ପାଟନାରେ ପଥର କହୁଛି କଥା

ଯୁଗ ବଦଳିବା ସହ ବିଜ୍ଞାନ ବହୁ ଆଗକୁ ଗଲାଣି। ବିଜ୍ଞାନ ବଳରେ ମଣିଷ ଚନ୍ଦ୍ର ଓ ମଙ୍ଗଳରେ ପହଞ୍ଚି ସାରିଲାଣି। ଏହି ବିଜ୍ଞାନ ଯୁଗରେ ଭଗବାନଙ୍କ ଅସ୍ତିତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି। ହେଲେ ଭଗବାନ ଅଛନ୍ତି ଓ ସେ ନିଜେ କଥା କହୁଛନ୍ତି। ଏହା କୌଣସି ମିଥ୍ୟା ଖବର ନୁହେଁ, ଶହ ଶହ ବର୍ଷରୁ ରହି ଆସିଥିବା ବିଶ୍ୱାସ। କେବଳ ବିଶ୍ୱାସ ନୁହେଁ ଭଗବାନଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠାଉଥିବା ବୈଜ୍ଞାନିକମାନେ ମଧ୍ୟ ଏହାକୁ […]

raj-rajeshwari

Rakesh Mallick
  • Published: Tuesday, 04 April 2017
  • , Updated: 04 April 2017, 09:40 PM IST

ଯୁଗ ବଦଳିବା ସହ ବିଜ୍ଞାନ ବହୁ ଆଗକୁ ଗଲାଣି। ବିଜ୍ଞାନ ବଳରେ ମଣିଷ ଚନ୍ଦ୍ର ଓ ମଙ୍ଗଳରେ ପହଞ୍ଚି ସାରିଲାଣି। ଏହି ବିଜ୍ଞାନ ଯୁଗରେ ଭଗବାନଙ୍କ ଅସ୍ତିତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି। ହେଲେ ଭଗବାନ ଅଛନ୍ତି ଓ ସେ ନିଜେ କଥା କହୁଛନ୍ତି। ଏହା କୌଣସି ମିଥ୍ୟା ଖବର ନୁହେଁ, ଶହ ଶହ ବର୍ଷରୁ ରହି ଆସିଥିବା ବିଶ୍ୱାସ। କେବଳ ବିଶ୍ୱାସ ନୁହେଁ ଭଗବାନଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠାଉଥିବା ବୈଜ୍ଞାନିକମାନେ ମଧ୍ୟ ଏହାକୁ ସ୍ୱୀକାର କରୁଛନ୍ତି। ଆଜ୍ଞା ହଁ ଏ ହେଉଛି ବିହାରର ରାଜ ରାଜେଶ୍ୱରୀ ତ୍ରୀପୁରା ସୁନ୍ଦରୀ ମନ୍ଦିରର ସତ୍ୟ। ଏଠାରେ ଥିବା ଭଗବାନଙ୍କ ମୂର୍ତ୍ତି ନିଃଶଦ୍ଦ ରାତିରେ କଥାବାର୍ତ୍ତା କରିଥାନ୍ତି।

ଖବର ଅନୁସାରେ ୪୦୦ ବର୍ଷ ପୁରୁଣା ଏହି ମନ୍ଦିରରେ ଦେବଦେବୀମାନେ ସାକ୍ଷାତ ମଣିଷଙ୍କ ପରି କଥାବାର୍ତ୍ତା କରିଥାନ୍ତି। ମଧ୍ୟରାତ୍ରୀରେ ଯେତେବେଳେ ଲୋକମାନେ ମନ୍ଦିର ପାଖ ଦେଇ ଯାଇଥାନ୍ତି ଭିତରେ କେହି କଥା ହେଉଥିବା ଶୁଣିଥାନ୍ତି। ଜଣେ କି ଦୁଇଜଣ ନୁହେଁ ମନ୍ଦିର ଭିତରେ କେହି କଥା ହେବା ଶିଣିଥିବାର ମୂକସାକ୍ଷୀ ଅଛନ୍ତି ହଜାର ହଜାର ଲୋକ।

କିଛି ଲୋକ ଦେବଦେବୀମାନେ କଥା ହେଉଥିବାକୁ ମାତ୍ର ଏକ ଧାରଣା ବୋଲି ଭାବୁ ଥିଲେ। ହେଲେ ବିଜ୍ଞାନ ଏବେ ଏହାକୁ ମାନିବାକୁ ଲାଗିଲାଣି। ମନ୍ଦିରରେ କିଛି ନା କିଛି ରହସ୍ୟ ରହିଥିବା ବୈଜ୍ଞାନିକମାନେ ମଧ୍ୟ ସ୍ୱୀକାର କରୁଛନ୍ତି। କାରଣ ନିଃଶଦ୍ଦ ରାତିରେ ମନ୍ଦିର ପରିସର ଶୂନଶାନ ଥିବା ବେଳେ କେହି କଥା ହେବା ଓ ଏହା ସାରା ମନ୍ଦିରରେ ଗୁଞ୍ଜରିତ ହେବା ବୈଜ୍ଞାନିକମାନଙ୍କୁ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ କରୁଛି।

ରାଜ ରାଜେଶ୍ୱରୀ ତ୍ରୀପୁରା ସୁନ୍ଦରୀ ମନ୍ଦିର ହେଉଛି ବିହାରରେ ତନ୍ତ୍ର ସାଧନା ପାଇଁ ପ୍ରସ୍ତଦ୍ଧ ଏକମାତ୍ର ମନ୍ଦିର। ବିଶ୍ୱାସକୁ ମାନିଲେ ଏଠାକୁ ଆସୁଥିବା ସମସ୍ତ ଭକ୍ତଙ୍କ ମାନସିକ ପୂରଣ ହୋଇଥାଏ।

Related story