ହାତରେ ରହିଛି କି ‘M’ ଆକୃତିର ରେଖା: ପଢି ଜାଣନ୍ତୁ ଭବିଷ୍ୟତ

ହାତଦେଖା କାହିଁ କେଉଁ ଆବାହମାନ କାଳରୁ ରହି ଆସିଛି। ସମସ୍ତେ ଜାଣନ୍ତି ହାତରେଖାରୁ ବ୍ୟକ୍ତିର ବ୍ୟକ୍ତିତ୍ୱ ସମ୍ପର୍କରେ ବହୁ ତଥ୍ୟ ମିଳିଥାଏ। ଏଥିପାଇଁ ଜ୍ୟୋତିଷଶାସ୍ତ୍ରର ମହତ୍ୱ ବହୁତ ରହିଛି। ଜ୍ୟୋତିଷଙ୍କ ପାଖକୁ ଯାଇ ଭୂତ, ଭବିଷ୍ୟତ ଜାଣିବାକୁ କାହାର ବା ଇଚ୍ଛା ନ ଥାଏ। ଆପଣ କେତେ ଭାଗ୍ୟଶାଳୀ ଓ ଭବିଷ୍ୟତ ଆପଣଙ୍କର କ’ଣ ରହିବ ଜାଣିବାକୁ ଚାହିଁଥାନ୍ତି। ଆସନ୍ତୁ ଜାଣିବା ଏମିତି ଏକ ରେଖା ସମ୍ପର୍କରେ। ଯାହା ଆପଣଙ୍କ ଭବିଷ୍ୟତ କେଉଁଆଡକୁ ଗତି କରିବ ସୂଚନା […]

,,,

Rakesh Mallick
  • Published: Tuesday, 23 May 2017
  • , Updated: 23 May 2017, 12:24 PM IST

ହାତଦେଖା କାହିଁ କେଉଁ ଆବାହମାନ କାଳରୁ ରହି ଆସିଛି। ସମସ୍ତେ ଜାଣନ୍ତି ହାତରେଖାରୁ ବ୍ୟକ୍ତିର ବ୍ୟକ୍ତିତ୍ୱ ସମ୍ପର୍କରେ ବହୁ ତଥ୍ୟ ମିଳିଥାଏ। ଏଥିପାଇଁ ଜ୍ୟୋତିଷଶାସ୍ତ୍ରର ମହତ୍ୱ ବହୁତ ରହିଛି। ଜ୍ୟୋତିଷଙ୍କ ପାଖକୁ ଯାଇ ଭୂତ, ଭବିଷ୍ୟତ ଜାଣିବାକୁ କାହାର ବା ଇଚ୍ଛା ନ ଥାଏ। ଆପଣ କେତେ ଭାଗ୍ୟଶାଳୀ ଓ ଭବିଷ୍ୟତ ଆପଣଙ୍କର କ’ଣ ରହିବ ଜାଣିବାକୁ ଚାହିଁଥାନ୍ତି। ଆସନ୍ତୁ ଜାଣିବା ଏମିତି ଏକ ରେଖା ସମ୍ପର୍କରେ। ଯାହା ଆପଣଙ୍କ ଭବିଷ୍ୟତ କେଉଁଆଡକୁ ଗତି କରିବ ସୂଚନା ଦେଇଥାଏ।

ହାତରେ ଥିବା ପ୍ରତ୍ୟେକ ରେଖାର ରହିଛି ଅଲଗା ଅଲଗା ମହତ୍ତ୍ୱ। ଆପଣଙ୍କ ହାତରେ ଏମିତି ଏକ ରେଖା ରହିଛି ଯାହା ଦେଖିବାକୁ ‘M’ ଆକୃତିର। ଆସନ୍ତୁ ଜାଣିବା ଏହି ‘M’ ଆକୃତିର ରେଖା ଆପଣଙ୍କ ସମ୍ପର୍କରେ କ’ଣ କହୁଛି।

୧-ଯେଉଁ ବ୍ୟକ୍ତି ହାତରେ- ‘M’ ଆକୃତିର ରେଖା ଥାଏ, ସେମାନେ ସବୁ କ୍ଷେତ୍ରରେ ନେତୃତ୍ୱ ନେଇଥାନ୍ତି। ସେ ବ୍ୟକ୍ତି ଜଣେ ଭଲ ଲିଡର ହୋଇଥାନ୍ତି।

୨- ହାତରେ M ଆକୃତି ଥିବା ବ୍ୟକ୍ତିମାନେ ପତ୍ରକାରିତା, ଶିକ୍ଷା ଓ ଲେଖାଲେଖି କ୍ଷେତ୍ରରେ ଆଗୁଆ ରୁହନ୍ତି। ଏହାର ଅର୍ଥ ଏହି ବ୍ୟକ୍ତିମାନେ ଭାଗ୍ୟଶାଳୀ ହୋଇଥାନ୍ତି।

୩- ଏହି ରେଖାଧାରୀ ବ୍ୟକ୍ତି ବ୍ୟବସାୟରେ ସଫଳ ହୋଇଥାନ୍ତି ଓ ଭବିଷ୍ୟତରେ କୌଣସି ବଡ଼ ବ୍ୟବସାୟ ସଂସ୍ଥାର ମୁଖ୍ୟ ହେବାର ସମ୍ଭାବନା ଥାଏ।

୪- ହାତରେ M ରେଖା ଥିବା ବ୍ୟକ୍ତିମାନେ ସ୍ୱାଭିମାନି ହୋଇଥାନ୍ତି। ନିଜ ଭବିଷ୍ୟତ ନିଜ ଅନୁସାରେ ଗଢିବାକୁ ପସନ୍ଦ କରିଥାନ୍ତି। ଅନ୍ୟର ପଥ ଅନୁସରଣ କରି ଆଗକୁ ବଢିବାକୁ ଏମାନେ ପସନ୍ଦ କରି ନ ଥାନ୍ତି।

୫- ଏହି ବ୍ୟକ୍ତିମାନେ ସମାଜ ପାଇଁ ଏପରି କାମ କରି ଯାଆନ୍ତି, ଯେଉଁଥି ପାଇଁ ଲୋକେ ସବୁବେଳେ ତାଙ୍କୁ ମନେ ରଖିଥାନ୍ତି।

 

Related story