ବିଳାସରେ ବୁଡ଼ିଥିଲେ ରାମରହିମ: ରହୁଥିଲେ ‘ତାଜମହଲ ଭିଲ୍ଲା’ରେ, ନେତାଙ୍କୁ ଖୁସି କରିବାକୁ ରଖିଥିଲେ ସୁପର ଲଗ୍‌ଜୁରି ରୁମ୍‌

ଚଣ୍ଡିଗଡ଼ : ଡେରାରେ ଚାଲିଥିବା ସର୍ଚ୍ଚ ଅପରେସନ୍‌ରୁ ରାମ ରହିମଙ୍କ ଅସଲି ଚେହେରା ଧୀରେ ଧୀରେ ପଦାକୁ ଆସୁଛି। ଚାକଚକ୍ୟରେ ଭର୍ତ୍ତି ତାଙ୍କ ଆଶ୍ରମ ଦେଖି ସର୍ଚ୍ଚ ଅପରେସନ୍‌ କରୁଥିବା ଅଧିକାରୀଙ୍କର ହୋସ୍ ଉଡ଼ି ଯାଉଛି। ଡେରା ଆଶ୍ରମ ଭିତରେ ଥିବା ରାମ ରହିମଙ୍କର ଏକ ଘରକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏହାକୁ କୁହାଯାଉଛି ତାଜମହଲ୍ ଭିଲ୍ଲା। ଏହି ଭିଲ୍ଲାଟି କୌଣସି ରାଜମହଲଠାରୁ କମ୍ ନୁହେଁ। ଏହା ମଧ୍ୟରେ ଗୁପ୍ତ ସୁଡ଼ଙ୍ଗ ମଧ୍ୟ ରହିଛି। ତାଜମହଲ […]

Rakesh Mallick
  • Published: Monday, 11 September 2017
  • , Updated: 11 September 2017, 04:22 PM IST

ଚଣ୍ଡିଗଡ଼ : ଡେରାରେ ଚାଲିଥିବା ସର୍ଚ୍ଚ ଅପରେସନ୍‌ରୁ ରାମ ରହିମଙ୍କ ଅସଲି ଚେହେରା ଧୀରେ ଧୀରେ ପଦାକୁ ଆସୁଛି। ଚାକଚକ୍ୟରେ ଭର୍ତ୍ତି ତାଙ୍କ ଆଶ୍ରମ ଦେଖି ସର୍ଚ୍ଚ ଅପରେସନ୍‌ କରୁଥିବା ଅଧିକାରୀଙ୍କର ହୋସ୍ ଉଡ଼ି ଯାଉଛି। ଡେରା ଆଶ୍ରମ ଭିତରେ ଥିବା ରାମ ରହିମଙ୍କର ଏକ ଘରକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏହାକୁ କୁହାଯାଉଛି ତାଜମହଲ୍ ଭିଲ୍ଲା। ଏହି ଭିଲ୍ଲାଟି କୌଣସି ରାଜମହଲଠାରୁ କମ୍ ନୁହେଁ। ଏହା ମଧ୍ୟରେ ଗୁପ୍ତ ସୁଡ଼ଙ୍ଗ ମଧ୍ୟ ରହିଛି।

ତାଜମହଲ ଭିଲ୍ଲାରେ କ’ଣ ସବୁ ରହିଛି?

ଡେରାରେ ଯେତେ ସବୁ ଘର ରହିଛି ସେଥିମଧ୍ୟରୁ ତାଜମହଲ ଭିଲ୍ଲାକୁ ସବୁଠୁ ଅଧିକ କଡ଼ା ସୁରକ୍ଷା ବଳୟରେ ରଖାଯାଇଥିଲା। ଏଠାକୁ କେହି ଯା’ଆସ କରନ୍ତି ନାହିଁ। କେବଳ ରାମରହିମ ଏଠାକୁ ରହିବାକୁ ଆସନ୍ତି। ଏହି ଭିଲ୍ଲାର ଗୋଟିଏ ପାଖରେ ଏକ ଲଗ୍‌ଜୁରି ସୁଇମିଂପୁଲ୍‌ ଅଛି। ମହଲରେ ଅନେକ ଗୁଡ଼ିଏ ବଡ଼ ରୁମ୍ ରହିଛି। ପାଖାପାଖି ୪୧ଟି ପ୍ରିମିୟମ୍‌ ରୁମ୍‌ ଓ କିଛି ସୁପର ଲଗ୍‌ଜୁରି ରୁମ୍‌ ଅଛି। ଏଗୁଡ଼ିକର ବ୍ୟବହାର କେବଳ ରାଜନେତାମାନଙ୍କୁ ଖୁସି କରିବା ପାଇଁ ବ୍ୟବହାର କରାଯାଉଥିଲା। ମହଲରେ ପ୍ରତିଟି ଫ୍ଲୋରକୁ ଯିବା ଲାଗି ଲିଫ୍ଟ୍ ମଧ୍ୟ ଲାଗିଛି। କେବଳ ଏତିକି ନୁହଁ ତାଙ୍କର ପୁଅ ଓ ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ଏକ ଅଲଗା କୋଠା ମଧ୍ୟ ବନାଇଛନ୍ତି ରାମ ରହିମ।

ହନିପ୍ରୀତର ରୁମ ଓ ବୁଟିକ ବି ଥିଲା ରୟାଲ୍

ସର୍ଚ୍ଚ ଅପରେସନର ଦ୍ୱିତୀୟ ଦିନରେ ଯାଞ୍ଚ୍ ଟିମ୍ ବାବାଙ୍କର ଧରମ ଝିଅ ହନିପ୍ରୀତଙ୍କ ବୁଟିକକୁ ସିଲ୍ କରି ଦେଇଥିଲା। ବୁଟିକରେ ଅନେକ ଦାମୀ ଡ୍ରେସ୍ ଓ ଅନ୍ୟ କିଛି ଦାମୀ ଜିନିଷ ମିଳିଥିଲା। ରାମରହିମଙ୍କ ପରି ହନିପ୍ରୀତଙ୍କ ରୁମ ବି ପୂରା ରୟାଲ ଥିଲା। ତାଙ୍କ ବୁଟିକରେ ରହିଥିଲା ୧୫୦୦ ହଳ ଜୋତା ଓ ୩ ହଜାର ହଳ ଡିଜାଇନର ଡ୍ରେସ୍।

 

Related story