ପୋଲ ନାହିଁ; ହଇରାଣ ହେଉଛନ୍ତି ୭ଟି ଗାଁର ଲୋକେ

ମୋହନା (ମିହିର ଯତି): ଗଜପତି ଜିଲ୍ଲା ମୋହନା ବ୍ଲକ୍‌ କୋରର୍ଚ୍ଚବାଡ଼ି ପଞ୍ଚାୟତର ଚାପଡ଼ବଙ୍କା ଠାରୁ ରାଜମା ଗାଁକୁ ସଂଯୋଗ କରୁଥିବା ରାସ୍ତା ଦେଇ ଯାଇଛି ହରଭଙ୍ଗୀ ନଦୀ। ଆଉ ଏହି ନଦୀ  ରାଜମା, ହାଲାଗାଡ଼ି, ଗୁଡ଼ି ସାହି, ଲୁଡ଼ୁଦୁଆ ଓ ଚକାପଦର ସମେତ ୭ ଖଣ୍ଡ ଗାଁର ପ୍ରାୟ ୧୨୦୦ ଲୋକଙ୍କର ଦୁଃଖର କାରଣ ପାଲଟିଛି। କାରଣ ଏହି ସବୁ ଗାଁ ଲୋକେ ବିଭିନ୍ନ ପ୍ରକାରର କାମ ପାଇଁ ମୋହନା ଉପରେ ନିର୍ଭର କରନ୍ତି। ତେବେ ସେଠାକୁ […]

gajapati

Jyoshna Pradhan
  • Published: Tuesday, 29 October 2019
  • , Updated: 29 October 2019, 02:37 PM IST

ମୋହନା (ମିହିର ଯତି): ଗଜପତି ଜିଲ୍ଲା ମୋହନା ବ୍ଲକ୍‌ କୋରର୍ଚ୍ଚବାଡ଼ି ପଞ୍ଚାୟତର ଚାପଡ଼ବଙ୍କା ଠାରୁ ରାଜମା ଗାଁକୁ ସଂଯୋଗ କରୁଥିବା ରାସ୍ତା ଦେଇ ଯାଇଛି ହରଭଙ୍ଗୀ ନଦୀ। ଆଉ ଏହି ନଦୀ  ରାଜମା, ହାଲାଗାଡ଼ି, ଗୁଡ଼ି ସାହି, ଲୁଡ଼ୁଦୁଆ ଓ ଚକାପଦର ସମେତ ୭ ଖଣ୍ଡ ଗାଁର ପ୍ରାୟ ୧୨୦୦ ଲୋକଙ୍କର ଦୁଃଖର କାରଣ ପାଲଟିଛି। କାରଣ ଏହି ସବୁ ଗାଁ ଲୋକେ ବିଭିନ୍ନ ପ୍ରକାରର କାମ ପାଇଁ ମୋହନା ଉପରେ ନିର୍ଭର କରନ୍ତି। ତେବେ ସେଠାକୁ ଯିବାକୁ ହେଲେ ସେମାନଙ୍କୁ ଏହି ନଦୀ ପାର ହେବାକୁ ପଡ଼େ। ଆଉ ନଦୀ ଉପରେ ପୋଲ ନାହିଁ। ଖରା ଓ ଶୀତ ଦିନ କଥା ଅଲଗା। କିନ୍ତୁ ବର୍ଷା ଦିନେ ଏ ସବୁ ଗାଁର ଲୋକେ ଭାରି ହଇରାଣ ହୁଅନ୍ତି। ସେମାନେ ପାଣିରେ ପଶି ନଦୀ ପାର ହୁଅନ୍ତି। କିଛି ଜରୁରୀ କାମ ପଡ଼ିଲେ ଅଣ୍ଟେ ପାଣି ହେଲେ ବି ସେମିତି ଢଙ୍ଗରେ ନଦୀ ପାର ହେବାକୁ ବାଧ୍ୟ ହୁଅନ୍ତି।

ବର୍ଷ ବର୍ଷ ଧରି ଏହି ୭ ଖଣ୍ଡ ଗାଁର ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ହେଲେ ଆଜି ଯାଏ ସ୍ଥାନୀୟ ପ୍ରଶାସନ କିମ୍ବା ରାଜନେତା ଏହାକୁ ଗୁରୁତ୍ୱ ଦେଇ ନାହାନ୍ତି। ଏଠାରେ ନଦୀ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ଗାଁ ଲୋକେ ଅନେକ ଥର ବିଡିଓ ତଥା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ପୋଲଟିଏ ତିଆରି ହୋଇପାରି ନାହିଁ।

ଫିରେଲ ପରିଛା ନାମକ ଜଣେ ସ୍ଥାନୀୟ ଗ୍ରାମବାସୀ କହିଛନ୍ତି, “ହାଇସ୍କୁଲ୍‌, କଲେଜ୍‌ ଓ ମେଡିକାଲ୍ ଯିବାକୁ ହେଲେ ଏହି ନଦୀ ପାର ହେବାକୁ ପଡ଼ିବ। ତେଣୁ ବର୍ଷା ଦିନେ ନଦୀ ବଢ଼ିଲେ ଭାରି ଅସୁବିଧା ହେଉଛି। ନଦୀରେ ପାଣି ବଢ଼ିଲେ ଛାତ୍ରଛାତ୍ରୀମାନେ ସ୍କୁଲ୍‌, କଲେଜ୍ ଯାଇ ପାରୁ ନାହାନ୍ତି। ରୋଗୀମାନେ ମଧ୍ୟ ମେଡିକାଲ୍ ଯାଇ ପାରୁ ନାହାନ୍ତି। ଏନେଇ ଆମେ ମୋହନା ବିଡିଓ, ଗଜପତି ଜିଲ୍ଲାପାଳଙ୍କ ସହିତ ମନ୍ତ୍ରୀଙ୍କୁ ମଧ୍ୟ ଜଣାଇଛୁ। ହେଲେ କୌଣସି ସୁଫଳ ମିଳି ନାହିଁ।”

ମୋହନା ବିଡିଓ ବଂଶୀଧର ଖୋସଲା କହିଛନ୍ତି, “ହରଭଙ୍ଗୀ ନଦୀରେ ବ୍ରିଜ୍ ତିଆରି ପାଇଁ ପଞ୍ଚାୟତ ସମିତି ବୈଠକରେ ଆଲୋଚନା ହୋଇଛି। ଆମେ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଚିଠି ମାଧ୍ୟମରେ ଏ ବିଷୟରେ ଅବଗତ କରାଇବୁ। ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।”

ବର୍ଷ ବର୍ଷ ଧରି ୭ଟି ଗାଁର ଲୋକେ ଅସୁବିଧା ଭୋଗୁ ଥିବା ବେଳେ ପ୍ରଶାସନ କେବେ ଏଠାରେ ପୋଲଟିଏ ନିର୍ମାଣ କରିବ, ତାହା ଦେଖିବା ବାକି ରହିଲା।

Related story