ପାକ୍‌ର ପାଗଳାମି: କୁକୁରକୁ ମିଳିଲା ମୃତ୍ୟୁଦଣ୍ଡ

କୌଣସି ବ୍ୟକ୍ତି କିଛି ଅପରାଧ କଲେ ତାକୁ ମୃତ୍ୟୁ ଦଣ୍ଡ ଦିଆଯାଉଥିବା ଆପଣ ଶୁଣିଥିବେ। କିନ୍ତୁ କୌଣସି ପଶୁକୁ ମୃତ୍ୟୁଦଣ୍ଡ ଦିଆଯାଉଥିବା ଶୁଣିଛନ୍ତି କି? ପାକିସ୍ତାନର ପଞ୍ଜାବ ଜିଲ୍ଲାରେ ଏହି ଆଶ୍ଚର୍ଯ୍ୟ ଘଟଣା ଘଟିଛି। ପଞ୍ଜାବ ଅନ୍ତର୍ଗତ ଭକ୍କରରେ ସହାୟକ ଆୟୁକ୍ତ ରାଜା ସଲୀମ୍‌ ଏକ କୁକୁରକୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ରାଜା ସଲୀମ କହିଛନ୍ତି,“ ଏହି ଦଣ୍ଡ ଶୁଣାଇବା ପୂର୍ବରୁ ମାମଲାର ଯାଞ୍ଚ କରାଯାଇଥିଲା। ତଦନ୍ତରୁ ଜଣା ପଡ଼ିଥିଲା କୁକୁରଟି ଜଣେ ଶିଶୁଟିକୁ କାମୁଡି ଦେଇଥିଲା। ତେଣୁ […]

dog

Rakesh Mallick
  • Published: Thursday, 18 May 2017
  • , Updated: 18 May 2017, 04:39 PM IST

କୌଣସି ବ୍ୟକ୍ତି କିଛି ଅପରାଧ କଲେ ତାକୁ ମୃତ୍ୟୁ ଦଣ୍ଡ ଦିଆଯାଉଥିବା ଆପଣ ଶୁଣିଥିବେ। କିନ୍ତୁ କୌଣସି ପଶୁକୁ ମୃତ୍ୟୁଦଣ୍ଡ ଦିଆଯାଉଥିବା ଶୁଣିଛନ୍ତି କି? ପାକିସ୍ତାନର ପଞ୍ଜାବ ଜିଲ୍ଲାରେ ଏହି ଆଶ୍ଚର୍ଯ୍ୟ ଘଟଣା ଘଟିଛି। ପଞ୍ଜାବ ଅନ୍ତର୍ଗତ ଭକ୍କରରେ ସହାୟକ ଆୟୁକ୍ତ ରାଜା ସଲୀମ୍‌ ଏକ କୁକୁରକୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ରାଜା ସଲୀମ କହିଛନ୍ତି,“ ଏହି ଦଣ୍ଡ ଶୁଣାଇବା ପୂର୍ବରୁ ମାମଲାର ଯାଞ୍ଚ କରାଯାଇଥିଲା। ତଦନ୍ତରୁ ଜଣା ପଡ଼ିଥିଲା କୁକୁରଟି ଜଣେ ଶିଶୁଟିକୁ କାମୁଡି ଦେଇଥିଲା। ତେଣୁ ତାକୁ ମୃତ୍ୟୁଦଣ୍ଡ ଦିଆଯିବା ଜରୁରୀ। ତେଣୁ ତାର ଅପରାଧର ସଜ୍ଜା ମାନବୀୟ ଆଧାରରେ ଶୁଣାଯାଇଛି।”

ମୃତ୍ୟୁଦଣ୍ଡ ଦେବା ପରେ କୁକୁର ମାଲିକ ଜମିଲ୍‌ ଚିନ୍ତାରେ ପଡ଼ି ଯାଇଛନ୍ତି। ଜମିଲ କହିଛନ୍ତି,“ଏହି ଘଟଣାକୁ ନେଇ ମୁଁ ଚୁପ୍‌ ହୋଇ ବସିବି ନାହିଁ। ମୋ ବିରୋଧରେ ମଧ୍ୟ ଶିଶୁର ବାପା ଓ ମା’  ମାମଲା ରୁଜୁ କରିଛନ୍ତି।”

କୁକୁରକୁ ଏକ ସପ୍ତାହ ଯାଏଁ ଜେଲ୍‌ଦଣ୍ଡ ମଧ୍ୟ ଦିଆଯାଇଥିଲା। ତେବେ ଗୋଟିଏ ମାମଲାରେ ଦୁଇଥର କିପରି ଦଣ୍ଡ ଦିଆଯିବ। ମୋ କୁକୁର ସହିତ ଏପରି ଅନ୍ୟାୟ ହେବାକୁ ମୁଁ ଦେବି ନାହିଁ ବୋଲି ଜମିଲ୍‌ କହିଛନ୍ତି।

ସୌଜନ୍ୟ-ଦୈନିକ ଜାଗରଣ

Related story