ବିପଜ୍ଜନକ ବିମାନବନ୍ଦର: ଦୁନିଆର ମାତ୍ର ୮ ଜଣ ପାଇଲଟ୍‌ ଏଠାରେ ବିମାନ ଅବତରଣ କରିବାକୁ ଦକ୍ଷ, ପଢ଼ନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଭୁଟାନର ପାରୋ ବିମାନ ବନ୍ଦର ଦେଖିବାକୁ ଯେତିକି ସୁନ୍ଦର ସେତିକି ବିପଦପୂର୍ଣ୍ଣ ମଧ୍ୟ। ଜଣାଶୁଣା ବିମାନ ନିର୍ମାଣ କଂପାନୀ ବୋଇଂ ଏହାକୁ ଦୁନିଆର ସବୁଠୁ ବିପଦପୂର୍ଣ୍ଣ ବିମାନବନ୍ଦର ବୋଲି କହିଛି। ଚାରିପାଖରେ ପାହାଡ଼ ଥିବା ଏହି ବିମାନବନ୍ଦରରେ କେବଳ ଅନୁଭୂତି ସଂପନ୍ନ ପାଇଲଟ ହିଁ ବିମାନ ଅବତରଣ କରାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ପାରୋ ବିମାନବନ୍ଦରରେ ବିମାନ ଅବତରଣ କରିବା ପାଇଁ ସାରା ବିଶ୍ୱରେ ମାତ୍ର ୮ ଜଣ ପାଇଲଟ ଯୋଗ୍ୟତା ଅର୍ଜନ କରିଛନ୍ତି। କାହିଁକି […]

paro

Rakesh Mallick
  • Published: Friday, 26 May 2017
  • , Updated: 26 May 2017, 10:03 AM IST

ନୂଆଦିଲ୍ଲୀ: ଭୁଟାନର ପାରୋ ବିମାନ ବନ୍ଦର ଦେଖିବାକୁ ଯେତିକି ସୁନ୍ଦର ସେତିକି ବିପଦପୂର୍ଣ୍ଣ ମଧ୍ୟ। ଜଣାଶୁଣା ବିମାନ ନିର୍ମାଣ କଂପାନୀ ବୋଇଂ ଏହାକୁ ଦୁନିଆର ସବୁଠୁ ବିପଦପୂର୍ଣ୍ଣ ବିମାନବନ୍ଦର ବୋଲି କହିଛି। ଚାରିପାଖରେ ପାହାଡ଼ ଥିବା ଏହି ବିମାନବନ୍ଦରରେ କେବଳ ଅନୁଭୂତି ସଂପନ୍ନ ପାଇଲଟ ହିଁ ବିମାନ ଅବତରଣ କରାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ପାରୋ ବିମାନବନ୍ଦରରେ ବିମାନ ଅବତରଣ କରିବା ପାଇଁ ସାରା ବିଶ୍ୱରେ ମାତ୍ର ୮ ଜଣ ପାଇଲଟ ଯୋଗ୍ୟତା ଅର୍ଜନ କରିଛନ୍ତି।

କାହିଁକି ବିପଦପୂର୍ଣ୍ଣ ପାରୋ ବିମାନବନ୍ଦର?

  • ହିମାଳୟ କୋଳରେ ଗଢ଼ି ଉଠିଛି ଭୁଟାନ। ପାରୋ ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ବିମାନଗୁଡ଼ିକୁ ସିଧା ସିଧା ଛିଡ଼ା ହୋଇଥିବା ପାହାଡ଼ ମଧ୍ୟରେ ପ୍ରବେଶ କରିବାକୁ ପଡ଼େ। ୧୮ ହଜାର ଫିଟ୍‌ ଉଚ୍ଚର ଏହି ପାହାଡ଼ଗୁଡ଼ିକରେ ଘର ମଧ୍ୟ ରହିଛି।
  • ଏଠାରେ ଦୂରରୁ ରନ୍‌ୱେ ନଜର ଆସେ ନାହିଁ। ପାହାଡ଼ ମଧ୍ୟରେ ଆସିବା ପରେ ପାଇଲଟଙ୍କୁ ହଠାତ୍ ରନ୍‌ୱେ ଦେଖାଯାଏ। ଏମିତି ସ୍ଥଳେ ବିମାନ ଉପରେ ନିୟନ୍ତ୍ରଣ ରଖିବା ମୁସ୍କିଲ୍ ହୋଇଯାଏ।
  • ଏହି ଅଞ୍ଚଳରେ ସର୍ବଦା ଜୋରରେ ପବନ ପ୍ରବାହିତ ହୋଇଥାଏ। ଏହି କାରଣରୁ ବିମାନକୁ ନିୟନ୍ତ୍ରଣରେ ରଖିବା ପାଇଁ ପାଇଲଟ୍‌କୁ ଅତିରିକ୍ତ ଶକ୍ତି ଖର୍ଚ୍ଚ କରିବାକୁ ପଡ଼େ।
  • ଆଉ ଗୋଟେ ବଡ଼ ସମସ୍ୟା ହେଉଛି ପାରୋ ବିମାନବନ୍ଦରର ରନୱେର ଲମ୍ବ ମାତ୍ର ୬,୫୦୦ ଫୁଟ୍‌। ଏହା ହେଉଛି ଦୁନିଆର ସବୁଠୁ ଛୋଟ ରନ୍‌ୱେ ମଧ୍ୟରୁ ଗୋଟିଏ। ଏଥିପାଇଁ ପାଇଲଟ୍‌ ମୁସ୍କିଲରେ ପଡ଼ି ଯାଆନ୍ତି।

ବିମାନବନ୍ଦରର କଡ଼ା ନିୟମ

  • ଏଠାରେ କେବଳ ଦିନବେଳା ହିଁ ବିମାନ ଉଡ଼ାଣ ଭରିପାରିବ ଓ ଅବତରଣ କରିପାରିବ।
  • ବିଶେଷ ପରିସ୍ଥିତିରେ ରାତିରେ ବିମାନ ଅବତରଣ କଲେ ଏତେ ପରିମାଣରେ ଲାଇଟ୍‌ର ବ୍ୟବସ୍ଥା କରାଯାଏ ଯେ ପାଇଲଟ୍‌ ନିଜ ଆଖିରେ ଦେଖି ନିଷ୍ପତ୍ତି ନିଏ। ମେସିନ୍‌ ଉପରେ ପାଇଲଟ୍‌ ନିର୍ଭର କରେ ନାହିଁ।

Related story