Advertisment

ଏମ୍ପ୍ୟାନେଲ୍‌ମେଣ୍ଟ କେଳେଙ୍କାରୀ

ଭୁବନେଶ୍ୱର (ସ୍ୱାତୀ ଜେନା): ଶର୍ମିଷ୍ଠା-ମାନସ-ନିରଂଜନ ଅପରାଧ ତ୍ରିଭୂଜ ଭିତରେ ଲୁଚି ଯାଇଛି ସୂଚନା ଓ ଲୋକସଂପର୍କ ବିଭାଗର ଅନ୍ୟ ଏକ ମଧୁଚନ୍ଦ୍ରିକା। ଶର୍ମିଷ୍ଠା-ସଂପୂର୍ଣ୍ଣ-ନିରଂଜନଙ୍କ ମଧ୍ୟରେ ଥିଲା ଅସାଧୁ ମେଣ୍ଟ। ଶର୍ମିଷ୍ଠାଙ୍କ ପାକ୍ଷିକ ପତ୍ରିକା ସଂପୂର୍ଣ୍ଣକୁ ଗତ ଫେବୃୟାରୀ ୨୮ରେ ଚାକିରିର ଶେଷ ଦିନରେ ବିଜ୍ଞାପନ ପାଇଁ ତାଲିକାଭୁକ୍ତ କରିଥିଲେ ବିଭାଗର ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ। ଏକ ଅନାମଧ୍ୟେୟ ପତ୍ରିକା ସଂପୂର୍ଣ୍ଣ ୧୫ ହଜାର ୨୦୦ ସର୍କୁଲେସନର ମିଛ ତଥ୍ୟ ଦେଖାଇ ବିଜ୍ଞାପନ ଆକାରରେ ସରକାରୀ ଟଙ୍କା […]

ଏମ୍ପ୍ୟାନେଲ୍‌ମେଣ୍ଟ କେଳେଙ୍କାରୀ

i and pr

Advertisment

ଭୁବନେଶ୍ୱର (ସ୍ୱାତୀ ଜେନା): ଶର୍ମିଷ୍ଠା-ମାନସ-ନିରଂଜନ ଅପରାଧ ତ୍ରିଭୂଜ ଭିତରେ ଲୁଚି ଯାଇଛି ସୂଚନା ଓ ଲୋକସଂପର୍କ ବିଭାଗର ଅନ୍ୟ ଏକ ମଧୁଚନ୍ଦ୍ରିକା। ଶର୍ମିଷ୍ଠା-ସଂପୂର୍ଣ୍ଣ-ନିରଂଜନଙ୍କ ମଧ୍ୟରେ ଥିଲା ଅସାଧୁ ମେଣ୍ଟ। ଶର୍ମିଷ୍ଠାଙ୍କ ପାକ୍ଷିକ ପତ୍ରିକା ସଂପୂର୍ଣ୍ଣକୁ ଗତ ଫେବୃୟାରୀ ୨୮ରେ ଚାକିରିର ଶେଷ ଦିନରେ ବିଜ୍ଞାପନ ପାଇଁ ତାଲିକାଭୁକ୍ତ କରିଥିଲେ ବିଭାଗର ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ। ଏକ ଅନାମଧ୍ୟେୟ ପତ୍ରିକା ସଂପୂର୍ଣ୍ଣ ୧୫ ହଜାର ୨୦୦ ସର୍କୁଲେସନର ମିଛ ତଥ୍ୟ ଦେଖାଇ ବିଜ୍ଞାପନ ଆକାରରେ ସରକାରୀ ଟଙ୍କା ହଡ଼ପ୍ କରିବାକୁ ମସୁଧା କରୁଥିଲା। ପ୍ରତି ବର୍ଗ ସେଣ୍ଟି ମିଟର ପିଛା ସଂପୂର୍ଣ୍ଣକୁ ମିଳିଥାନ୍ତା ୧୭ ଟଙ୍କା ୭୬ ପଇସା ।

Advertisment

ଏଥିରେ ସହଯୋଗର ହାତ ବଢାଇଥିଲେ ଖୋଦ୍ ରାଜ୍ୟ ସରକାର। ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ଓ ସଚିବଙ୍କ ବିନା ଅନୁମତିରେ ଏତେ ବଡ଼ ପଦକ୍ଷେପ ସମ୍ଭବପର ନୁହେଁ। କେଉଁ ଆଧାରରେ କାହା ନିର୍ଦ୍ଦେଶରେ ନିରଂଜନ ସଂପୂର୍ଣ୍ଣ ପତ୍ରିକାକୁ ବିଜ୍ଞାପନ ପାଇଁ ଏମ୍ପ୍ୟାନେଲ୍‌ କଲେ, ସେ ନେଇ କିନ୍ତୁ ବିଭାଗ ମୁହଁ ଖୋଲିବାକୁ ନାରାଜ। ଶର୍ମିଷ୍ଠା-ସଂପୂର୍ଣ୍ଣ-ନିରଞ୍ଜନ ଅସାଧୁ ସଂପର୍କ ପଦାକୁ ଆସିବା ପରେ ସନ୍ଦେହ ଘେରକୁ ଆସିଛି ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତି। ସୂଚନା ଓ ଲୋକସଂପର୍କ ବିଭାଗରେ ଏମ୍ପ୍ୟାନେଲ ହେଲା ପରେ ସରକାରୀ ବିଜ୍ଞାପନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି, ଦୈନିକ ଖବରକାଗଜ ଓ ସାମୟିକ ପତ୍ରପତ୍ରିକା। କିନ୍ତୁ କେଉଁ ଭିତ୍ତିରେ ଅନେକ ସମୟରେ ପତ୍ରପତ୍ରିକାଗୁଡ଼ିକ ଏମ୍ପ୍ୟାନେଲ କରିବା ସମୟରେ ପ୍ରିୟାପ୍ରୀତି ତୋଷଣ କରିଥାନ୍ତି ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ। କାଗଜପତ୍ରରେ ପ୍ରସାରଣ ସଂଖ୍ୟା ବଢ଼େଇ ବିଜ୍ଞାପନ ଦର ବଢ଼େଇ ଦିଆଯାଏ। ତେବେ କେଉଁ ଆଧାରରେ ସଂପୂର୍ଣ୍ଣକୁ ସରକାରୀ ବିଜ୍ଞାପନ ପାଇଁ ଏମ୍ପ୍ୟାନେଲ୍‌ କରାଗଲା । ଏ ନେଇ ବିଭାଗ ପକ୍ଷରୁ କଣ ପଦକ୍ଷେପ ନିଆଯିବ ସେ ନେଇ କିନ୍ତୁ ମୁହଁ ଖୋଲିବାକୁ ନାରାଜ ସୂଚନା ଓ ଲୋକ ସଂପର୍କ ବିଭାଗର କାର୍ଯ୍ୟରତ ନିର୍ଦ୍ଦେଶକ।

ପୂର୍ବରୁ ସଂପୂର୍ଣ୍ଣ ଭଳି ଅନେକ ଅନାମଧ୍ୟେୟ ପତ୍ରିକା ଓ ଖବରକାଗଜକୁ ମିଳିଛି ସରକାରୀ ଅନୁକମ୍ପା। ସୂଚନା ଅଧିକାର ଆଇନ ଦ୍ୱାରା ମିଳିଥିବା ତଥ୍ୟ କହୁଛି ୨୦୨୦-୨୧ ଆର୍ଥିକ ବର୍ଷରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ୭୨ଟି ଦୈନିକ ଓଡ଼ିଆ ଖବର କାଗଜକୁ ବିଜ୍ଞାପନ ଆକାରରେ ଦିଆଯାଇଥିଲା କୋଟି କୋଟି ଟଙ୍କା। ସେହିପରି ୯୯ଟି ସାପ୍ତାହିକ, ପାକ୍ଷିକ ଓ ମାସିକ ପତ୍ରିକା ମଧ୍ୟ ସରକାରୀ ବିଜ୍ଞାପନ ପାଇଛନ୍ତି। ରାଜ୍ୟରେ ସରକାରୀ ବିଜ୍ଞପ୍ତି ପାଉଥିବା ସମସ୍ତ ଖବର କାଗଜର ସର୍କୁଲେସନ ସଂଖ୍ୟା ପ୍ରାୟ ଏକ କୋଟି ହେବ। ଦୈନିକ ଓଡ଼ିଆ ଖବରକାଗଜର ସର୍କୁଲେସନ ୫୦ ଲକ୍ଷରୁ ଅଧିକ ଥିବା ବେଳେ ସାପ୍ତାହିକ, ପା‍କ୍ଷିକ ଓ ମାସିକ ଖବର କାଗଜର ପ୍ରସାରଣ ସଂଖ୍ୟା ମଧ୍ୟ ୨୩ ଲକ୍ଷରୁ ଅଧିକ ବୋଲି ସରକାର କହୁଛନ୍ତି। ଏତେ ସଂଖ୍ୟକ ପତ୍ରପତ୍ରିକା ଛାପିବା ଓ ବାଣ୍ଟିବା ପାଇଁ କେଉଁଠି କେତେ ପ୍ରେସ୍‌ ଅଛି, କେତେ କାଳି, ବିଜୁଳି ଓ ଗାଡ଼ି ବ୍ୟବହାର କରାଯାଉଛି, ତାହାର ହିସାବ କିନ୍ତୁ ବିଭାଗ ପାଖରେ ନାହିଁ।

Advertisment

ଦୈନିକ ଖବରକାଗଜକୁ ସରକାରୀ ବିଜ୍ଞାପନ ଦେବା ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଥିବା ବେଳେ ତାହା ଠିକ୍ ଭାବେ ପାଳନ କରାଯାଉ ନଥିବା କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ। ସରକାର ମନଇଚ୍ଛା ବିଭିନ୍ନ ପତ୍ରପତ୍ରିକାକୁ ଏମ୍ପ୍ୟାନେଲ କରୁଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ସରକାର ଅନେକ ପତ୍ରପତ୍ରିକାକୁ ଅନ୍‌ଡିଉ ଫେଭର ଦେଇ ଏମ୍ପ୍ୟାନେଲ କରୁଥିବା କହିଛନ୍ତି ପ୍ରେସ କାଉଁସିଲ ଅଫ ଅଣ୍ଡିଆର ସଦସ୍ୟ ପ୍ରସନ୍ନ ମହାନ୍ତି। ଏହି ସହିତ ୨୦୦୩ ମସିହାରୁ ରାଜ୍ୟରେ ଅଧିସ୍ୱୀକୃତି କମିଟି ନାହିଁ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏଣିକି ଏମ୍ପ୍ୟାନେଲ୍‌ ହେଉକି ଅଧୀସ୍ବୀକୃତି ସବୁଥିରେ ଗୋଟିଏ ସ୍ୱଚ୍ଛତା ଆସିବା କଥା ସେ କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe