‘ଯୋଗ’କୁ ନେଇ ପ୍ରଧାନମନ୍ତ୍ରୀଙ୍କ ନୂଆ ଭିଡିଓ
- Published: Monday, 17 June 2019
- , Updated: 17 June 2019, 01:17 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ‘ଯୋଗ’କୁ ନେଇ ଏକ ନୂଆ ଏନିମେଟେଡ୍ ଭିଡିଓ ଟ୍ୱିଟ୍ କରିଛନ୍ତି। ଅନ୍ୟ ଭିଡିଓ ଗୁଡ଼ିକ ଭଳି ଏଥିରେ ମଧ୍ୟ ମୋଦିଙ୍କ ଏନିମେଟେଡ୍ ଭର୍ସନ ରହିଛି ଓ ସେ ‘ସଲଭାସନ’ ଶିଖାଉଛନ୍ତି।

ଭିଡିଓଟିରେ ପ୍ରଧାନମନ୍ତ୍ରୀଙ୍କ ଏନିମେଟେଡ୍ ଭର୍ସନ ସଲଭାସନ କରୁଥିବା ବେଳେ ଏହାକୁ କିପରି କରିବାକୁ ହୁଏ ଓ ଏହା ଦ୍ୱାରା କ’ଣ ଲାଭ ମିଳିଥାଏ ଏବଂ କେଉଁମାନେ ଏହାକୁ କରିବା ଉଚିତ୍ ନୁହେଁ, ସେ ସବୁ ବିଷୟରେ ସବିଶେଷ ସୂଚନା ଦିଆଯାଉଛି।

ଏହି ଭିଡିଓଟିକୁ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଏହି ଆସନର କିଛି ଉପକାରିତା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି।

Stronger wrists, back muscles and prevention of spondylitis...just some of the reasons why practising Shalabhasana is beneficial. #YogaDay2019 pic.twitter.com/etloBuR7KB

— Narendra Modi (@narendramodi) June 17, 2019

ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବାକୁ ଥିବା ବେଳେ ତା’ପୂର୍ବରୁ ପ୍ରାୟ ପ୍ରତ୍ୟେକ ଦିନ ପ୍ରଧାନମନ୍ତ୍ରୀ ଗୋଟିଏ ଲେଖାଏ ଏନିମେଟେଡ୍ ଯୋଗ ଭିଡିଓ ତାଙ୍କ ଟ୍ୱିଟର ପେଜ୍‌ରେ ପୋଷ୍ଟ୍ କରୁଛନ୍ତି। ଜୁନ୍ ୫ ତାରିଖରେ ଏହି ସିରିଜ୍‌ର ପ୍ରଥମ ଭିଡିଓ ପୋଷ୍ଟ୍ କରିବା ପରେ ଏହା ମଧ୍ୟରେ ୧୦ଟି ଭିଡିଓ ପୋଷ୍ଟ୍ କରି ସାରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଏନିମେଟେଡ୍ ଯୋଗ ଭିଡିଓରେ ପ୍ରଧାନମନ୍ତ୍ରୀ ଗତବର୍ଷ ଡେବ୍ୟୁ କରିଥିଲେ।

ଅନ୍ତର୍ଜାତୀୟ ଯୋଗ ଦିବସ ପାଳନକୁ ନେଇ ପ୍ରଧାନମନ୍ତ୍ରୀ ଖୁବ୍ ଉତ୍ସାହିତ ଅଛନ୍ତି। ୨୦୧୪ରେ ତାଙ୍କ ପ୍ରସ୍ତାବରେ ହିଁ ଜାତିସଂଘ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲେ।