ନ୍ୟୁ-ଇଣ୍ଡିଆ ପାଇଁ ମୋଦିଙ୍କ “IT+IT=IT” ମନ୍ତ୍ର: ଜାଣନ୍ତୁ ଏହାର ଫର୍ମୁଲା

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀରେ ସୁପ୍ରିମକୋର୍ଟର ଏକ କାର୍ଯ୍ୟକ୍ରମରେ  ଯୋଗଦେଇ ନ୍ୟୁ-ଇଣ୍ଡିଆ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ମୋଦି କହିଛନ୍ତି ଯେ, ଏବେ ସମଗ୍ର ବିଶ୍ୱ ବଦଳୁଛି। ବଦଳୁଛି ଚେହରା। ବଦଳୁଛି ବିକାଶର ନକ୍ସା। ଯଦି ଆମେ ବିଶ୍ୱ ସହ ତାଳ ନ ଦେଇ ଚାଲିପାରିବ ତେବେ ଆମେ ପଛରେ ପଡ଼ିଯିବା। ପଚାରିବାକୁ ବି କେହି ନଥିବେ। ମୋଦି ତାଙ୍କ ଭାଷଣରେ ଟେକ୍ନଲୋଜିକୁ ଆଗକୁ ବଢାଇବାକୁ  ବାରମ୍ବାର ଦୋହରାଇ ଥିଲେ। ଏହି ଅବସରରେ ସେ  ନ୍ୟୁ-ଇଣ୍ଡିଆ […]

minister-1

Rakesh Mallick
  • Published: Thursday, 11 May 2017
  • , Updated: 11 May 2017, 12:27 PM IST

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀରେ ସୁପ୍ରିମକୋର୍ଟର ଏକ କାର୍ଯ୍ୟକ୍ରମରେ  ଯୋଗଦେଇ ନ୍ୟୁ-ଇଣ୍ଡିଆ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ମୋଦି କହିଛନ୍ତି ଯେ, ଏବେ ସମଗ୍ର ବିଶ୍ୱ ବଦଳୁଛି। ବଦଳୁଛି ଚେହରା। ବଦଳୁଛି ବିକାଶର ନକ୍ସା। ଯଦି ଆମେ ବିଶ୍ୱ ସହ ତାଳ ନ ଦେଇ ଚାଲିପାରିବ ତେବେ ଆମେ ପଛରେ ପଡ଼ିଯିବା। ପଚାରିବାକୁ ବି କେହି ନଥିବେ। ମୋଦି ତାଙ୍କ ଭାଷଣରେ ଟେକ୍ନଲୋଜିକୁ ଆଗକୁ ବଢାଇବାକୁ  ବାରମ୍ବାର ଦୋହରାଇ ଥିଲେ।

ଏହି ଅବସରରେ ସେ  ନ୍ୟୁ-ଇଣ୍ଡିଆ ଗଠନ ପାଇଁ ଏକ ନୂଆମନ୍ତ୍ର ଦେଇଥିଲେ।  ତାହା ହେଉଛି “IT+IT=IT”  ଏହାର ଅର୍ଥ ହେଉଛି ଇଣ୍ଡିଆନ ଟେକ୍ନଲୋଜି+ଇଣ୍ଡିଆନ ଟ୍ୟାଲେଣ୍ଟ= ଇଣ୍ଡିଆନ ଟୋମରୋ। ଏହାର ଆକ୍ଷରିକ ଅର୍ଥ କହିଲେ ଭାରତର ଜ୍ଞାନ ଏବଂ ବୈଶୟିକ କୌଶଳ ସଂଯୋଗରେ ଯାହା ଫଳାଫଳ ଆସିବ ତାହା ଦେଶର ଭବିଶ୍ୟତ ବୋଲି କୁହାଯିବ।

ଆସନ୍ତୁ ଜାଣିବା ମୋଦିଙ୍କ ନ୍ୟୁ-ଇଣ୍ଡିଆ ଫର୍ମୁଲା

୧-p2g2: ଏହାକୁ  ପୂର୍ଣ୍ଣ ଭାବେ କହିଲେ ‘ପ୍ରୋ ପିପୁଲ ପ୍ରୋ ଆକ୍ଟିଭ ଗୁଡ୍ ଗଭର୍ନେସ’ ବୁଝାଯିବ ।  ଏହାର ଅର୍ଥ ହେଉଛି ଜନ କଲ୍ୟାଣ ଏବଂ ସୁଶାସନ।

୨-3d ଫର୍ମୁଲା:  ଏହିମନ୍ତ୍ର୍ରକୁ ସରଳିକରଣ କରିବାକୁ ଯାଇ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରି ବାଜପେୟୀଙ୍କ ମନ୍ତ୍ର, ଡିବେଟ୍‌(debate), ଡେଲିବିରେଟ (deliberate) ଏବଂ  ଡିସ୍‌କସନ୍(discussion)କୁ  ଦୋହରାଇଥିଲେ।

୩- ପର୍‌ ଡ୍ରପ୍‌ ପର୍‌ କ୍ରପ୍‌(ବୁନ୍ଦାରେ ଜଳରେ  ଗୋଟିଏ ଶସ୍ୟ): କୃଷି କ୍ଷେତ୍ରରେ ଜଳର ସଦ୍‌ଉପ୍‌ଯୋଗନେଇ ମୋଦି ‘ପର୍‌ ଡ୍ରପ୍‌ ପର୍‌ କ୍ରପ୍‌’ର ଉଦ୍ଦେଶ୍ୟ ବୁଝାଇଥିଲେ।

୪-ସବ୍‌ କା ସାଥ୍‌ ସବ୍‌ କା ସାଥ୍: ବିକାଶର ନୂଆ ପରିଭାଷା

ନ୍ୟୁ-ଇଣ୍ଡିଆ ଗଠନ ଲାଗି ମୋଦି ସବ୍‌ କା ସାଥ୍‌ ସବ୍‌ କା ବିକାଶ ମନ୍ତ୍ରକୁ ଦୋହରାଇଥିଲେ।

ସୌଜନ୍ୟ ଆଜ୍‌ତକ୍‌

Related story