ଗର୍ଭାବସ୍ଥାରେ ହୁସିଆର ରହନ୍ତୁ ମହିଳା: ନହେଲେ ବିକଳାଙ୍ଗ ହୋଇଯାଇ ପାରେ ଗର୍ଭସ୍ଥ ଶିଶୁ

ସମସ୍ତେ ଚାହିଁଥାନ୍ତି ସେମାନଙ୍କ ପିଲା ସୁସ୍ଥ ଅବସ୍ଥାରେ ଜନ୍ମ ହେଉ। ତା’ ଶରୀରରେ କୌଣସି ପ୍ରକାର ଅସଙ୍ଗତି ନଥାଉ ବା ସେ ବିକଳାଙ୍ଗ ନ ହୋଇଥାଉ। ଗର୍ଭାବସ୍ଥାରେ ଛୋଟ ଛୋଟ ଭୁଲ ପେଟରେ ଥିବା ପିଲାକୁ ବିକଳାଙ୍ଗ କରିଦେଇ ପାରେ। ବିଶେଷକରି ମାଆ ଶରୀରରେ କ୍ୟାଲସିୟମ ଓ ଭିଟାମିନ-ଡି ଅଭାବ ହେଲେ, ଏହାର ପ୍ରଭାବ ଗର୍ଭସ୍ଥ ପିଲା ଉପରେ ପଡ଼ିଥାଏ। ବିଶେଷକରି ଏହା ଦ୍ୱାରା ପିଲାର ଗୋଡ ଉପରେ ପ୍ରଭାବ ପଡ଼ିଥାଏ। ଖଟା ଓ ଚଟପଟି ଖାଦ୍ୟ […]

pregnancy

Rakesh Mallick
  • Published: Saturday, 15 July 2017
  • , Updated: 15 July 2017, 01:41 PM IST

ସମସ୍ତେ ଚାହିଁଥାନ୍ତି ସେମାନଙ୍କ ପିଲା ସୁସ୍ଥ ଅବସ୍ଥାରେ ଜନ୍ମ ହେଉ। ତା’ ଶରୀରରେ କୌଣସି ପ୍ରକାର ଅସଙ୍ଗତି ନଥାଉ ବା ସେ ବିକଳାଙ୍ଗ ନ ହୋଇଥାଉ। ଗର୍ଭାବସ୍ଥାରେ ଛୋଟ ଛୋଟ ଭୁଲ ପେଟରେ ଥିବା ପିଲାକୁ ବିକଳାଙ୍ଗ କରିଦେଇ ପାରେ। ବିଶେଷକରି ମାଆ ଶରୀରରେ କ୍ୟାଲସିୟମ ଓ ଭିଟାମିନ-ଡି ଅଭାବ ହେଲେ, ଏହାର ପ୍ରଭାବ ଗର୍ଭସ୍ଥ ପିଲା ଉପରେ ପଡ଼ିଥାଏ। ବିଶେଷକରି ଏହା ଦ୍ୱାରା ପିଲାର ଗୋଡ ଉପରେ ପ୍ରଭାବ ପଡ଼ିଥାଏ। ଖଟା ଓ ଚଟପଟି ଖାଦ୍ୟ ମଧ୍ୟ ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ।

୧. ଗର୍ଭ ଧାରଣର ତିନିମାସ ପୂରଣ ହେବା ସଙ୍ଗେ ସଙ୍ଗେ ହିଁ ଚିକିତ୍ସା ଆରମ୍ଭ କରିଦିଅନ୍ତୁ। ମାଆ ଓ ତା’ ଗର୍ଭରେ ଥିବା ଶିଶୁର ସବୁ ପ୍ରକାର ଟେଷ୍ଟ କରାଇ ନିଅନ୍ତୁ। ଡାକ୍ତରଙ୍କ ସହ ପରାମର୍ଶ କରି ଫଲିକ ଏସିଡ ସେବନ ନିହାତି ଆବଶ୍ୟକ। ଏହାଦ୍ୱାରା ଶିଶୁ ଓ ମାଆ ଉଭୟ ରକ୍ତହୀନତାର ଶିକାର ହୋଇନଥାନ୍ତି। ପିଲା ଜନ୍ମବେଳେ ମଧ୍ୟ ବିଶେଷ ସମସ୍ୟା ହୋଇନଥାଏ।

୨. ଭାଇରାଲ ଇମ୍ଫେକ୍ସନରୁ ଦୂରେଇ ରୁହନ୍ତୁ। ଏ ସମସ୍ୟାରେ ପଡ଼ିଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। ଏଥିପାଇଁ ପ୍ରସୂତୀଙ୍କୁ ଭିଡ ଜାଗାକୁ ଯିବାକୁ ମନା କରାଯାଇଥାଏ। ମାଆ କୋଳାହଳ ସ୍ଥାନକୁ ଗଲେ ଗର୍ଭସ୍ଥ ଶିଶୁ ମୂକ ବଧିର ହୋଇ ଜନ୍ମ ହେବାର ଆଶଙ୍କା ରହିଥାଏ।

୩. କଳି ଝଗଡ଼ା ହେଉଥିବା ଜାଗାରୁ ଗର୍ଭବତୀମାନେ ଦୂରେଇ ରହିବା ଦରକାର। ଏହାଦ୍ୱାରା ପିଲା ପ୍ରଭାବିତ ହୁଏ। ଡାକ୍ତରଙ୍କ କହିବା କଥା ବେଶୀ ପାଟିତୁଣ୍ଡ ଶୁଣିଲେ ଗର୍ଭସ୍ଥ ଶିଶୁ ଚୁପ୍ ହୋଇଯାଏ ଅଥବା ସେ ବଧିର ହୋଇ ଜନ୍ମ ହେବାର ଆଶଙ୍କା ରହିଥାଏ। ଏକ ସର୍ଭେରୁ ଜଣାପଡିଛି, ଧ୍ୱନୀ ପ୍ରଦୂଷଣ ଶିଶୁର ବାକଶକ୍ତି ଉପରେ ପ୍ରଭାବ ପକାଇଥାଏ।

୪. ଗର୍ଭବତୀ ମହିଳା ବାହାର ଖାଦ୍ୟ ଆଦୌ ଖାଇବା ଉଚିତ ନୁହେଁ। ଏହି ସମୟରେ ଗର୍ଭବତୀଙ୍କୁ ଚଟପଟି ଖାଦ୍ୟ ବା ଫାଷ୍ଟଫୁଡ ଖାଇବାକୁ ଭଲ ଲାଗିଥାଏ। ହେଲେ ଏହା ଗର୍ଭସ୍ଥ ଶିଶୁ ପାଇଁ ହାନିକାରକ। ପିଜା, ବର୍ଗର ଓ ରାସ୍ତାକଡ଼ ଖାଦ୍ୟରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ।

୫. କୋଲଡ୍ରିଙ୍କ୍ସ, ବାହାରର ଜୁସ ଭୁଲରେ ବି ପିଅନ୍ତୁ ନାହିଁ। ପ୍ରସୂତୀଙ୍କ ପାଇଁ ଜୁସ୍‌ ପିଇବା ବହୁତ ଭଲ। ହେଲେ ଜୁସ୍‌ ଘରେ ତିଆରି କରି ପିଅନ୍ତୁ।

Related story