ସହରରେ ବି ବାସୁଛି ଗାଁ ରଜର ମହକ, ଏଠି ବି ହେଉଛି ପୋଡ଼ପିଠା, ଲାଗୁଛି ଦୋଳି

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର) : ରଜ ପ୍ରତିଟି ଓଡ଼ିଆଙ୍କ ଗଣପର୍ବ ହୋଇଥିବା ବେଳେ ଏହାକୁ ପାଳନ କରିବା ନିମନ୍ତେ ସମସ୍ତେ ବର୍ଷ ସାରା ଅପେକ୍ଷା କରିଥାନ୍ତି । ରଜ ନାଁ ଶୁଣିଲେ ବିଦେଶରେ ରହୁଥିବା ପ୍ରତିଟି ଓଡ଼ିଆ ପିଲାବେଳର ସେହି ସ୍ମୃତିକୁ ମନ୍ଥନ କରିବା ଲାଗି  ବାଧ୍ୟ ହୋଇଥାନ୍ତି। କାରଣ ରଜ ହେଉଛି ପ୍ରତିଟି ଓଡ଼ିଆଙ୍କ ପର୍ବ। ଚଳିତ ବର୍ଷ ରଜ ପାଳନ ଲାଗି ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଆରମ୍ଭ ହେଲାଣି ସଜବାଜ। ଦୂରଦୂରାନ୍ତରେ ରହୁଥିବା ଲୋକେ […]

raja-3..

Niharika Rout
  • Published: Thursday, 13 June 2019
  • , Updated: 13 June 2019, 03:47 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର) : ରଜ ପ୍ରତିଟି ଓଡ଼ିଆଙ୍କ ଗଣପର୍ବ ହୋଇଥିବା ବେଳେ ଏହାକୁ ପାଳନ କରିବା ନିମନ୍ତେ ସମସ୍ତେ ବର୍ଷ ସାରା ଅପେକ୍ଷା କରିଥାନ୍ତି । ରଜ ନାଁ ଶୁଣିଲେ ବିଦେଶରେ ରହୁଥିବା ପ୍ରତିଟି ଓଡ଼ିଆ ପିଲାବେଳର ସେହି ସ୍ମୃତିକୁ ମନ୍ଥନ କରିବା ଲାଗି  ବାଧ୍ୟ ହୋଇଥାନ୍ତି। କାରଣ ରଜ ହେଉଛି ପ୍ରତିଟି ଓଡ଼ିଆଙ୍କ ପର୍ବ।

ଚଳିତ ବର୍ଷ ରଜ ପାଳନ ଲାଗି ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଆରମ୍ଭ ହେଲାଣି ସଜବାଜ। ଦୂରଦୂରାନ୍ତରେ ରହୁଥିବା ଲୋକେ ୩ ଦିନ ରଜ ପାଳନ ନିମନ୍ତେ ଏହି ସମୟରେ ଘରକୁ ଆସିଥାନ୍ତି। ରଜ ତିନିଦିନ ଯାକ ଅନେକ ମଉଜ, ପିଠାପଣାଠୁ ଆରମ୍ଭ କରି ପୁଚିଖେଳ, ରଜ ଦୋଳି ଆଉ ଠାଏ ଠାଏ ତାସ ଖେଳ ଜମିଥାଏ। ଏହି ସମୟରେ  ରଜ ପାନର ବାସ୍ନାରେ ଗାଁ ଦାଣ୍ଡ ମହକି ଉଠିଥାଏ। ଗାଁରେ ରଜ ପାଳନକୁ ବେଶି ପ୍ରାଧାନ୍ୟ ଦିଆଯାଉଥିବା ବେଳେ ସହର ମଧ୍ୟ ଏଥିରେ ପଛରେ ପଡ଼ିନି।

ସ୍ମାର୍ଟ ସିଟି ହୋଇଥିବା ସତ୍ତ୍ୱେ ଭୁବନେଶ୍ୱରରେ ରହୁଥିବା ଯୁବତୀ, ମହିଳା ଢେର ଆଗରୁ ରଜ ପ୍ରସ୍ତୁତିରେ ଲାଗି ପଡ଼ିଲେଣି। ରଜ ୩ ଦିନ କ’ଣ ଖାଇବେ, କ’ଣ ପିନ୍ଧିବେ, କିଭଳି ଗେଟଅପ୍‌ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ କରିବ, କେଉଁ ପାର୍ଲର ଯିବେ, କିପରି ଡିଜାଇନର ମେହେନ୍ଦି କରିବେ, ସେ ସବୁ ବହୁ ଆଗରୁ ଫାଇନାଲ୍‌ କରି ସାରିଲେଣି। ସବୁଥର ପରି ଏଥର ମଧ୍ୟ ସହରରେ ଗାଁ ରଜର ମହକ ଆଣିବା ଲାଗି ଏବେଠୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପାରମ୍ପରିକ ରଜର ଝଲକ ସହରବାସୀଙ୍କୁ ଦେବା ସହ ପିଠା, ମିଠା, ଦୋଳି, ପାନ ଆଦିର ମଜା ଦେବାକୁ ହୋଇସାରିଲାଣି ସମସ୍ତ ପ୍ରସ୍ତୁତି।

ରାଜଧାନୀର ପାନ୍ଥ ନିବାସ, ଏକାମ୍ର ହାଟ ଓ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବ ରଜ ମହୋତ୍ସବ। ଏହି ଅବସରରେ ବିଭିନ୍ନ ପାରମ୍ପରିକ ଖେଳ ସହ ନାଚଗୀତ, ମ୍ୟୁଜିକ ଚେୟାର, ଫ୍ୟାଶନ୍ ଶୋ’ ଭଳି ପ୍ରତିଯୋଗିତା ମଧ୍ୟ କରାଯିବ। ଏହି ଅବସରରେ ଏକାମ୍ର ହାଟରେ ପୋଡ଼ପିଠା ସହ ସୁଜି ମଣ୍ଡା, ସୁଜି କାକରା, କରଞ୍ଜି, ଚନ୍ଦ୍ର କଳା, ସିଝା ମଣ୍ଡା ପିଠା, ମୁଗ ହାଲୁଆ, ଖିର ଗଜା, ଛେନା ଝିଲି, ଛେନା ମାଲପୁଆ ଆଦି ଉପଲବ୍ଧ ହେବ।

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରେ ରହୁଥିବା ମହିଳା ରଜକୁ ବେଶ୍‌ ଜାକଜମକରେ ପାଳନ କରିଥାନ୍ତି। ଏହି ସମୟରେ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହୋଇଥାଏ। ଆଉ ମଜା ମସ୍ତିର ସହ ଖାଇପିଇ ସମସ୍ତେ ରଜକୁ ଧୁମଧାମରେ ପାଳନ କରିଥାନ୍ତି।

ଏହି ସମୟରେ ସହରରେ ରହୁଥିବା ଯୁବତୀମାନେ ମଧ୍ୟ ସାଙ୍ଗସାଥୀଙ୍କ ସହ ମଲ୍‌ ବୁଲି, ଫିଲ୍ମ ଦେଖି ରେଷ୍ଟୁରାଣ୍ଟରେ ଖାଇବାକୁ ଗହଳି ଜମାଇଥାନ୍ତି। ରଜର କ୍ରେଜକୁ ଆଖି ଆଗରେ ରଖି ଏଥର ରଜରେ ୨ ଟି ଓଡ଼ିଆ ଫିଲ୍ମ  ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ ଓ  ‘ଗୋଲମାଲ ଲଭ’ ରିଲିଜ ହେବାକୁ ଯାଉଛି।

Related story