ପିଜ୍ଜାରେ ଡ୍ରେସ୍‌: ଖାଇବେ ନା ପିନ୍ଧିବେ

ନୂଆଦିଲ୍ଲୀ: ପିଜ୍ଜା ନାଁ ଶୁଣିଲେ ସମସ୍ତଙ୍କ ପାଟିରେ ପାଣି ଆସିଯାଇଥାଏ। କେବଳ ସେତିକି ନୁହେଁ  ଟିଭିରେ ପିଜ୍ଜାର ବିଜ୍ଞାପନ ଆସିଲେ ଛୋଟରୁ ବଡ଼ ସମସ୍ତେ ଖାଇବକୁ ଚାହିଁ ଥାଆନ୍ତି। ପିଜ୍ଜାରେ ଡ୍ରେସ୍‌ ତିଆରି ହେବା କେବେ ଚିନ୍ତା କରିଛନ୍ତି। ଶୁଣିଲେ ଆଶ୍ଚିର୍ଯ୍ୟ ଲାଗୁଛି। ହେଲେ ଏମିତି ଏକ ପିଜ୍ଜା ଡ୍ରେସ୍‌ ତିଆରି ହୋଇଛି। ଉତ୍ତର କରୋଲିନାର ଡିଜାଇନର୍‌ ଏଭଳି ଏକ ଡ୍ରେସ୍‌ ପ୍ରସ୍ତୁତ କରିଛନ୍ତି। ଗ୍ରୀକ୍‌ ସ୍ଥିତ ଓଲୋବିଆ ମିୟର୍ସ ନାମକ ଡିଜାଇନର ଏହି ଡ୍ରେସର ଭିଡିଓ […]

pizza

Rakesh Mallick
  • Published: Tuesday, 02 May 2017
  • , Updated: 02 May 2017, 12:35 PM IST

ନୂଆଦିଲ୍ଲୀ: ପିଜ୍ଜା ନାଁ ଶୁଣିଲେ ସମସ୍ତଙ୍କ ପାଟିରେ ପାଣି ଆସିଯାଇଥାଏ। କେବଳ ସେତିକି ନୁହେଁ  ଟିଭିରେ ପିଜ୍ଜାର ବିଜ୍ଞାପନ ଆସିଲେ ଛୋଟରୁ ବଡ଼ ସମସ୍ତେ ଖାଇବକୁ ଚାହିଁ ଥାଆନ୍ତି। ପିଜ୍ଜାରେ ଡ୍ରେସ୍‌ ତିଆରି ହେବା କେବେ ଚିନ୍ତା କରିଛନ୍ତି। ଶୁଣିଲେ ଆଶ୍ଚିର୍ଯ୍ୟ ଲାଗୁଛି। ହେଲେ ଏମିତି ଏକ ପିଜ୍ଜା ଡ୍ରେସ୍‌ ତିଆରି ହୋଇଛି।

ଉତ୍ତର କରୋଲିନାର ଡିଜାଇନର୍‌ ଏଭଳି ଏକ ଡ୍ରେସ୍‌ ପ୍ରସ୍ତୁତ କରିଛନ୍ତି। ଗ୍ରୀକ୍‌ ସ୍ଥିତ ଓଲୋବିଆ ମିୟର୍ସ ନାମକ ଡିଜାଇନର ଏହି ଡ୍ରେସର ଭିଡିଓ ଓ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଡ୍ରେସ୍‌ଟିକୁ ଜଣେ ମଡେଲ ପିନ୍ଧି ବସିଛନ୍ତି।

ଡିଜାଇନର୍‌ ଅୱନ୍ତ ଗ୍ରୀକ୍‌ କହିଛନ୍ତି,“ସାଧାରଣତଃ ପିଜ୍ଜାରେ ମସରୁମ୍‌, ବ୍ଲାକ୍‌ ଓଲିଭ୍‌, କ୍ୟାପସିକମ୍‌ ପଡ଼ିଥାଏ। ଏହି ଡ୍ରେସରେ ଏହି ସବୁ ସାମଗ୍ରୀ ରଖିଛି। ଏହି ଡ୍ରେସ୍‌ ’ଡୋମିନିଜ୍‌ ପିସ୍‌ ଅଫ୍‌ ଦ ପ୍ରତିଯୋଗିତା’ ପାଇଁ ପ୍ରସ୍ତୁତ କରାଯାଇଛି।

ଏହି ଭିଡିଓ ଓ ଫଟୋ ଇନ୍‌ଷ୍ଟ୍ରାଗ୍ରାମରେ ଭାଇରାଲ ହେବାରେ ଲାଗିଛି।

Related story