ରାଷ୍ଟ୍ରପତି ଭବନ ଛାଡ଼ିବା ବେଳେ ନେଇ ଯାଇଥିଲେ ଦାମୀ ଉପହାର, ପଠା ଯାଇଥିଲା ନୋଟିସ୍

ନୂଆଦିଲ୍ଲୀ: ପ୍ରତିଭା ଦେବୀ ସିଂହ ପାଟିଲ୍। ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି। ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଦେଶର ଦ୍ୱାଦଶ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଛନ୍ତି। ରାଷ୍ଟ୍ରପତି ଥିବା ସମୟରେ ଅନେକ ସମୟରେ ଚର୍ଚ୍ଚାର ଶିରୋନାମାରେ ରହିଛନ୍ତି। କିନ୍ତୁ ରାଷ୍ଟ୍ରପତି ପଦରୁ ଅବସର ନେବା ପରେ, କେତୋଟି ଘଟଣା ପାଇଁ ସେ ବିବାଦୀୟ ହୋଇ ପଡ଼ିଥିଲେ। ଯାହା ରାଷ୍ଟ୍ରପତି ପଦର ଗାରିମାକୁ ପ୍ରଭାବିତ କରିଥିଲା। ରାଷ୍ଟ୍ରପତି ହେଉଛନ୍ତି ଭାରତର ପ୍ରଥମ ନାଗରିକ। ଦେଶର ସାମ୍ୱିଧାନିକ ମୁଖ୍ୟ। ତେଣୁ ଅବସର […]

rastrapati bhawan

Rakesh Mallick
  • Published: Saturday, 22 July 2017
  • , Updated: 22 July 2017, 07:40 PM IST

ନୂଆଦିଲ୍ଲୀ: ପ୍ରତିଭା ଦେବୀ ସିଂହ ପାଟିଲ୍। ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି। ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଦେଶର ଦ୍ୱାଦଶ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଛନ୍ତି। ରାଷ୍ଟ୍ରପତି ଥିବା ସମୟରେ ଅନେକ ସମୟରେ ଚର୍ଚ୍ଚାର ଶିରୋନାମାରେ ରହିଛନ୍ତି। କିନ୍ତୁ ରାଷ୍ଟ୍ରପତି ପଦରୁ ଅବସର ନେବା ପରେ, କେତୋଟି ଘଟଣା ପାଇଁ ସେ ବିବାଦୀୟ ହୋଇ ପଡ଼ିଥିଲେ। ଯାହା ରାଷ୍ଟ୍ରପତି ପଦର ଗାରିମାକୁ ପ୍ରଭାବିତ କରିଥିଲା।

ରାଷ୍ଟ୍ରପତି ହେଉଛନ୍ତି ଭାରତର ପ୍ରଥମ ନାଗରିକ। ଦେଶର ସାମ୍ୱିଧାନିକ ମୁଖ୍ୟ। ତେଣୁ ଅବସର ନେବା ପରେ ଭାରତରେ ରାଷ୍ଟ୍ରପତିଙ୍କ ରହିବା ପାଇଁ ଏକ ସ୍ୱତନ୍ତ୍ର ଘର ନିର୍ମାଣ କରାଯାଇଥାଏ। ଏଥିପାଇଁ ସ୍ୱୟଂ ରାଷ୍ଟ୍ରପତି ହିଁ ସ୍ଥାନ ନିରୂପଣ କରିଥାନ୍ତି। ଅବସର ପରେ ରହିବା ପାଇଁ ପ୍ରତିଭା ପାଟିଲ ମଧ୍ୟ ପୁଣେରେ ଏକ ସ୍ଥାନ ନିରୂପଣ କରି ଘର ନିର୍ମାଣ ଆରମ୍ଭ କରିଥିଲେ। ତେବେ ଏହି ଜାଗାକୁ ନେଇ ସେତେବେଳେ ବିବାଦ ଘେରକୁ ଟାଣି ହୋଇ ଆସିଥିଲେ ସେ। କାରଣ ସେ ବାଛିଥିବା ଜାଗାଟିକୁ ଯୁଦ୍ଧରେ ପ୍ରାଣ ହରାଇଥିବା ଯବାନଙ୍କ ପରିବାରକୁ ଦିଆ ଯିବାକୁ ସ୍ଥିର ହୋଇଥିଲା।

ଅନ୍ୟଏକ ଘଟଣା ମଧ୍ୟ ପ୍ରତିଭାଙ୍କୁ ବିବାଦ ଘେରକୁ ଟାଣି ଆଣିଥିଲା। ସୁଭାଷ ଚନ୍ଦ୍ର ଅଗ୍ରୱାଲ  ନାମକ ବ୍ୟକ୍ତି, ସୂଚନା ଅଧିକାର ଆଇନ ବଳରେ ପାଇଥିବା ତଥ୍ୟ ଅନୁଯାୟୀ, ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ପ୍ରତିଭା ନିଜ ସାଙ୍ଗରେ ରାଷ୍ଟ୍ରପତି ଭବନରୁ ୧୫୦ରୁ ଉର୍ଦ୍ଧ୍ୱ ଉପହାର ନେଇ ଯାଇଥିଲେ। ଏହି ଉପହାର ଗୁଡ଼ିକ ମଧ୍ୟରେ ତାଙ୍କ ବିଦେଶ ଗ୍ରସ୍ତ ସମୟରେ ଓ ଭାରତ ଗ୍ରସ୍ତରେ ଆସୁଥିବା ଅନ୍ୟ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ପାଖରୁ ଉପହାର ସ୍ୱରୂପ ମିଳିଥିଲା। କିନ୍ତୁ ନିୟମ ଅନୁଯାୟୀ, ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ସମାପ୍ତ ହେବା ପରେ ଏହି ସବୁ ଉପହାରକୁ ରାଷ୍ଟ୍ରପତି ଭବନରେ ରଖିବା କଥା। କିନ୍ତୁ ପ୍ରତିଭା ରାଷ୍ଟ୍ରପତି ଥିବାବେଳେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ପାଖରୁ ପାଇଥିବା ଉପହାରକୁ ନିଜ ଜନ୍ମସ୍ଥାନ ଅମରାବତୀକୁ ନେଇ ଯାଇଥିଲେ। ଏହି ଉପହାରକୁ ପାଟିଲ ପରିବାର ଚଳାଉଥିବା ଏକ ମ୍ୟୁଜିୟମ୍ ମଧ୍ୟରେ ରଖାଯାଇଥିଲା।

ତେବେ ଏହି ଘଟଣା ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜାଣିବା ପରେ ଉପହାରକୁ ଫେରାଇ ଆଣିବା ପାଇଁ ୧୪ ଅଗଷ୍ଟ ୨୦୧୨ ମ୍ୟୁଜିୟମ୍ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ୧୫ ଜୁନ୍ ୨୦୧୩ ସୁଦ୍ଧା ମ୍ୟୁଜିୟମ୍‌ରେ ଥିବା ରାଷ୍ଟ୍ରପତି ଭବନର ସମସ୍ତ ଉପହାରକୁ ଫେରାଇବାକୁ ଚିଠିରେ ଉଲ୍ଲେଖ କରିଥିଲେ।

Related story