Advertisment

ଦୁଃଖ ଦେଉଛି ଗାଟେଣୀ ନଦୀ; ବର୍ଷା ବଢ଼ିଲେ ବଢ଼ୁଛି ଚିନ୍ତା

ଫୁଲବାଣୀ (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଟେଲାପାଲି ଗାଁ ଦେଇଯାଇଛି ଗାଟେଣୀ ନଦୀ। ଏହି ନଦୀ ଉପରେ ଟେଲାପାଲି ସମେତ ଶିଙ୍କୁଳିପଦର, ସରୁକୋଇ, ଗୁଡ୍ରିଖୋଲ, ସିମଝରୀ, ଗଞ୍ଜୁଖୋଲ ଏବଂ ବିଲାବାଡି ଆଦି ୭ ଖଣ୍ଡ ଗାଁର ପ୍ରାୟ ୭୦୦ ଲୋକ ନିର୍ଭର କରନ୍ତି। ୨୦୦୧-୦୨ ମସିହାରେ ଗାଟେଣୀ ନଦୀ ଉପରେ ପୋଲ ନିର୍ମାଣ କରାଯାଇଥିଲା। ତେବେ ୨୦୦୩ ମସିହାରେ ପ୍ରବଳ ବର୍ଷାରେ ପୋଲଟି ଭାଙ୍ଗିଯାଇଥିଲା। ଏହା ଭାଙ୍ଗି ଯିବା ପରେ ନା ଆଉ ମରାମତି […]

ଦୁଃଖ ଦେଉଛି ଗାଟେଣୀ ନଦୀ; ବର୍ଷା ବଢ଼ିଲେ ବଢ଼ୁଛି ଚିନ୍ତା

bridge-1

Advertisment

ଫୁଲବାଣୀ (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଟେଲାପାଲି ଗାଁ ଦେଇଯାଇଛି ଗାଟେଣୀ ନଦୀ। ଏହି ନଦୀ ଉପରେ ଟେଲାପାଲି ସମେତ ଶିଙ୍କୁଳିପଦର, ସରୁକୋଇ, ଗୁଡ୍ରିଖୋଲ, ସିମଝରୀ, ଗଞ୍ଜୁଖୋଲ ଏବଂ ବିଲାବାଡି ଆଦି ୭ ଖଣ୍ଡ ଗାଁର ପ୍ରାୟ ୭୦୦ ଲୋକ ନିର୍ଭର କରନ୍ତି।

Advertisment

publive-image

୨୦୦୧-୦୨ ମସିହାରେ ଗାଟେଣୀ ନଦୀ ଉପରେ ପୋଲ ନିର୍ମାଣ କରାଯାଇଥିଲା। ତେବେ ୨୦୦୩ ମସିହାରେ ପ୍ରବଳ ବର୍ଷାରେ ପୋଲଟି ଭାଙ୍ଗିଯାଇଥିଲା। ଏହା ଭାଙ୍ଗି ଯିବା ପରେ ନା ଆଉ ମରାମତି କରାଗଲା ନା ନୂଆ ପୋଲ ତିଆରି କରାଗଲା। ଯାହାଫଳରେ ହଇରାଣ ହେଉଛନ୍ତି ଲୋକେ। ନଦୀ  ଅପର ପାର୍ଶ୍ୱକୁ  ଯିବାକୁ ହେଲେ ପାଖାପାଖି ୧୦/୧୧ କିମି ବୁଲିକି ଯିବାକୁ ପଡ଼ୁଛି। ନହେଲେ ସେମାନେ ପାଣିରେ ପଶି ନଦୀ ପାର ହୁଅନ୍ତି। କିଛି ଜରୁରୀ କାମ ପଡ଼ିଲେ ରୋଗୀଙ୍କୁ ଖଟିଆରେ ଭାର କରି ନିଆଯାଇଥାଏ।

publive-image

କିନ୍ତୁ ବର୍ଷା ଦିନେ ଏ ସବୁ ଗାଁ ଲୋକେ ଭାରି ହଇରାଣ ହୁଅନ୍ତି। ସେମାନେ  ଉଛୁଳା ପାଣିରେ  ପଶି ନଦୀ ପାର ହୁଅନ୍ତି। ପାଣି ବଢିଲେ ବାହ୍ୟଜଗତରୁ ଗାଁଗୁଡିକ ବିଚ୍ଛିନ୍ନ ହୋଇଯାଇଥାଏ। ବର୍ଷ ବର୍ଷ ଧରି ଏହି ୭ ଖଣ୍ଡ ଗାଁର ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ହେଲେ ଆଜି ଯାଏ ସ୍ଥାନୀୟ ପ୍ରଶାସନ କିମ୍ବା ରାଜନେତା ଏହାକୁ ଗୁରୁତ୍ୱ ଦେଇ ନାହାନ୍ତି। ଏଠାରେ ନଦୀ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ଗାଁ ଲୋକେ ଅନେକ ଥର ବିଡିଓ ତଥା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ପୋଲଟିଏ ତିଆରି ହୋଇପାରି ନାହିଁ।

Advertisment

publive-image

ଏ ସମ୍ପର୍କରେ ଟେଲାପାଲି ଗାଁର ବାପିନା କହଁରଙ୍କ କହିବାନୁଯାୟୀ, ବର୍ଷା ୪ ମାସ ସାଂଘାତିକ ହଇରାଣ ହେଉଛୁ। ମେଡିକାଲ କେସ୍‌ ହେଲେ  ଆମ୍ବୁଲାନ୍ସ ଗାଁକୁ ଆସିପାରୁନି। ରୋଗୀକୁ ମେଡିକାଲରେ ପହଞ୍ଚାଇବା କାଠିକର ପାଠ ହୋଇପଡ଼ୁଛି।

ସେହିପରି ଶିକୁଳିପଦର ବାସିନ୍ଦା ହରିଶଚନ୍ଦ୍ର କହଁର କହିଛନ୍ତି, ପୋଲ ପାଇଁ ୪ ବର୍ଷ ହେଲେ ଅଧିକାରୀ, ରାଜନେତାଙ୍କୁ କହି ଆସୁଛୁ। ହେଲେ କେହି ଶୁଣୁ ନାହାନ୍ତି। ଏବେ ପିଲାଙ୍କ ଦେହ ଖରାପ ହେଲେ ବହୁ ଅସୁବିଧାରେ ଖଟିଆରେ ବୋହିକି ନେଉଛୁ।

publive-image

ଅନ୍ୟପକ୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ କହିଛନ୍ତି, ଫିରିଙ୍ଗିଆ ବିଡିଓ ଆକଳନ କରିବା ପରେ ଏହାକୁ ଯେକୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରି ପୋଲ ନିର୍ମାଣ କରାଯିବ। ବର୍ଷ ବର୍ଷ ଧରି ୭ଟି ଗାଁର ଲୋକେ ଅସୁବିଧା ଭୋଗୁଥିବା ବେଳେ ପ୍ରଶାସନ କେବେ ଏଠାରେ ପୋଲଟିଏ ନିର୍ମାଣ କରିବ  ତାହା ଦେଖିବାକୁ ବାକି ରହିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe