କଥା ଦେଇଥିଲେ, କଥା ରଖିଲେ: ମାଉସୀ ମା’ ହାତରୁ ପୋଡ଼ପିଠା ଖାଇଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାବର ଠାକୁର ଜଗନ୍ନାଥ। କେତେ ଲୀଳା, କେତେ ଖେଳା ତା’ର। ତାକୁ ନେଇ ଲେଖା ହେଇଛି କେତେ ପୁରାଣ, କେତେ କାହାଣୀ । କହିଲେ ସରବନି । ହେଲେ ଏସବୁ ଭିତରେ ଗୋଟିଏ କଥା ସତ, ଭକ୍ତର ମନକୁ ପଢିପାରେ, ମାନକୁ ବୁଝିପାରେ, ଅଭିମାନକୁ ଭାଙ୍ଗିପାରେ ସେଇ ହଟିଆ ଠାକୁର କାଳିଆ ଠାକୁର…।  ଏମିତି ଦିନେ ଅଭିମାନ କରିଥିଲେ କୈକେୟୀ। ଆଉ ତାଙ୍କ ଅଭିମାନ ଭାଙ୍ଗିବାକୁ କଥା ଦେଇଥିଲେ ପ୍ରଭୁ ଶ୍ରୀରାମ। ଦେଇଥିବା […]

temple-1..

temple-1..

Niharika Rout
  • Published: Thursday, 04 July 2019
  • Updated: 04 July 2019, 12:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାବର ଠାକୁର ଜଗନ୍ନାଥ। କେତେ ଲୀଳା, କେତେ ଖେଳା ତା’ର। ତାକୁ ନେଇ ଲେଖା ହେଇଛି କେତେ ପୁରାଣ, କେତେ କାହାଣୀ । କହିଲେ ସରବନି । ହେଲେ ଏସବୁ ଭିତରେ ଗୋଟିଏ କଥା ସତ, ଭକ୍ତର ମନକୁ ପଢିପାରେ, ମାନକୁ ବୁଝିପାରେ, ଅଭିମାନକୁ ଭାଙ୍ଗିପାରେ ସେଇ ହଟିଆ ଠାକୁର କାଳିଆ ଠାକୁର…।  ଏମିତି ଦିନେ ଅଭିମାନ କରିଥିଲେ କୈକେୟୀ। ଆଉ ତାଙ୍କ ଅଭିମାନ ଭାଙ୍ଗିବାକୁ କଥା ଦେଇଥିଲେ ପ୍ରଭୁ ଶ୍ରୀରାମ। ଦେଇଥିବା ସେଇ କଥାକୁ ଆଜି ଯାଏ…ସତ୍ୟରୁ କଳିଯାଏ ପାଳନ କରି ଆସୁଛନ୍ତି ପ୍ରଭୁ ବିଭିନ୍ନ ରୂପରେ..ବିଭିନ୍ନ ନାମରେ ।

ରଥଯାତ୍ରାରେ ଭାଇଭଉଣୀଙ୍କୁ ଧରି କାଳିଆ ଠାକୁର ବାହାରନ୍ତି ଗୁଣ୍ଡିଚା ମନ୍ଦିର । ଫେରିବା ବାଟରେ ମାଉସୀ ମା’ଙ୍କ ମନ୍ଦିରରେ ଅଟକି ରୁହନ୍ତି। ମାଉସୀ ମା’ର ହାତ ତିଆରି ପୋଡ ପିଠାରେ ତାଙ୍କର ଭାରି ଶ୍ରଦ୍ଧା। ନଖାଇ ଫେରିବେ କେମିତି ? ସେଠାରୁ ପୋଡ ପିଠା ଖାଇବା ପରେ ରଥ ଗଡ଼େ।

ତେବେ କିଏ ଏହି ମାଉସୀ ମା’ ?

ପୁରୀ ବଡ଼ଦାଣ୍ଡର ବଳଗଣ୍ଡି ଛକରେ ରହିଛି ମାଉସୀ ମା’ ମନ୍ଦିର। ଶ୍ରୀକ୍ଷେତ୍ର ପଞ୍ଚକୋଶି ଓ ସମଗ୍ର ଉତ୍କଳୀୟ ଲୋକଭାଷାରେ ମାଉସୀମା’ ନାମରେ ଖ୍ୟାତ ଦେବୀଙ୍କ ବାସ୍ତବିକ ନାମ ଅର୍ଦ୍ଧଶୋଷିଣି। ପ୍ରଳୟ ଜଳ ଗ୍ରାସ କରିବା ସମୟରେ ଏହି ଦେବୀ ଅଧା ପ୍ରଳୟ ଜଳ ଶୋଷି ନେଇ ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିବାରୁ ତାଙ୍କ ନାଁ ଏପରି ରଖାଯାଇଛି।

କିମ୍ବଦନ୍ତୀ କୁହେ, ବହୁ ବର୍ଷ ପୂର୍ବେ ମାଳିନୀ ନଦୀ ପୁରୀ ସହରକୁ ଦୁଇ ଭାଗରେ ବିଭକ୍ତ କରିଥିଲା। ତେଣୁ ସେତେବେଳେ ରଥଯାତ୍ରା ସମୟରେ ୬ଟି ରଥ ନିର୍ମାଣ କରାଯାଉଥିଲା। ଶ୍ରୀମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ଆସି ମାଳିନୀ ନଦୀ କୂଳରେ ରହୁଥିଲେ। ଡଙ୍ଗାରେ ଠାକୁର ନଦୀ ପାର ହେବା ପରେ ଆଉ ତିନୋଟି ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିର ଯାଉଥିଲେ। ଠାକୁରଙ୍କର ଏଇ ୯ ଦିନ ଯାତ୍ରା ମଧ୍ୟରୁ ୬ ଦିନ ଯିବାଆସିବାରେ ଚାଲି ଯାଉଥିଲା।

କୁହାଯାଏ, ଏଇ ଅସୁବିଧାକୁ ଦେଖି ମା ଅର୍ଦ୍ଧଶୋଷିଣି ମାଳିନୀ ନଦୀକୁ ଶୋଷି ଦେଇଥିଲେ ! ଏବେ ଏଇ ନଦୀ ଅଦୃଶ୍ୟ ।

ଏଇ ମାଉସୀ ମା’ ମନ୍ଦିରକୁ ନେଇ ରହିଛି ଅନେକ କାହାଣୀ। ଉତ୍କଳ ପ୍ରସଙ୍ଗ ସୂତ୍ରରୁ ମିଳିଥିବା ଏକ କାହାଣୀ ଏପରି….

ଗୁରୁ ବଶିଷ୍ଠଙ୍କ ଡାକରା ପାଇ ମାମୁଘରୁ ତୁରନ୍ତ ଫେରି ଆସୁଛନ୍ତି ଭରତ ଓ  ଶତ୍ରୁଘ୍ନ। ପହଞ୍ଚିବା ପରେ ଜାଣିବାକୁ ପାଆନ୍ତି ଦୁଃଖଦ ଖବର। ପିତା ଦଶରଥଙ୍କ ଦେହାନ୍ତ, ରାମଲକ୍ଷ୍ମଣଙ୍କ ବନବାସ…। ସ୍ତବ୍ଦ ହୋଇଗଲେ ଦୁଇ ଭାଇ। ନିଜ ଜନ୍ମିତ ମାତା ଏପରି ନିଷ୍ଠୁର ହୋଇ ପାରନ୍ତି ! କ୍ରୋଧରେ କିଛି ବୁଝି ପାରିଲେନି ଭରତ। ତାଙ୍କୁ ରାଜ ସିଂହାସନରେ ବସାଇବା ପାଇଁ ମା’ ଏତେ କଥା କଲେ ତ ! ମା’ଙ୍କର ଏଇ ଇଚ୍ଛା ପୂର୍ଣ୍ଣ ହେବାକୁ କେବେ ବି ଦେବିନି। ସେହିଦିନ  ସେଇ ମୁହୂର୍ତ୍ତରେ ମା’ଙ୍କ ସମ୍ମୁଖରେ ଦଶଦିଗପାଳଙ୍କୁ ସାକ୍ଷୀ ରଖି ଶପଥ ନେଲେ ଭରତ। ‘ ଏ ମୁଖରେ ତୋତେ ମାଆ ବୋଲି କେବେ ବି ସମ୍ବୋଧନ କରିବି ନାହିଁ।

ପୁତ୍ର ଭରତର ଏଦାଦୃଶ ଆଚରଣରେ ବ୍ୟଥିତ ହେଲେ କୈକେୟୀ। ଯାହାକୁ ରାଜ ସିଂହାସନରେ ବସାଇବା ପାଇଁ ଏତେ ସବୁ ଘଟିଗଲା, ସେ ମୁହଁ ଚାହିଁବ ନାହିଁ ! ମୋତେ ମା’ ବୋଲି ସମ୍ବୋଧନ କରିବ ନାହିଁ ! ଦଃଖରେ ଭାଙ୍ଗି ପଡ଼ିଲେ । ଖାଇବା, ପିଇବା ଛାଡି ଦେଲେ। ଆତୁର ହୋଇ ଚାହିଁ ବସିଥାନ୍ତି ରାମଙ୍କ ଫେରିବା ବାଟକୁ। କାରଣ ସେ ଚାହିଁଲେ ହିଁ କିଛି ସମାଧାନ ହୋଇପାରିବ।

୧୪ ବର୍ଷ ପରେ ରାମଚନ୍ଦ୍ର ବନବାସରୁ ଫେରିଲେ। ଗୁରୁ ବଶିଷ୍ଠଙ୍କୁ ପ୍ରଣିପାତ କରି ରାଜପ୍ରାସାଦରେ ପ୍ରବେଶ କଲେ ପ୍ରଭୁ ରଘୁନନ୍ଦନ। ଅନ୍ତର୍ଯ୍ୟାମୀ ବୁଝି ପାରିଥିଲେ କୈକେୟୀଙ୍କ ଦୁଃଖ। ଅନ୍ତପୁରକୁ ପ୍ରବେଶ କଲେ। କୈକେୟୀଙ୍କ ଏପରି ଅବସ୍ଥା ଦେଖି ଆଚମ୍ବିତ ହୋଇଗଲେ।

ରାମଚନ୍ଦ୍ରଙ୍କୁ ଦେଖି କାନ୍ଦି କାନ୍ଦି କୋଳକୁ ଟାଣି ନେଲେ କୈକେୟୀ। ତୃପ୍ତ ହେଲା ତାଙ୍କର ମାତୃ ହୃଦୟ।

ପରେ ଗୁରୁ ବଶିଷ୍ଠଙ୍କ ଆଦେଶରେ ରାମଙ୍କ ରାଜାଭିଷେକ ପାଇଁ ଆୟୋଜନ ହେଲା। ଶୁଭ ମୁହୂର୍ତ୍ତରେ ରାମଚନ୍ଦ୍ରଙ୍କୁ ରାଜ ସିଂହାସନରେ ଉପବେଶନ କରାଇ ରାଜ ତିଳକ  ଲଗାଇ ଦିଆଗଲା। ସାରା ରାଜ୍ୟରେ ଉତ୍ସବର ମାହୋଲ। ଅନତି ଦୂରରେ କୈକେୟୀ ବସି ଏସବୁ ଦେଖୁଥାନ୍ତି। ରାମଚନ୍ଦ୍ରଙ୍କୁ ପାଖକୁ ଡାକି କହିଲେ, ମୋର ଗୋଟିଏ ଅଭିଳାଷ ଅଛି  । ପୂରଣ କରି ପାରିବ ?  ରାମଚନ୍ଦ୍ର ପ୍ରତିଶ୍ରୁତି ଦିଅନ୍ତେ, କୈକୟୀ କହିଲେ, ମୁଁ ଥରେ ଭରତ ମୁହଁରୁ ମା’ ଡାକ ଶୁଣିବାକୁ ଚାହେଁ।

ରାମଚନ୍ଦ୍ର ଭରତଙ୍କ ଆଡକୁ ଦୃଷ୍ଟି ଫେରାନ୍ତେ, ଭରତ ଅତ୍ୟନ୍ତ ଅନୁନୟ ହୋଇ କ୍ଷମାମାଗି କହିଲେ, ‘କୈକେୟୀଙ୍କୁ ମାତା ଡାକିବାକୁ ଛାଡି ଆପଣ ଯାହା ଆଜ୍ଞା ଦେବେ ତାହା କରିବାକୁ ରାଜି । କାରଣ ମୁଁ ସୂର୍ଯ୍ୟ ଓ ଅଗ୍ନିଙ୍କୁ ସାକ୍ଷୀ ରଖି ଶପଥ ନେଇଛି।’

କିଂକର୍ତ୍ତବ୍ୟବିମୁଢ ରାମଚନ୍ଦ୍ର। କେମିତି କରିବେ ଏହାର ସମାଧାନ ! ଏପଟେ କୈକେୟୀଙ୍କ ଲୁହ ଆଉ ମନର କୋହ ଦେଖି ଦୟା ସାଗର ସମ୍ଭାଳି ପାରୁନାହାନ୍ତି । ସେପଟେ ଭରତଙ୍କ ଅନୁନୟ।

ସିଂହାସନରୁ ଓହ୍ଲାଇ ଆସିଲେ। ମାତା କେକେୟୀଙ୍କ ଦୁଇ ହାତ ଧରି ପ୍ରଭୁ କହଲେ ‘ ମା’,  ଭରତ ଖାଲି କ’ଣ ତୁମର ପୁତ୍ର ? ମୁଁ କ”ଣ ନୁହେଁ ? ମୋତେ କ’ଣ ତୁମେ ପୁତ୍ର ଭାବେ ସ୍ନେହ କରନି ? ତୁମ କୋଳରେ ବସିବାର ଅଧିକାର କ’ଣ ମୋର ନାହିଁ ? ମୁଁ ତ ତୁମକୁ ମା’ ବୋଲି ଡାକୁଛି।

କେବଳ ଏ ଜନ୍ମ ନୁହେଁ, ଦ୍ୱାପରରେ ତୁମେ ଯଶୋଦା ହୋଇ ମୋତେ ପାଳିବ, କଳିରେ ମଧ୍ୟ ହେବ ତୁମେ ମୋର ମାଉସୀ ମା’। ନୀଳାଚଳ କ୍ଷେତ୍ରରେ ଦାରୁବ୍ରହ୍ମ ରୂପରେ ଅବସ୍ଥାନ କାଳରେ ରଥାଯାତ୍ରା ସମୟରେ ତୁମ ହାତ ତିଆରି ଫୋଡ ପିଠା ସେବନ କରି ତୃପ୍ତ ହେବି।

ରାମଚନ୍ଦ୍ରଙ୍କ ମୁହଁରୁ ଏପରି କଥା ଶୁଣି ଖୁସିରେ ଗଦ୍‌ଗଦ୍‌ ହୋଇଗଲେ  କୈକେୟୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story