ଟ୍ରେଡ୍‌ମାର୍କ ହେଲା ମଦର ଟେରେସାଙ୍କ ଶାଢ଼ିର ‘ନୀଳ-ଧଳା ରଙ୍ଗର ଧଡ଼ି’

କୋଲକାତା: ନୀଳ ଓ ଧଳା ରଙ୍ଗର ଧଡ଼ି ଥିବା ଶାଢ଼ି ଦେଖିଲେ ଆଖି ସାମ୍ନାକୁ ଆସିଯାଏ ପ୍ରସିଦ୍ଧ ସମାଜସେବୀ ମଦର ଟେରେସାଙ୍କ ଛବି। ତାଙ୍କୁ ସବୁବେଳେ ଦେଖିବାକୁ ମିଳୁଥିଲା ନୀଳ-ଧଳା ରଙ୍ଗର ଧଡ଼ି ଥିବା ଧଳା ଶାଢ଼ି ପିନ୍ଧିବାର। କିଛି ମହିଳା ଏପରି ଶାଢ଼ି ପିନ୍ଧୁଥିବା ମଧ୍ୟ ଦେଖିବାକୁ ମିଳେ। ଏବେ କିନ୍ତୁ ଏପରି ଧଡ଼ିଯୁକ୍ତ ଶାଢ଼ି ପିନ୍ଧିବାକୁ ହେଲେ, ଆପଣଙ୍କୁ ମିଶନାରିଜ୍ ଅଫ୍ ଚାରିଟିଜ୍‌ର ଅନୁମତି ନେବାକୁ ପଡ଼ିବ। ଷ୍ଟେସନାରୀ ଆଇଟମ୍‌ରେ ବି ଏହି ରଙ୍ଗ […]

mother-teresa

Rakesh Mallick
  • Published: Friday, 07 July 2017
  • , Updated: 07 July 2017, 02:23 PM IST

କୋଲକାତା: ନୀଳ ଓ ଧଳା ରଙ୍ଗର ଧଡ଼ି ଥିବା ଶାଢ଼ି ଦେଖିଲେ ଆଖି ସାମ୍ନାକୁ ଆସିଯାଏ ପ୍ରସିଦ୍ଧ ସମାଜସେବୀ ମଦର ଟେରେସାଙ୍କ ଛବି। ତାଙ୍କୁ ସବୁବେଳେ ଦେଖିବାକୁ ମିଳୁଥିଲା ନୀଳ-ଧଳା ରଙ୍ଗର ଧଡ଼ି ଥିବା ଧଳା ଶାଢ଼ି ପିନ୍ଧିବାର। କିଛି ମହିଳା ଏପରି ଶାଢ଼ି ପିନ୍ଧୁଥିବା ମଧ୍ୟ ଦେଖିବାକୁ ମିଳେ। ଏବେ କିନ୍ତୁ ଏପରି ଧଡ଼ିଯୁକ୍ତ ଶାଢ଼ି ପିନ୍ଧିବାକୁ ହେଲେ, ଆପଣଙ୍କୁ ମିଶନାରିଜ୍ ଅଫ୍ ଚାରିଟିଜ୍‌ର ଅନୁମତି ନେବାକୁ ପଡ଼ିବ। ଷ୍ଟେସନାରୀ ଆଇଟମ୍‌ରେ ବି ଏହି ରଙ୍ଗ ଓ ଡିଜାଇନ୍‌ର ଧଡ଼ି ବ୍ୟବହାର କରିବାକୁ ଅନୁମତି ଦରକାର।

ମଦର ଟେରେସାଙ୍କ ଶାଢ଼ିରେ ଦେଖିବାକୁ ମିଳୁଥିବା ନୀଳ ଓ ଧଳା ରଙ୍ଗର ଧଡ଼ିକୁ ଏବେ ରେଜିଷ୍ଟ୍ରର୍ଡ ଟ୍ରେଡ୍‌ମାର୍କ କରାଯାଇ ପେଟେଣ୍ଟ କରାଯାଇଛି। କେନ୍ଦ୍ର ସରକାର ଟ୍ରେଡ୍‌ମାର୍କ ରେଜିଷ୍ଟ୍ରିରେ ଏହାକୁ ସ୍ଥାନ ଦେଇଛନ୍ତି। ଏବେ ବିନା ଅନୁମତିରେ ଏହି ଡିଜାଇନ୍ ଓ ରଙ୍ଗର ଶାଢ଼ି ଓ ଧଡ଼ି ବ୍ୟବହାର କଲେ ପ୍ୟାଟେଣ୍ଟ ଆଇନ୍ ଦ୍ୱାରା କାର୍ଯ୍ୟାନୁଷ୍ଠାନ ହୋଇପାରେ।

ଟ୍ରେଡ୍‌ମାର୍କ ସଂସ୍ଥା ସହିତ ଜଡ଼ିତ ଆଇନ୍ ସଂସ୍ଥା ତରଫରୁ କୁହାଯାଇଛି- “ଏହି ପାଟର୍ନକୁ ୧୦ ମାସ ପୂର୍ବରୁ ଟ୍ରେଡ୍‌ମାର୍କ କରାଯାଇଥିଲା। କିନ୍ତୁ ମିଶନାରୀ ଏହାକୁ ପ୍ରଚାର କରିବାକୁ ଚାହୁଁନି କି ଲୋକଙ୍କୁ ଦଣ୍ଡ ଦେବାକୁ ଚାହୁଁନି। କିନ୍ତୁ ଏହି ପାର୍ଟନକୁ ବ୍ୟବହାର କରି କିଛି ସଂସ୍ଥା ବ୍ୟବସାୟ କରୁଥିବାରୁ ଏହାକୁ ପେଟେଣ୍ଟ କରିବାର ଆବଶ୍ୟକତା ଥିଲା। ଏହା ଜାଣିବା ପରେ ମିଶନାରୀ ଟ୍ରେଡମାର୍କ ବିଷୟରେ ଲୋକଙ୍କୁ ଜଣେଇବା ଉଚିତ ମନେକଲା।”

Related story