଟା୩୦ରୁ ଆରମ୍ଭ ହୋଇ ୩ଟା୩୦ରେ ଶେଷ ହେଲେ। ଏହାପରେ ଯୁବକଜଣକଙ୍କ ଅବସ୍ଥା ଭଲ ଥିବା ଜଣାଯାଇଛି। ଅପରପକ୍ଷେ ମୃତକଙ୍କ ୨ କିଡନୀ ଓ ଲିଭର ମଧ୍ୟ ଭିନ୍ନ ଭିନ୍ନ ହସ୍ପିଟାଲକୁ ପ୍ରତ୍ୟାରୋପରଣ ଲାଗି ପଠାଯାଇଛି।

୨୦୧୫ ମସିହାରେ ମୁମ୍ୱାଇରେ ପ୍ରଥମ ଥର ସଫଳତାର ସହ ହାର୍ଟ  ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ଉକ୍ତ ସମୟରେ ଜଣେ ୪୨ ବର୍ଷ ବୟସ୍କା ବ୍ରେନ ଡେଡ ମହିଳାଙ୍କ ହାର୍ଟ ଆଣି ଜଣେ ୨୨ ବର୍ଷୀୟ ଗ୍ରାଫିକ ଡିଜାଇନରଙ୍କଠାରେ ପ୍ରତ୍ୟାରୋପଣ କରାଗଲା। ଏହା ପରଠାରୁ ଏହି ସଂଖ୍ୟାରେ ବୃଦ୍ଧି ହୋଇଛି। ୨୦୧୫ ମସିହାରୁ ଆଜି ପର୍ଯ୍ୟନ୍ତ  କେବଳ ପୁନେରୁ ୧୬ ବ୍ରେନ ଡେଡ ବ୍ୟକ୍ତିଙ୍କ ହାର୍ଟ ମୁମ୍ୱାଇ, ଦିଲ୍ଲୀ, ଚେନ୍ନାଥ, ନାଗପୁର ପଠାଯାଇଥିବା ଜେଟିସିସି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  କେବଳ ମହାରାଷ୍ଟ୍ରରେ ୯୮ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story