କ’ଣ ଥାଏ ରାଷ୍ଟ୍ରପତିଙ୍କ ନିୟମିତ କାର୍ଯ୍ୟକ୍ରମ?

ରମନାଥ କୋବିନ୍ଦ ଦେଶର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ସାମ୍ବିଧାନିକ ଭାବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଆଟର୍ଣ୍ଣି ଜେନେରାଲ ଏବଂ କେନ୍ଦ୍ରୀୟ ମନ୍ତ୍ରୀଙ୍କର ନିଯୁକ୍ତି କରନ୍ତି। ହେଲେ ବାସ୍ତବରେ ସରକାରଙ୍କ ନିଷ୍ପତ୍ତି ହିଁ ଫାଇନାଲ ହୋଇଥାଏ। ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏତେ ବଡ଼ ପଦରେ ରହି ରାଷ୍ଟ୍ରପତି କ’ଣ କାମ କରନ୍ତି? ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତିଙ୍କର କିଛି କାର୍ଯ୍ୟ ବିବରଣୀ ସଂପର୍କରେ। ରାଷ୍ଟ୍ରପତିଙ୍କ ଦୈନନ୍ଦିନ କାର୍ଯ୍ୟସୂଚୀରେ ସରକାରଙ୍କର […]

rashtrapatibhavan

Rakesh Mallick
  • Published: Monday, 31 July 2017
  • , Updated: 31 July 2017, 11:25 AM IST

ରମନାଥ କୋବିନ୍ଦ ଦେଶର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ସାମ୍ବିଧାନିକ ଭାବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଆଟର୍ଣ୍ଣି ଜେନେରାଲ ଏବଂ କେନ୍ଦ୍ରୀୟ ମନ୍ତ୍ରୀଙ୍କର ନିଯୁକ୍ତି କରନ୍ତି। ହେଲେ ବାସ୍ତବରେ ସରକାରଙ୍କ ନିଷ୍ପତ୍ତି ହିଁ ଫାଇନାଲ ହୋଇଥାଏ। ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏତେ ବଡ଼ ପଦରେ ରହି ରାଷ୍ଟ୍ରପତି କ’ଣ କାମ କରନ୍ତି? ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତିଙ୍କର କିଛି କାର୍ଯ୍ୟ ବିବରଣୀ ସଂପର୍କରେ।

  • ରାଷ୍ଟ୍ରପତିଙ୍କ ଦୈନନ୍ଦିନ କାର୍ଯ୍ୟସୂଚୀରେ ସରକାରଙ୍କର କୌଣସି ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଅବା ସାଧାରଣ ଜନତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥାଏ। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତର ମଧ୍ୟ କାର୍ଯ୍ୟକ୍ରମ ଥାଏ। ଏମାନେ ସମସ୍ତେ ରାଷ୍ଟ୍ରପତିଙ୍କ ଠାରୁ ପରାମର୍ଶ ନେବା ପାଇଁ ଆସିଥାଆନ୍ତି। ଏପରିକି ପ୍ରଧାନମନ୍ତ୍ରୀ ପ୍ରତି ଥର ବିଦେଶ ଗସ୍ତ ସାରି ଆସିବା ପରେ ରାଷ୍ଟ୍ରପତିଙ୍କୁ ଭେଟି ପୂରା ବିବରଣୀ ପ୍ରଦାନ କରନ୍ତି।
  • ଭାରତରେ ଅନ୍ୟ ଦେଶଗୁଡ଼ିକର ଦୂତାବାସ ରହିଛି। ଏହି ଦୂତାବାସଗୁଡ଼ିକରେ ଯେତେବେଳେ ରାଷ୍ଟ୍ରଦୂତମାନେ ନିଯୁକ୍ତ ହୁଅନ୍ତି ସେମାନେ ରାଷ୍ଟ୍ରପତିଙ୍କୁ ଭେଟି ନିଜ ପରିଚୟ ପତ୍ର ପ୍ରଦାନ କରନ୍ତି। ଏହି ଅବସରରେ ଏକ ଉତ୍ସବର ଆୟୋଜନ କରାଯାଏ। ଏଥିରେ ରାଷ୍ଟ୍ରପତି ଉଦ୍‌ବୋଧନ ଦିଅନ୍ତି। ସେ ଦୁଇ ଦେଶର ସଂପର୍କ ବିଷୟରେ ଆଲୋକପାତ କରନ୍ତି। ଏହା ପରେ ଯାଇ ରାଷ୍ଟ୍ରଦୂତମାନଙ୍କ ନିଯୁକ୍ତିକୁ ମାନ୍ୟତା ମିଳିଥାଏ।
  • ସଂସଦରେ ବର୍ଷର ପ୍ରଥମ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ଉଭୟ ସଦନକୁ ସମ୍ବୋଧିତ କରନ୍ତି। ଏଥିରେ ସରକାରଙ୍କର ପୂରା ବର୍ଷର ଯୋଜନା ସଂପର୍କିତ ବିବରଣୀ ଥାଏ।
  • ସାଧାରଣତଃ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ଗୁରୁତ୍ୱ ଦିଆଯାଇଥାଏ। ହେଲେ ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ମଧ୍ୟ କୌଣସି ପ୍ରକାରେ କମ୍ ଗୁରୁତ୍ୱପୂର୍ଣ୍ଣ ହୋଇନଥାଏ।
  • ପଦ୍ମ ପୁରସ୍କାର ସମେତ ସମସ୍ତ ଜାତୀୟ ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରନ୍ତି। ଭାରତରତ୍ନ, ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣ,ଅର୍ଜୁନ ପୁରସ୍କାର ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଦି ରାଷ୍ଟ୍ରପତି ହିଁ ପ୍ରଦାନ କରନ୍ତି। ରାଷ୍ଟ୍ରପତି ଭବନର ଅଶୋକ ହଲ୍‌ରେ ଏହି ସବୁ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥାଏ।

ଏସବୁ ବାଦ୍ ରାଷ୍ଟ୍ରପତିଙ୍କର ଆହୁରି ଅନେକ କାମ ଅଛି।

Related story