ସାୟାହ୍ନରେ ସାରଥୀ ସାଜିଛନ୍ତି ବରିଷ୍ଟ; ୭ ହଜାର ଝିଅଙ୍କୁ କରାଇ ସାରିଲେଣି ବାହାଘର

ପାଟନା: ବ୍ୟାପକ ସଚେତନତା ସତ୍ତ୍ୱେ ଆଜି ବି କନ୍ୟା ଭ୍ରୂଣ ହତ୍ୟାର ଖବର କେଉଁଠୁ ନା କେଉଁଠୁ ଆସୁଛି। ନିଜକୁ ଶିକ୍ଷିତ ଓ ସଭ୍ୟ କହୁଥିବା ସମାଜ ପାଇଁ ଏବେ ବି ନାରୀ ଏକ ବୋଝ। ହୁଏତ ସମାଜର ବିଧିବ୍ୟବସ୍ଥାକୁ ଖାତିର ନକରି ଆଜି ନାରୀ ନିଜ ସ୍ଥିତି ଜାହିର୍ କରି ପାରିଛି। ତଥାପି ଅନେକ ସମୟରେ ସାହାର ଖୋଜୁଛି। ଏଭଳି ସ୍ଥିତିରେ ମହିଳାଙ୍କୁ ସାହାରା ଦେବାକୁ, ସେମାନଙ୍କୁ ଶିକ୍ଷିତ ଓ ସମର୍ଥ କରିବାକୁ ଆଗେଇ ଆସିଛନ୍ତି ଜଣେ […]

OLD MAN

Rakesh Mallick
  • Published: Saturday, 20 May 2017
  • , Updated: 20 May 2017, 06:04 PM IST


ପାଟନା: ବ୍ୟାପକ ସଚେତନତା ସତ୍ତ୍ୱେ ଆଜି ବି କନ୍ୟା ଭ୍ରୂଣ ହତ୍ୟାର ଖବର କେଉଁଠୁ ନା କେଉଁଠୁ ଆସୁଛି। ନିଜକୁ ଶିକ୍ଷିତ ଓ ସଭ୍ୟ କହୁଥିବା ସମାଜ ପାଇଁ ଏବେ ବି ନାରୀ ଏକ ବୋଝ। ହୁଏତ ସମାଜର ବିଧିବ୍ୟବସ୍ଥାକୁ ଖାତିର ନକରି ଆଜି ନାରୀ ନିଜ ସ୍ଥିତି ଜାହିର୍ କରି ପାରିଛି। ତଥାପି ଅନେକ ସମୟରେ ସାହାର ଖୋଜୁଛି। ଏଭଳି ସ୍ଥିତିରେ ମହିଳାଙ୍କୁ ସାହାରା ଦେବାକୁ, ସେମାନଙ୍କୁ ଶିକ୍ଷିତ ଓ ସମର୍ଥ କରିବାକୁ ଆଗେଇ ଆସିଛନ୍ତି ଜଣେ ବୟସ୍କ ମଣିଷ।

କିଏ ଏହି ଦେବଦୂତ

ଗୋଟେ ବୋଲି ପୁଅର ମଲା ମୁହଁରେ ମୁଖାଗ୍ନୀ ଦେବା ପରେ ମଧ୍ୟ ବରିଷ୍ଟ ବାବୁ ଭାଙ୍ଗି ପଡିନଥିଲେ। ଧର୍ଯ୍ୟହରା ନହୋଇ ସେ ଚାହିଁଥିଲେ ସମାଜର ସେବା କରି ବାକି ଜୀବନ ବଂଚିବାକୁ। ଏହି ସମୟରେ ତାଙ୍କ ମନକୁ ଆସିଥିଲା ନାରୀ ଶିକ୍ଷାର କଥା।  ମହିଳାଙ୍କୁ ଉଚ୍ଚ ଶିକ୍ଷିତ କରିବାକୁ ଅଣ୍ଟା ଭିଡ଼ଲେ ଏହି ବୃଦ୍ଧଜଣକ।

ରାଜଧାନୀର ପଟେଲ ନଗରରେ ରୁହନ୍ତି ୮୦ ବର୍ଷୀୟ ବରିଷ୍ଟ ନାରାୟଣ ସିଂହ। ଝିଅଙ୍କୁ ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ସେ ନିଜ ପୁସ୍ତେନି ଜମିରେ ତାଙ୍କ ପୁଅ ନାଁରେ ଖୋଲିଛନ୍ତି ଏକ ପୁସ୍ତକାଳୟ। ବରିଷ୍ଟ ବାବୁ ନା କେଉଁ ଏନଜିଓ ଚଲାନ୍ତି ନା ସରକାର ତାଙ୍କୁ ଏ କାମ ପାଇଁ ସହଯୋଗ କରନ୍ତି।  ନିଜର ଦୃଢ ମନୋବଳକୁ ନେଇ ସେ ଏକାକି ଚଲାଇଛନ୍ତି ସମାଜସେବା। କେବଳ ଶିକ୍ଷାଦାନ ନୁହେଁ ଝିଅମାନଙ୍କ ବିବାହ କ୍ଷେତ୍ରରେ ସମସ୍ୟା ଆସିଲେ ସେ ନିଜ ଜମି ବିକି ସାହାଯ୍ୟ ମଧ୍ୟ କରନ୍ତି।

ତିନି ବର୍ଷ ତଳୁ ଚାଲି ଯାଇଛି ପୁଅ

ବରିଷ୍ଟ ନାରାୟଣ ସିଂହ କୋପରେଟିଭ ଡିଷ୍ଟ୍ରିବ୍ୟୁସନ ଅଫିସର ଥିଲେ। ସ୍ତ୍ରୀ, ପୁଅକୁ ନେଇ ଥିଲା ତାଙ୍କ ସଂସାର। ୧୯୮୭ ରେ ଏକ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ଏକ ମାତ୍ର ପୁଅ ଚାଲିଗଲା। ପୁଅ ଚାଲିଯିବା ଦୁଃଖ ମନରୁ ନଲିଭୁଣୁ ୧୯୯୫ ରେ ତାଙ୍କୁ ଏକା କରି ଛାଡି ଚାଲିଗଲେ ଧର୍ମପତ୍ନୀ। ସାହାରା ଖୋଜିବା ସମୟରେ ବେସାହାରା ହୋଇଗଲେ ବରିଷ୍ଟ ନାରାୟଣ। ଆଉ ଏହି ଦୁଃଖର ସାଗରରୁ ବାହାରିବା ପାଇଁ ଖୋଜିଲେ ବାଟ। ଆରମ୍ଭ କଲେ “ବେଟି ପଢାଓ ବେଟି ବଢାଓ” ଅଭିଯାନ। ନିଜ ପୁସ୍ତେନି ଜମିରେ ଏକ ପୁସ୍ତକାଳୟ ଖୋଲି ସେ ଝିଅଙ୍କୁ ପଢାଇବା ଆରମ୍ଭ କଲେ।

ବିଦ୍ୟା ନୁହେଁ ବିବାହ କ୍ଷେତ୍ରରେ ମଧ୍ୟ କରନ୍ତି ସହଯୋଗ

ବରିଷ୍ଟ ବାବୁଙ୍କ ବିଶ୍ୱାସ କନ୍ୟାଦାନ ମହାପୁଣ୍ୟ। ଏହି ବିଶ୍ୱାସକୁ କାନ୍ଧରେ ବୋହି ସେ ଏ ପର୍ଯ୍ୟନ୍ତ ୭୦୦୦ ରୁ ଅଧିକ ଝିଅଙ୍କ ବିବାହରେ ସହଯୋଗର ହାତ ବଢାଇଛନ୍ତି। ଝିଅଟିଏ  ବିବାହ କ୍ଷେତ୍ରରେ ଯେକୌଣସି ସମସ୍ୟା ଆସିଲେ, ସେ ନିଜେ ଆର୍ଥିକ ସହାୟତା କରିବେ ବୋଲି ଗାଁ ରେ ସମସ୍ତ ଙ୍କୁ ସୂଚନା ଦେଇଛନ୍ତି। ଏଥିପାଇଁ ସେ ନିଜ ଜମି ବି ବିକ୍ରି କରିବାକୁ ମଧ୍ୟ ଆଗ୍ରହୀ ଅଛନ୍ତି।

 

Related story