ମହଙ୍ଗା ପଡ଼ିଲା ସଉକ, ଅଜଗରକୁ କାନଫୁଲ କରି ହିନସ୍ତା ହେଲେ ଯୁବତୀ

ସାପ ନାଁ ଶୁଣିଲେ ହୃଦସ୍ପନ୍ଦନ ବଢି ଯାଇଥାଏ। ଭୟରେ ଦେହ ଥରି ଉଠେ। ଏପରି ସ୍ଥିତିରେ ସାପକୁ କାନଫୁଲ କରି ପିନ୍ଧିବା ବିଷୟରେ ଭାବିବା ବି ପାଗଳାମୀ। ହେଲେ ଏପରି ଏକ ପାଗଳାମୀ କରିଛନ୍ତି ଆମେରିକାର ପୋର୍ଟଲ୍ୟାଣ୍ଡରେ ବାସ କରୁଥିବା ଜଣେ ଯୁବତୀ। ଏଥିପାଇଁ ତାଙ୍କୁ ବହୁ ମୂଲ୍ୟ ଦେବାକୁ ମଧ୍ୟ ପଡିଛି। ଏପରିକି ଏହି ଘଟଣା ପରେ ମହିଳା ଜଣଙ୍କ ନିଜ ସଉକ ଛାଡି ଦେଇଛନ୍ତି। ଆମେରିକାର ଏହି ଯୁବତୀ ଜଣଙ୍କ ହେଲେ ଐଶଲେ ଗ୍ଲୋୱେ। […]

snake

Rakesh Mallick
  • Published: Friday, 28 July 2017
  • , Updated: 28 July 2017, 06:37 PM IST

ସାପ ନାଁ ଶୁଣିଲେ ହୃଦସ୍ପନ୍ଦନ ବଢି ଯାଇଥାଏ। ଭୟରେ ଦେହ ଥରି ଉଠେ। ଏପରି ସ୍ଥିତିରେ ସାପକୁ କାନଫୁଲ କରି ପିନ୍ଧିବା ବିଷୟରେ ଭାବିବା ବି ପାଗଳାମୀ। ହେଲେ ଏପରି ଏକ ପାଗଳାମୀ କରିଛନ୍ତି ଆମେରିକାର ପୋର୍ଟଲ୍ୟାଣ୍ଡରେ ବାସ କରୁଥିବା ଜଣେ ଯୁବତୀ। ଏଥିପାଇଁ ତାଙ୍କୁ ବହୁ ମୂଲ୍ୟ ଦେବାକୁ ମଧ୍ୟ ପଡିଛି। ଏପରିକି ଏହି ଘଟଣା ପରେ ମହିଳା ଜଣଙ୍କ ନିଜ ସଉକ ଛାଡି ଦେଇଛନ୍ତି।

ଆମେରିକାର ଏହି ଯୁବତୀ ଜଣଙ୍କ ହେଲେ ଐଶଲେ ଗ୍ଲୋୱେ। ସେ ସାପଙ୍କୁ ପସନ୍ଦ କରୁଥିବାରୁ ଘରେ ବହୁତ ସାପ ପାଳିଥିଳେ। ସେମାନଙ୍କ ସହ ଖେଳିବାକୁ ଓ ସମୟ ବିତାଇବାକୁ ସେ ବହୁତ ଭଲ ପାଉଥିଲେ। ବାର୍ଟ ନାମକ ଏକ ଅଜଗର ସେ ପାଳିଥିଲେ। ବାର୍ଟକୁ ଇୟର ରିଂ କରି ପିନ୍ଧିବାକୁ ସେ ପୂର୍ବରୁ କାନରେ ବଡ଼ ଫୁଟା କରିଥିଲେ। ଦିନେ ସେ ବାର୍ଟକୁ ତାଙ୍କ କାନରେ ଇୟର ରିଂ କରି ପିନ୍ଧି ଦେଇଥିଲେ। ହେଲେ ବାର୍ଟ କାନରେ ଫସି ଯାଇଥିଲା। ସେ ବାହାରିବାକୁ ବହୁ ଚେଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଶେଷରେ ଗ୍ଲୋୱେ ଡାକ୍ତରଖାନା ଯାଇଥିଲେ। ସେ ଚାହୁଁ ନ ଥିଲେ ବାର୍ଟର କିଛି କ୍ଷତି ହେଉ। କିନ୍ତୁ ଡାକ୍ତର ତାଙ୍କ କାନ କାଟି ବାର୍ଟକୁ ଉଦ୍ଧାର କରିଥିଲେ।

କାନ କଟିବା ପରେ ଗ୍ଲୋୱେ ଏହି ସଉକ ଛାଡି ଦେଇଛନ୍ତି। ଏ ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି।

Related story