ଓଡ଼ିଶା କଶ୍ମୀରର ବିକାଶର ଚିତ୍ର! ପାଣି ମୁନ୍ଦାଏ ପାଇଁ ଜଙ୍ଗଲ ଯାଉଛନ୍ତି ମହିଳା

ବାଲିଗୁଡ଼ା (ଅଜିତ ନାୟକ): ଇଏ ହେଉଛି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିର ବିକାଶର ଚିତ୍ର। ଯେଉଁଠି ଘଞ୍ଚ ଜଙ୍ଗଲ ଭିତରେ ଥିବା ଚୂଆରୁ ମହିଳାମାନେ କଳସୀରେ ପାଣି ପୂରାଉଛନ୍ତି। ଆଉ ସେହି ଭରା କଳସୀକୁ ଆବୁଡ଼ା ଖାବୁଡ଼ା ଜଙ୍ଗଲି ରାସ୍ତାରେ ମୁଣ୍ଡାଇ ମୁଣ୍ଡାଇ ଘରକୁ ଫେରୁଛନ୍ତି। ଜୀବନ ପ୍ରତି ପାଦେ ପାଦେ ବିପଦ ଥିବା ସତ୍ତ୍ୱେ ମହିଳାମାନେ ପ୍ରତିଦିନ ନିଜ ପରିବାର ପାଇଁ ଏପରି କଷ୍ଟସାଧ୍ୟ କାମ କରିଥା’ନ୍ତି। ମଣିଷ ଏଠି ଡିଜିଟାଲ୍‌ର ସ୍ୱପ୍ନ ଦେଖୁଥିବା ବେଳେ […]

Baliguda

Baliguda

Manoranjan Sial
  • Published: Monday, 22 November 2021
  • Updated: 22 November 2021, 04:57 PM IST

Sports

Latest News

ବାଲିଗୁଡ଼ା (ଅଜିତ ନାୟକ): ଇଏ ହେଉଛି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିର ବିକାଶର ଚିତ୍ର। ଯେଉଁଠି ଘଞ୍ଚ ଜଙ୍ଗଲ ଭିତରେ ଥିବା ଚୂଆରୁ ମହିଳାମାନେ କଳସୀରେ ପାଣି ପୂରାଉଛନ୍ତି। ଆଉ ସେହି ଭରା କଳସୀକୁ ଆବୁଡ଼ା ଖାବୁଡ଼ା ଜଙ୍ଗଲି ରାସ୍ତାରେ ମୁଣ୍ଡାଇ ମୁଣ୍ଡାଇ ଘରକୁ ଫେରୁଛନ୍ତି। ଜୀବନ ପ୍ରତି ପାଦେ ପାଦେ ବିପଦ ଥିବା ସତ୍ତ୍ୱେ ମହିଳାମାନେ ପ୍ରତିଦିନ ନିଜ ପରିବାର ପାଇଁ ଏପରି କଷ୍ଟସାଧ୍ୟ କାମ କରିଥା’ନ୍ତି। ମଣିଷ ଏଠି ଡିଜିଟାଲ୍‌ର ସ୍ୱପ୍ନ ଦେଖୁଥିବା ବେଳେ ସ୍ୱାଧୀନ ଭାରତର ଏପରି ଚିତ୍ର ଏବେ ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏମିତି ନାହିଁର ନାହିଁର ଗାଁ ହେଉଛନ୍ତି ଦାସିଂବାଡ଼ୁ ପଞ୍ଚାୟତର ଡାଲାଗାଡୁ ସମେତ ପ୍ରାହେଡିପଙ୍କା, ଗଡ଼ପାକାଲି,ଡାକାପାଙ୍ଗା ଓ ଗତାପାଦେରୀ।

ଦାରିଙ୍ଗବାଡି ବ୍ଲକ୍‌ ଦାସିଂବାଡ଼ୁ ପଞ୍ଚାୟତର ଡାଲାଗାଡୁ ଗାଁ। ଏହି ଗାଁର ଲୋକ ସଂଖ୍ୟା ୩୦୦ରୁ ଅଧିକ ହେବ। ସମସ୍ତେ ପ୍ରାୟତଃ ଆଦିବାସୀ ଓ ପଛୁଆ ବର୍ଗର। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ବ୍ଲକର ଏହି ଗାଁ ଏବେ ମୌଳିକ ସମସ୍ୟାଠାରୁ ବହୁ ଦୂରରେ। ବ୍ଲକ୍‌ ସଦର ମହକୁମାଠାରୁ ୧୦ କିମି ଦୂରରେ ଅବସ୍ଥିତ ଏହି ଗାଁକୁ ଚାଲି ଚାଲି ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଏନେଇ ଗାଁ ଲୋକେ ସରପଞ୍ଚ, ବିଡ଼ିଓ ଓ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ପ୍ରଶାସନ ତିଳେ ମାତ୍ର ନଜର ଦେଇନାହିଁ। ଏବେ ଗାଁ ଲୋକେ ଚେତାବନୀ ଦେଇଛନ୍ତି ଯେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାସ୍ତା ତିଆରି ନହେଲେ ଭୋଟ୍‌କୁ ବର୍ଜନ କରିବୁ।

[caption id="attachment_693744" align="aligncenter" width="650"]Baliguda ଜଙ୍ଗଲ ଭିତରେ ଥିବା ଚୂଆରୁ ପାଣି ଆଣୁଛନ୍ତି ମହିଳା[/caption]

କେବଳ ରାସ୍ତା ନୁହେଁ, ଗାଁରେ ପାନୀୟ ଜଳ, ସ୍କୁଲ ଓ ସ୍ୱାସ୍ଥ୍ୟ ସେବା ପାଇଁ ମେଡ଼ିକାଲ୍‌ଟିଏ ମଧ୍ୟ ନାହିଁ। ଘରେ ଘରେ ପାଣି ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଜଳ ଜୀବନ ମିଶନ ଆରମ୍ଭ କରିଥିଲେ ସୁଦ୍ଧା ଏହି ଗାଁର ଲୋକମାନେ ପାନୀୟ ଜଳ ସମସ୍ୟା ନେଇ ଜୁଝି ହେଉଛନ୍ତି। ଗାଁ ଲୋକଙ୍କୁ ପାନୀୟ ଜଳ ମୁନ୍ଦାଏ ପାଇଁ ଜଙ୍ଗଲ ଭିତରେ ଥିବା ଝରଣା ପାଖକୁ ଯିବାକୁ ପଡ଼ୁଛି। ଘଞ୍ଚ ଜଙ୍ଗଲ ଭିତରେ ମହିଳାମାନେ ମୁଣ୍ଡରେ ପାଣି କଳସୀ ମୁଣ୍ଡାଇ ଘରକୁ ଫେରୁଛନ୍ତି। ଜଙ୍ଗଲରେ ଜୀବଯନ୍ତୁଙ୍କ ଭୟ ଥିବା ସତ୍ତ୍ୱେ ନିଜ ପରିବାର ପାଇଁ ମହିଳାଙ୍କୁ ଏପରି ପ୍ରତିଦିନ କରିବାକୁ ପଡୁଛି।

ପ୍ରକୃତି ରାଣୀର କୋଳ ବସତି ସ୍ଥାପନ କରିଥିବା ଡାଲାଗାଡ଼ୁ ଗାଁରେ ଶିକ୍ଷାର ଦୀପ ଜାଳିବା ପାଇଁ ପୂର୍ବରୁ ଏକ ପ୍ରାଥମିକ ବିଦ୍ୟାଳୟ ଥିଲା। ମାତ୍ର ପିଲା ହେଉନଥିବା ଦର୍ଶାଇ ଜିଲ୍ଲା ପ୍ରଶାସନ ବିଦ୍ୟାଳୟଟିକୁ ଉଠାଇ ନେଲେ। ଏବେ ଗାଁରେ ପାଠ ପଢ଼ୁଥିବା କେତେକ ପିଲାଙ୍କୁ ୧୦ କିମି ଦୂରରେ ଥିବା ପଞ୍ଚାୟତ ସଦର ମହକୁମାରେ ଥିବା ବିଦ୍ୟାଳୟକୁ ଯିବାକୁ ପଡ଼ୁଛି। ଆଉ କେତେକ ପିଲା ପାଠ ପଢ଼ାରେ ଡୋରୀ ବାନ୍ଧି ସାରିଲେଣି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।

[caption id="attachment_693746" align="aligncenter" width="650"]Baliguda ବିଦଦସଙ୍କୁଳ ଅବସ୍ଥାରେ ମହିଳାମାନେ ପାଣି ନେଇ ଯାଉଛନ୍ତି[/caption]

ଦାସିଂବାଡ଼ୁ ପଞ୍ଚାୟତର ଡାଲାଗାଡୁ ସମେତ ପ୍ରାହେଡିପଙ୍କା, ଗଡ଼ପାକାଲି, ଡାକାପାଙ୍ଗା ଓ ଗତାପାଦେରୀ ଗାଁର ଲୋକେ ମଧ୍ୟ ସମାନ ସମସ୍ୟା ଦେଇ ଗତି କରୁଛନ୍ତି। ନିର୍ବାଚନ ପୂର୍ବରୁ ରାସ୍ତା ସହ ପିଇବା ପାଣିର ସୁବିଧା ନ ହେଲେ ଲୋକମାନେ ପଞ୍ଚାୟତ ନିବାର୍ଚନରେ ଭୋଟ୍‌ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ଡାଲାଗାଡୁ ଗାଁର ଅଞ୍ଜୁ ନାୟକ କହିଛନ୍ତି- “ଆମ ଗାଁରେ ପାନୀୟ ଜଳ ବ୍ୟବସ୍ଥା ନାହିଁ। ଗାଁ ଲୋକମାନେ ନାଳ ପାଣି ପିଇ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ରୋଗରେ ଆକ୍ରାନ୍ତ ହେଲେ ୧୦ରୁ ୧୨ କିମି ଦୂର ଦାରିଙ୍ଗବାଡ଼ି ମେଡ଼ିକାଲ୍‌କୁ ଯିବାକୁ ପଡ଼ୁଛି। ସବୁଠାରୁ ଦୁଃଖଦ ଘଟଣା ଗାଁରେ ଚାଲି ଚାଲି ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ଯେଉଁଥିପାଇଁ ଗାଁକୁ ଆମ୍ୱୁଲାନ୍ସ ଆସିପାରୁ ନାହିଁ। ଆଗାମୀ ଦିନରେ ରାସ୍ତା ମରାମତି ନକରାଗଲେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବୁ।”

ପ୍ରାଞ୍ଚିସକା ନାୟକ କହିଛନ୍ତି- “ଗାଁକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ଯେଉଁଥିପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେଉଛି। ଗାଁରେ ଯଦି କୌଣସି ଲୋକ ଗୁରୁତର ରୋଗରେ ପୀଡ଼ିତ ହେଲା, ତାଙ୍କୁ ମେଡ଼ିକାଲ୍‌ ନେବା ପାଇଁ ଆମ୍ୱୁଲାନ୍ସ ଅସିପାରୁ ନାହିଁ। ରୋଗୀଙ୍କୁ ୫ରୁ ୬ କିମି ଭାରରେ ନେବା ପରେ ଆମ୍ୱୁଲାନ୍ସରେ ମେଡ଼ିକାଲ୍‌ ନେବାକୁ ପଡ଼ୁଛି। ଏତ ଗଲା ରାସ୍ତା କଥା। ଗାଁର ପାନୀୟ ଜଳ କଥା ନକହିବା ଭଲ। ପାଣି ପାଇଁ ଜଙ୍ଗଲ ଭିତରେ ଥିବା ଚୂଆକୁ ଯିବାକୁ ପଡ଼ୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story