ଅଜବ ମନ୍ଦିର, ଯେଉଁଠି ପୂଜା ପାଆନ୍ତି ଯମ: ଭିତରକୁ ଯିବାକୁ ଭୟ କରନ୍ତି ଲୋକେ

ଆମ ଦେଶ ଭାରତରେ ରହିଛି ଅନେକ ମନ୍ଦିର। ସେଗୁଡ଼ିକ ମଧ୍ୟରେ ରହିଛି ଅନେକ ପ୍ରାଚୀନ ମନ୍ଦିର। ହିନ୍ଦୁମାନେ ସବୁ ମନ୍ଦିରକୁ ଭଗବାନଙ୍କ ଦର୍ଶନ କରିବାକୁ ଯାଆନ୍ତି। କିନ୍ତୁ ଏମିତି ଏକ ମନ୍ଦିର ଅଛି ଯେଉଁଠାକୁ ଯିବାକୁ ଲୋକେ ଡରନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ଏହା ହେଉଛି ମୃତ୍ୟୁର ଦେବତା ଯମରାଜଙ୍କ ମନ୍ଦିର। ଏହି ମନ୍ଦିର ହିମାଚଳ ପ୍ରଦେଶର ଚମ୍ବାର ଭାରମୋରରେ ଅଛି। ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର ଯାହା ଯମରାଜଙ୍କୁ ସମର୍ପିତ କରାଯାଇଛି। […]

temlpe

Rakesh Mallick
  • Published: Sunday, 02 July 2017
  • , Updated: 02 July 2017, 01:32 PM IST

ଆମ ଦେଶ ଭାରତରେ ରହିଛି ଅନେକ ମନ୍ଦିର। ସେଗୁଡ଼ିକ ମଧ୍ୟରେ ରହିଛି ଅନେକ ପ୍ରାଚୀନ ମନ୍ଦିର। ହିନ୍ଦୁମାନେ ସବୁ ମନ୍ଦିରକୁ ଭଗବାନଙ୍କ ଦର୍ଶନ କରିବାକୁ ଯାଆନ୍ତି। କିନ୍ତୁ ଏମିତି ଏକ ମନ୍ଦିର ଅଛି ଯେଉଁଠାକୁ ଯିବାକୁ ଲୋକେ ଡରନ୍ତି।

ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ଏହା ହେଉଛି ମୃତ୍ୟୁର ଦେବତା ଯମରାଜଙ୍କ ମନ୍ଦିର। ଏହି ମନ୍ଦିର ହିମାଚଳ ପ୍ରଦେଶର ଚମ୍ବାର ଭାରମୋରରେ ଅଛି। ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର ଯାହା ଯମରାଜଙ୍କୁ ସମର୍ପିତ କରାଯାଇଛି। ଏ ମନ୍ଦିରଟି ଦେଖିବାକୁ ଏକ ଘର ଭଳି। ଅନେକ ଏ ମନ୍ଦିରକୁ ଆସିବାକୁ ଡରନ୍ତି। ଯେଉଁମାନେ ଆସନ୍ତି ସେମାନଙ୍କ ମଧ୍ୟରୁ ଅନେକ ମନ୍ଦିର ବାହାରୁ ପ୍ରାର୍ଥନା କରି ଚାଲି ଯାଆନ୍ତି।

କୁହାଯାଏ ଏହି ମନ୍ଦିରରେ ଚିତ୍ରଗୁପ୍ତଙ୍କ ପାଇଁ ମଧ୍ୟ ଏକ କଠୋରୀ ରହିଛି। ମନ୍ଦିରରେ ଚାରୋଟି ଗୁପ୍ତ ଦ୍ୱାର ଅଛି। ସୁନା, ଚାନ୍ଦି, ତମ୍ବା ଓ ଲୁହାରେ ନିର୍ମିତ ଏହି ଗୁପ୍ତ ଦ୍ୱାରଗୁଡ଼ିକ ଦେଇ କେଉଁ ଆଡ଼କୁ ଯିବାକୁ ହୁଏ ତାହା କେହି ଜାଣି ନାହାନ୍ତି। ତେବେ କୁହାଯାଏ ଏହି ଚାରି ଗୁପ୍ତ ଦ୍ୱାର ହେଉଛି ମୃତ୍ୟୁଲୋକକୁ ଯିବାର ବାଟ। ଯମରାଜ ନିଷ୍ପତ୍ତି ନିଅନ୍ତି କେଉଁ ଆତ୍ମା କେଉଁ ଦ୍ୱାର ଦେଇ ମୃତ୍ୟୁଲୋକକୁ ଯିବ।

Related story